ଘସିପୁରା ବ୍ଲକ ଭାଗବତ ପ୍ରଚାର ସମିତି ପକ୍ଷରୁ ଗିରି ଗୋବର୍ଦ୍ଧନ ପୂଜା ନିମନ୍ତେ ପ୍ରସ୍ତୁତି
ଓଁ ନମୋ ଭଗବତେ ବାସୁଦେବାୟ
କଳିଙ୍ଗ ଦର୍ପଣ //ଘସିପୁରା //କେନ୍ଦୁଝର //ଯାଦବ ସତ୍ୟ ଦାସ
ଘଷିପୁରା ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ତରଫରୁ ବିଶେଷ ସୂଚନା ।
୨୦.୧୦ --କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତିଙ୍କ ଆହ୍ୱାନ କ୍ରମେ ଭାଗବତ ସଂସ୍କୃତି ପରମ୍ପରା ଓ ଐତିହ୍ୟକୁ ଉଜ୍ଜୀବିତ କରିବା ପାଇଁ ଗୋ ନବରାତ୍ରୀ ଆନୁକୁଲ୍ୟରେ ପ୍ରଥମ ଦିବସରେ ବ୍ରଜବାସୀଙ୍କ ଦ୍ୱାରା ଇନ୍ଦ୍ରପୁଜା ପରିବର୍ତ୍ତେ ଯିଏ ଗିରି ଗୋବର୍ଦ୍ଧନ ପୂଜା କରାଇ ଥିଲେ ଓ ବାମ ହସ୍ତ କନିଷ୍ଠ ଆଙ୍ଗୁଳିରେ ଗିରି ଗୋବର୍ଦ୍ଧନ ଧାରଣ ପୂର୍ଵଜ ବୃନ୍ଦାବନର ଗୋପାଳ ଗୋପାଳୁଣୀ ତଥା ଗାଈବାଛୁରୀ ମାନଙ୍କୁ ରକ୍ଷା କରି ଯିଏ ଦେବରାଜ ଇନ୍ଦ୍ରଙ୍କ ଗର୍ବକୁ ଚୁର୍ଣ୍ଣ କରିଥିଲେ ଏବଂ ଗୋପୀ ଗୋପାଳ ମାନଙ୍କ ମନରେ ବିଶ୍ୱାସ ଜନ୍ମାଇବା ନିମନ୍ତେ ଯିଏ ବିରାଟ ରୂପ ଧାରଣ କରି ଗୋବର୍ଦ୍ଧନ ପର୍ବତ ଉପରେ ଆବିର୍ଭୁତ ହୋଇ ଥିଲେ ତଥା "ମୁଁ ହେଉଛି ଗିରିରାଜ" ବୋଲି ପରିଚୟ ଦେଇ ଗିରିରାଜଙ୍କୁ ଅର୍ପଣ କରାଯାଇଥିବା ସକଳ ନୈବେଦ୍ୟ ଗ୍ରହଣ କରିଥିଲେ, ସେହି ଗିରିରାଜ ଗୋବର୍ଦ୍ଧନଙ୍କ ପୂଜା ଆସନ୍ତା ନଭେମ୍ବର ୧୦ତାରିଖ ଦିନ ଘଷିପୁରା ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତିର ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅଙ୍ଗାରୁଆ ରାଧାକୃଷ୍ଣ ଭାଗବତ ଟୁଙ୍ଗିରେ ନିମ୍ନୋକ୍ତ କାର୍ଯ୍ୟସୂଚୀ ଅନୁଯାୟୀ ଯଥାବିଧି ଅନୁଷ୍ଠିତ ହେବ।
ଏଣୁ କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ତଥା ସମସ୍ତ ବ୍ଲକ ଓ ସହରାଞ୍ଚଳ ଭାଗବତ ପ୍ରଚାର ପ୍ରସାର ସମିତିର କର୍ମକର୍ତ୍ତା ତଥା ସଦସ୍ୟ ବୃନ୍ଦ ଏବଂ ସମଗ୍ର ଜିଲ୍ଲାର ଭାଗବତ ଟୁଙ୍ଗିର ଭକ୍ତମାନେ ଉକ୍ତ ମହୋତ୍ସବରେ ବହୁ ସଂଖ୍ୟାରେ ଯୋଗଦାନ କରି ଭାଗବତ ଭଗବାନଙ୍କ କୃପା ଲାଭ କରିବା ସହିତ ଆମ୍ଭମାନଙ୍କୁ ଅନୁଗୃହିତ କରିବା ପାଇଁ ନିବେଦନ କରୁଅଛୁ ।
