ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ଓ ସତ୍ୟନିଷ୍ଠାର ଶପଥ ପାଠ





କଳିଙ୍ଗ ଦର୍ପଣ //ସତ୍ୟ ଦାସ //କେନ୍ଦୁଝର
ଆନନ୍ଦପୁର, ୨୬ ଅକ୍ଟୋବର ୨୦୨୬
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ (୨୬ ଅକ୍ଟୋବରରୁ ୧ ନଭେମ୍ବର) ପାଳନର ଶୁଭାରମ୍ଭ ଅବସରରେ ଆନନ୍ଦପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦୁର୍ନୀତି ନିବାରଣ ଓ ସତ୍ୟନିଷ୍ଠାର ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀ ନୀଳମାଧବ ସୁନା, ଡେପୁଟୀ କଲେକ୍ଟର (ରାଜସ୍ୱ) ଶ୍ରୀ ସୌରଭ ରଞ୍ଜିତ୍, ସହକାରୀ ଜିଲ୍ଲାପାଳ ଶ୍ରୀ ତପନ କୁମାର ପ୍ରଧାନ, ସହକାରୀ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀମତୀ ବନଜା ପାତ୍ର, ସହକାରୀ ଜିଲ୍ଲାପାଳ ଶ୍ରୀ ଧୀରେନ୍ଦ୍ର କୁମାର ସିଂହ ଏବଂ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀମତୀ ଦୀପାଳି ପ୍ରିୟଦର୍ଶିନୀ ନାୟକଙ୍କ ସମେତ କାର୍ଯ୍ୟାଳୟର ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ଶପଥ ପାଠ କରିଥିଲେ।
ଏହି ଶପଥ ପାଠ ମାଧ୍ୟମରେ ସମସ୍ତେ ନିଜ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱକୁ ସଚ୍ଚୋଟତା, ନିଷ୍ଠା ଓ ସ୍ୱଚ୍ଛତାର ସହ ନିର୍ବାହ କରିବା ସହ ଦୁର୍ନୀତିରୁ ଦୂରେଇ ରହିବା ଏବଂ ଦୁର୍ନୀତି ବିରୋଧରେ ସଚେତନ ରହିବାକୁ ସଂକଳ୍ପ ନେଇଥିଲେ।
ଏକ ସ୍ୱଚ୍ଛ, ନିରପେକ୍ଷ ଓ ଦୁର୍ନୀତିମୁକ୍ତ ଭାରତ ଗଠନ ପାଇଁ ସରକାରୀ କାର୍ଯ୍ୟରେ ସତ୍ୟନିଷ୍ଠା ଓ ଉତ୍ତରଦାୟିତ୍ୱ ବଜାୟ ରଖିବା ସହ ସମସ୍ତଙ୍କର ସାମୂହିକ ସହଯୋଗ ଓ ନୈତିକ ପ୍ରତିବଦ୍ଧତା ଅପରିହାର୍ଯ୍ୟ ବୋଲି ଏହି କାର୍ଯ୍ୟକ୍ରମରେ ବାର୍ତ୍ତା ଦିଆଯାଇଥିଲା।
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)