*ହାତୀ ଉପଦ୍ରବରେ ଘର ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ୩ ନାବାଳକ*

Oct 28, 2026 - 13:18
0 33
*ହାତୀ ଉପଦ୍ରବରେ ଘର ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ୩ ନାବାଳକ*

*

*ଘର ଭିତରେ ଶୋଇଥିବା ବେଳେ ହାତୀଙ୍କ ଆକ୍ରମଣ, ନଷ୍ଟ ହେଲା ଘର ସହ ଖାଦ୍ୟ ସାମଗ୍ରୀ*

*କଳିଙ୍ଗ ଦର୍ପଣ / ଗଙ୍ଗାରାମ ସୁନାଙ୍କ ରିପୋର୍ଟ*

ଲାଞ୍ଜିଗଡ଼, କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଅନ୍ତର୍ଗତ ଛତ୍ରପୁର ଗ୍ରାମପଞ୍ଚାୟତର ମସ୍କାପଦର ଗ୍ରାମରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ରାତି ପ୍ରାୟ ୧ଟା ସମୟରେ ଜାମଧର ମାଝୀଙ୍କ ଘରକୁ ହାତୀ ଭାଙ୍ଗି ଦେବା ସହ ଘରେ ଥିବା ଖାଦ୍ୟ ସାମଗ୍ରୀ ନଷ୍ଟ କରିଦେଇଛନ୍ତି। ତେବେ ଘଟଣା ସମୟରେ ଘର ଭିତରେ ଶୋଇଥିବା ତିନି ଜଣ ପୁଅ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି।

ସୂଚନା ଅନୁଯାୟୀ, ଜାମଧର ମାଝୀଙ୍କ ବଡ଼ ପୁଅ ଅଭିମନ୍ୟୁ ମାଝୀ ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କର ଦୁଇ ଜଣ ସାଙ୍ଗ ସୁଧୀର ମାଝୀ ଓ ସମେଷ ନାଗ ମଧ୍ୟ ଘଟଣା ସମୟରେ ଘର ଭିତରେ ଶୋଇଥିଲେ। ଅଭିମନ୍ୟୁଙ୍କ ବାପା, ମାଆ ଓ ବଡ଼ ଭଉଣୀ କେରଳରେ ରହୁଥିବାରୁ ଘରେ ଏହି ତିନି ଜଣ ପିଲା ଥିଲେ।

ରାତିରେ ହଠାତ୍ ହାତୀ ଘର ଭାଙ୍ଗିବାର ଶବ୍ଦ ଶୁଣି ତିନି ଜଣ ପିଲା ବାହାରକୁ ବାହାରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଘରର ଚାରିପାଖରେ ହାତୀ ରହିଥିବାରୁ ସେମାନେ ବାହାରି ପାରି ନଥିଲେ। କିଛି ସମୟ ପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଆଲୋକ ଦେଖାଇବାରୁ ହାତୀଗୁଡ଼ିକ ଘରଠାରୁ କିଛି ଦୂରକୁ ଚାଲିଯାଇଥିଲେ। ଏହାପରେ ପିଲାମାନେ ସୁରକ୍ଷିତ ଭାବେ ଘରୁ ବାହାରିଥିଲେ।

ଏହି ଘଟଣାରେ ତିନି ଜଣ ପିଲାଙ୍କର କୌଣସି ଶାରୀରିକ କ୍ଷତି ହୋଇନଥିବା ଜଣାପଡ଼ିଛି। ତେବେ ଘର ଭାଙ୍ଗିବା ସହ ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଥିବାରୁ ପରିବାରଟି କ୍ଷତିଗ୍ରସ୍ତ ହୋଇଛି।

ଏଭଳି ଘଟଣା ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି। କ୍ଷତିଗ୍ରସ୍ତ ପରିବାରକୁ ଆବଶ୍ୟକ ସହାୟତା ଓ କ୍ଷୟକ୍ଷତିର ଆକଳନ ପାଇଁ ବନ ବିଭାଗ ପଦକ୍ଷେପ ନେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

What's Your Reaction?

Like Like 3
Dislike Dislike 0
Love Love 2
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User