ଗୀତା ଆବୃତ୍ତି ରେ 121 ଜଣ ପ୍ରତିଯୋଗୀ ଙ୍କ ଯୋଗଦାନ

Aug 31, 2026 - 19:31
0 73
ଗୀତା ଆବୃତ୍ତି ରେ 121 ଜଣ ପ୍ରତିଯୋଗୀ ଙ୍କ ଯୋଗଦାନ

*ଗୀତା ଆବୃତ୍ତିରେ ୧୨୧ ପ୍ରତିଯୋଗୀଙ୍କ ଅଂଶଗ୍ରହଣ*

*ବ୍ଲକସ୍ତରୀୟ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ*

କଳାହାଣ୍ଡି/କଳିଙ୍ଗ ସମ୍ବାଦ (କବିରାଜ ଦୁର୍ଗା)ଭବାନୀପାଟଣା: ଭଗବଦ୍ ଗୀତାର ଆଧ୍ୟାତ୍ମିକ ଓ ନୈତିକ ଶିକ୍ଷାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରସାର କରିବା ଉଦ୍ଦେଶ୍ୟରେ ଭବାନୀପାଟଣା ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ସ୍ଥାନୀୟ ବାଲାଜୀ ବିହାରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି।

ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭବାନୀପାଟଣା ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ମୋଟ ୧୨୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ଶ୍ରୀମଦ୍ ଭଗବଦ୍ ଗୀତାର ବିଭିନ୍ନ ଅଧ୍ୟାୟ ଆବୃତ୍ତି କରିଥିଲେ।

ପ୍ରତିଯୋଗିତାର ତୃତୀୟରୁ ପଞ୍ଚମ ଶ୍ରେଣୀ ବର୍ଗରେ ଦିବ୍ୟାଂଶୀ ପଣ୍ଡା ପ୍ରଥମ, ଆଦ୍ୟାଶା ଗୌଡ଼ ଓ ଅନୁକସ୍କା ପଟେଲ ଯୁଗ୍ମ ଭାବେ ଦ୍ୱିତୀୟ ଏବଂ ରିତେଶ ପଟେଲ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ବର୍ଗରେ ପ୍ରିୟାଂଶୀ ମୁଣ୍ଡ ପ୍ରଥମ, ପୁନମ ସାହୁ ଦ୍ୱିତୀୟ ଏବଂ ଖ୍ରୀତ ପ୍ରଜ୍ଞାନ ଦାଶ ତୃତୀୟ ସ୍ଥାନ ହାସଲ କରିଥିଲେ।

ସେହିପରି ନବମରୁ ଉଚ୍ଚ ମାଧ୍ୟମିକ ସ୍ତର ବର୍ଗରେ ବାବୁଲି ମାଝୀ ପ୍ରଥମ, ଭାନୁ ପ୍ରତାପ ନାୟକ ଦ୍ୱିତୀୟ ଏବଂ ଲବଣି କାନ୍ତ ବୋଡ଼କିଆ ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ପକ୍ଷରୁ ପୁରସ୍କୃତ କରାଯାଇଥିଲା।

କାର୍ଯ୍ୟକ୍ରମରେ ପ୍ରଜ୍ଞାନ ମିଶନର ଜିଲ୍ଲା ସଂଯୋଜକ ଗିରିଜା ଶଙ୍କର ବାବୁ, ସନତ ମହାପାତ୍ର, ସୁଶ୍ରୀ ସବିତା ପଟ୍ଟନାୟକ, ନୀଳକଣ୍ଠ ବେହେରା, ହେମନ୍ତ ମୁଣ୍ଡ, ବିଭୂତି ଭୂଷଣ ପଣ୍ଡା ଓ ସନ୍ତୋଷ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

ହେମନ୍ତ ମୁଣ୍ଡ, ଅରୁଣ ପାଣିଗ୍ରାହୀ, ଆଦିତ୍ୟ ବେହେରା, ବିଶ୍ୱନାଥ ଦାସ, ଦୁଷ୍ମନ୍ତ ମୁଣ୍ଡ ଓ ସୁଚିତ୍ରା ତ୍ରିପାଠୀ ପ୍ରମୁଖ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୀତାର ମୂଲ୍ୟବୋଧ ଓ ନୈତିକ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବାରେ ଏହି ପ୍ରତିଯୋଗିତା ଏକ ସାର୍ଥକ ପ୍ରୟାସ ବୋଲି ମତ ପ୍ରକାଶ ପାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User