ହାତୀ ଆକ୍ରମଣ ରେ ବୃଦ୍ଧ ମୃତ

Oct 28, 2026 - 20:41
0 34
ହାତୀ ଆକ୍ରମଣ ରେ ବୃଦ୍ଧ ମୃତ

ହାତୀ ଆକ୍ରମଣରେ ବୃଦ୍ଧ ମୃତ,ନିଜ ବଗିଚାକୁ ଯିବା କାଳହେଲା 

*******

କଳିଙ୍ଗ ଦର୍ପଣ //ବିନୟ ବେହେରା //ଢେଙ୍କାନାଳ 

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ହାତୀ-ମଣିଷ ଲଢେଇ ଉଗ୍ରରୂପ ନେଇ ସାରିଥିଲେ ମଧ୍ୟ ରାଜ୍ୟ ସରକାର ଓ ରାଜ୍ୟ ବନବିଭାଗ ସ୍ଥାଣୁ ପାଲଟିଛି।ହାତୀ ଆକ୍ରମଣରେ ଗତ କିଛିଦିନ ଧରି ଲଗାତାର ମଣିଷ ମାରୁଥିବାବେଳେ କୌଣସି ପ୍ରତିକାର ନହେବା ହିନ୍ଦୋଳ ଜନସାଧାରଣଙ୍କ ମନରେ ଅସନ୍ତୋଷର ନିଆଁ ବଢ଼ିବାରେ ଲାଗିଛି। ଖବରରୁ ପ୍ରକାଶ ଲଗାତାର ହାତୀ ଆକ୍ରମଣରେ ୧ସପ୍ତାହରେ ୪/୫ଜଣଙ୍କ ମୃତ୍ୟୁଘଟି ସାରିଥିବାବେଳେ ଆଜି ସକାଳେ ହିନ୍ଦୋଳଉପଖଣ୍ଡ ବନାଞ୍ଚଳ କର୍ଣ୍ଣପୁରବିଟ ବାଲିମିଥାନା ଅଧୀନ କନ୍ତିମିଲି ଗ୍ରାମର ସ୍ବର୍ଗତ ରଙ୍କ ବେହେରାଙ୍କ ପୁଅ ଅଭିରାମ ବେହେରା(୬୮) ଗ୍ରାମ ନିକଟରେ ଥିବା ନିଜ ଚାଷଜମି ଓ ବଗିଚାକୁ ଆଜି ସକାଳ ୮ଘଣ୍ଟା ସମୟରେ ସାର ପକାଇବାକୁ ଯାଇଥିବାବେଳେ ନିକଟରେ ଥିବା ହାତୀ ପଲ ଭିତରୁ ଏକ ବଣୁଆହାତୀ ତାଙ୍କୁ ଘୋଷାରିନେଇ କଚାଡି ଦେଇ ଦଳି ଦେବାରୁ ଘଟଣାସ୍ଥଳରେ ଅଭିରାମଙ୍କ ମୃତ୍ୟୁ ଘଟିଥିଲା। ତେବେ ଖବରପାଇ ହିନ୍ଦୋଳ ବନବିଭାଗ ଅଧିକାରୀ କର୍ମଚାରୀ ଓ ପରିବାର ଲୋକ ତାଙ୍କୁ ଖଜୁରିଆକଟା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ତେବେ ପୋଲିସ ଓ ବନବିଭାଗ ଶବ ଜବତକରି ବ୍ୟବଚ୍ଛେଦପାଇଁ ପଠାଇ ତଦନ୍ତ ଜାରି ରଖିଛି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User