ଓଷ୍ଟା ଆନନ୍ଦପୁର ର ନୂତନ କାର୍ଯ୍ୟକାରିଣୀ କମିଟି ଗଠନ
ଓଷ୍ଟା ଆନନ୍ଦପୁର ବ୍ଲକର ସାମ୍ବିଧାନିକ ସମ୍ମୀଳନୀ
କଳିଙ୍ଗ ଦର୍ପଣ //ସତ୍ୟ ଦାସ //ଆନନ୍ଦପୁର


ଶାନ୍ତି ଶୃଙ୍ଖଳାର ସହ ସମାପନ ଆନନ୍ଦପୁର ତା ୧୨/୧୦/୨୦୨୬ ଆଜି ପି. ଏମ.ଶ୍ରୀ ଉଚ୍ଚବିଦ୍ୟାଳୟ ଝାଡେଶ୍ଵର ଠାରେ ଆନନ୍ଦପୁର ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଝାଡେଶ୍ଵର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଲୋକ କୁମାର ରଣାଙ୍କ ସଭାପତିତ୍ଵ ରେ ଆରମ୍ଭ ହୋଇଥିବା ସଭାରେ ମୂଖ୍ୟ ଅତିଥି ଭାବେ ପ୍ରାକ୍ତନ ଜିଲ୍ଲା ସମ୍ପାଦକ ଚିନ୍ତାମଣୀ ଜେନା ଯୋଗ ଦେଇଥିଲେ ।ବିଶିଷ୍ଟ ଅତିଥି ଭାବରେ ରାଜ୍ୟ ଉପଦେଷ୍ଟା ଭିକାରୀ ସାହୁ,ଜିଲ୍ଲାର ପ୍ରାକ୍ତନ ସଭାପତି ତଥା ଉପଦେଷ୍ଟା ଶାନ୍ତନୁ ମିଶ୍ର, ପ୍ରାକ୍ତନ ଜିଲ୍ଲା ସମ୍ପାଦକ କ୍ଷୀରୋଦ ରାଉତ, ପ୍ରାକ୍ତନ ରାଜ୍ୟ ସମ୍ପାଦକ କାହ୍ନୁ ସାମଲ, ରାଜ୍ୟ ଓଷ୍ଟାର କାର୍ଯ୍ୟକାରୀ ସଦସ୍ୟ ଜ୍ଞାନ ଦେଓ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁଧାକର ପଣ୍ଡା, ଉପସଭାପତି ମନୋଜ ପଣ୍ଡା, ଯୁଗ୍ମ ସମ୍ପାଦକ ଅନିରୁଦ୍ଧ ସେଠୀ ବାଂଶପାଳ ବ୍ଳକ୍ ସମ୍ପାଦକ ଶୁଶାନ୍ତ ବେହେରା, ପ୍ରାକ୍ତନ ବ୍ଲକ ସମ୍ପାଦକ ପ୍ରଦୀପ ହଜାରୀ ସଭାପତି ବିଜୟ ସୁର ଯୋଗ ଦେଇଥିଲେ । ପ୍ରାରମ୍ଭରେ ବିଦାୟୀ ସମ୍ପାଦକ ଓ ସଭାପତିଙ୍କୁ କେହୁଝର ଓଷ୍ଟା ବ୍ଲକ ସମ୍ପାଦକ ମଣ୍ଡଳୀ ଓ ଆନନ୍ଦପୁର ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପରେ ଆନନ୍ଦପୁର ବ୍ଳକ ଓଷ୍ଟା ପାଇଁ ନୂତନ କର୍ମ କର୍ତ୍ତା ଚୟନ କରାଯାଇଥିଲା, ସଭାପତି ଭାବରେ ଯୁବ ଶିକ୍ଷକ ନେତା ରାଜିବ ନାୟକ ଓ ସମ୍ପାଦକ ଭାବେ ଯୁବ ଶିକ୍ଷକ ନେତା ନିରାକାର ମହାପାତ୍ର, ଉପସଭାପତି ଚିତ୍ତରଞ୍ଜନ ଦାସ, ମନ୍ଦାକିନୀ ବେହେରା, ଯୁଗ୍ମ ସମ୍ପାଦକ ଭାବରେ ଯୁବ ନେତୃତ୍ୱ ନୟନ କୁମାର ପାଢୀ, ଗୀତାରାଣୀ ମିଶ୍ର କାର୍ଯକାରୀ ସଭାପତି ଜ୍ୟେତି ରଞ୍ଜନ ରାମ । ରାଜ୍ୟ କାଉଁସିଲ ସଦସ୍ୟ ଭାବରେ ବୃନ୍ଦାବନ ଷଡଙ୍ଗୀ, ରଞ୍ଜନ ଜେନା, ଅନାଦି ବେହେରା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସୌଜନ୍ୟ ପଣ୍ଡା, ବିରଞ୍ଜନ ବେହେରା, ହରମୋହନ ପାଢୀ ଓ ଗୌରାଙ୍ଗ ଦାସ ମନୋନିତ ହୋଇଥିଲେ । ମଞ୍ଚ ପରିଚାଳନା ଟୋଲଙ୍କ ପଡ଼ା ପ୍ରଧାନ ଶିକ୍ଷକ ରଞ୍ଜନ ଜେନା କରିଥିଲେ ।
What's Your Reaction?
Like
2
Dislike
0
Love
0
Funny
0
Wow
0
Sad
0
Angry
0
Comments (0)