ଚିଲଗୁଡା ରାସ୍ତା ଅତ୍ୟନ୍ତ ଶୋଚନୀୟ. ସରକାର କେବେ ଦେବେ ନଜର

Sep 04, 2026 - 06:35
0 33
ଚିଲଗୁଡା ରାସ୍ତା ଅତ୍ୟନ୍ତ ଶୋଚନୀୟ. ସରକାର କେବେ ଦେବେ ନଜର

*ଚିଲଗୁଡା-କାଶୀବାହାଲ ରାସ୍ତା ଶୋଚନୀୟ*

*ଖାଲଖମାରେ ଯାତାୟାତ ବାଧାପ୍ରାପ୍ତ, ମରାମତି ଦାବିରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କଲେ ଗ୍ରାମବାସୀ*

କଳାହାଣ୍ଡି/କଳିଙ୍ଗ ସମ୍ବାଦ (କବିରାଜ ଦୁର୍ଗା)କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଚିଲଗୁଡା-କାଶୀବାହାଲକୁ ସଂଯୋଗ କରୁଥିବା ରାସ୍ତା ଦୀର୍ଘଦିନ ଧରି ଶୋଚନୀୟ ହୋଇପଡ଼ିଛି। ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଥିବାରୁ ଦୈନିକ ଯାତାୟାତରେ ଅଞ୍ଚଳବାସୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଚିଲଗୁଡା-କାଶୀବାହାଲ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଏହି ରାସ୍ତାର ଦୀର୍ଘଦିନ ଧରି ମରାମତି ହୋଇନଥିବା ଅଭିଯୋଗ ହୋଇଛି। ବିଶେଷକରି ବର୍ଷା ଦିନରେ ଖାଲଗୁଡ଼ିକରେ ପାଣି ଜମି ରହୁଥିବାରୁ ଗର୍ତ୍ତର ଗଭୀରତା ଜଣାପଡ଼ୁନାହିଁ। ଫଳରେ ଦୁଇଚକିଆ ଯାନ ଚାଳକମାନେ ବିପଦର ସମ୍ମୁଖୀନ ହେଉଥିବା ଗ୍ରାମବାସୀ କହିଛନ୍ତି।

ଏହି ରାସ୍ତା ଉପରେ ଫୁପଗାଁ, ମଧୁପୁର, ସିର୍ଲିଗୁଡା, ନୂଆପଡା, କାଶୀବାହାଲ ଓ ଗତାବନ୍ଧ ଆଦି ଗ୍ରାମର ଲୋକେ ନିର୍ଭରଶୀଳ। ରାସ୍ତାର ଦୁରବସ୍ଥା ଯୋଗୁଁ ରୋଗୀଙ୍କୁ ହସ୍ପିଟାଲ ନେବା, ଛାତ୍ରଛାତ୍ରୀଙ୍କ ଯାତାୟାତ ସହ ଜରୁରୀକାଳୀନ ସମୟରେ ଯାତାୟାତରେ ଗୁରୁତର ସମସ୍ୟା ଉପୁଜୁଛି। ରାତି ସମୟରେ ସମସ୍ୟା ଆହୁରି ଗମ୍ଭୀର ହେଉଥିବା ଅଭିଯୋଗ ହୋଇଛି।

ଏନେଇ ରାସ୍ତାର ତୁରନ୍ତ ମରାମତି ଦାବିରେ ଅଞ୍ଚଳର ଗ୍ରାମବାସୀ ସ୍ଥାନୀୟ ବିଧାୟକଙ୍କୁ ଲିଖିତ ଅଭିଯୋଗପତ୍ର ପ୍ରଦାନ କରି ଦୃଷ୍ଟି ଆକର୍ଷଣ କରିଛନ୍ତି। ରାସ୍ତାର ଦୁରବସ୍ଥାକୁ ଗୁରୁତ୍ୱ ଦେଇ ତୁରନ୍ତ ମରାମତି କରାଗଲେ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଯାତାୟାତ ସମସ୍ୟା ଦୂର ହେବ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User