ନିବେଦକ
ଶ୍ରୀ ସନତକୁମାର ରଥ।
ଉପଦେଷ୍ଟା,ଘଷିପୁରା ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି।
ଶ୍ରୀ ମଙ୍ଗୁଳି ପୃଷ୍ଟି।
ସଭାପତି, ଘଷିପୁରା ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି।
ଶ୍ରୀ ନୃସିଂହ ଚରଣ ଦାସ।
ଉପସଭାପତି,ଘଷିପୁରା ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି।
ଶ୍ରୀ ବେଲାଳସେନ ପତି । ସମ୍ପାଦକ,ଘଷିପୁରା ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି।
ଶ୍ରୀ ଆଦିକନ୍ଦ ଦାସ । ସଭାପତି,ଶ୍ରୀକ୍ଷେତ୍ର ଭାଗବତ ଟୁଙ୍ଗି, ବେଗୁନିଆଡ଼ିହି ତଥା ଅଙ୍ଗାରୁଆ ରାଧାକୃଷ୍ଣ ଭାଗବତ ଚେତନା ସଂଘ ଭକ୍ତ ବୃନ୍ଦ ।
କାର୍ଯ୍ୟସୂଚୀ
ତା ୯.୧୧.୨୦୨୬ ରିଖ
ସନ୍ଧ୍ୟା ୬ ଘଟିକା - ଭାଗବତ ଭଗବାନଙ୍କ ପୂଜାର୍ଚ୍ଚନା କରି ଅଙ୍ଗାରୁଆ ରାଧାକୃଷ୍ଣ ଭାଗବତ ଟୁଙ୍ଗି ସ୍ଥିତ ନନ୍ଦ ରାଜାଙ୍କ ଦରବାରରେ ବୟୋବୃଦ୍ଧ ଯାଦବ ମାନଙ୍କ ସମାବେଶରେ ଭାଗବତ ଦଶମ ସ୍କନ୍ଧ ୨୫ ଅଧ୍ୟାୟ ପାରାୟଣ ପୂର୍ବକ ଇନ୍ଦ୍ର ପୂଜା ପାଇଁ ପ୍ରସ୍ତୁତି ବୈଠକ ଏବଂ ବାଳ ଗୋପାଳଙ୍କ ପରାମର୍ଶ କ୍ରମେ ଇନ୍ଦ୍ରପୂଜା ନ କରି କଜ୍ଜ୍ୱଳମୟୀ ପାହାଡ଼ରେ ଗିରିଗୋର୍ଦ୍ଧନ ପୂଜା ତଥା ପାହାଡ଼ରେ ଥିବା ଗାଈ ବାଛୁରୀଙ୍କୁ ତୃଣ ତଥା ଅନ୍ୟାନ୍ୟ ବସ୍ତୁ ପ୍ରଦାନ ପୂର୍ବକ ଗୋ ପୂଜା କରିବା ପାଇଁ ନିଷ୍ପତି ଗ୍ରହଣ।
୧୦.୧୧.୨୦୨୬ ରିଖ
ପ୍ରାତଃ ୬ଘଟିକା - ଭାଗବତ ଭଗବାନଙ୍କ ମଙ୍ଗଳ ଆଳତି ତଥା ପୂଜାର୍ଚ୍ଚନା ।
ଦିବା ୭/୩୦ ଘଟିକା - କୀର୍ତ୍ତନ ମଣ୍ଡଳୀ ତଥା ଗୋପାଳ ଗୋପାଲୁଣୀଙ୍କ ସହିତ ଭାଗବତ ଭଗବାନଙ୍କ ନଗର ପରିକ୍ରମା ଏବଂ କଜ୍ଜ୍ୱଳମୟୀ ପାହାଡ ଅଭିମୁଖେ ଗିରି ଗୋବର୍ଦ୍ଧନ ପୂଜା ନିମନ୍ତେ ଯାତ୍ରା।
ଦିବା ୯ ଘଟିକା - ଭାଗବତ ଦଶମ ସ୍କନ୍ଧ ୨୬ ଅଧ୍ୟାୟ ପାରାୟଣ ପୂର୍ବକ ଗିରି ଗୋବର୍ଦ୍ଧନ ପୂଜା ତଥା ପାଦଦେଶରେ ଗୋପୂଜା ।
ମଧ୍ୟାହ୍ନ ୧୨ ଘଟିକା - ସତସଙ୍ଗ ଅଧିବେଶନ ।
ଅପରାହ୍ନ ୨ ଘଟିକା -- ପ୍ରସାଦ ସେବନ।
।। ହରି ଓଁ ।।


What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)