ପିଏମ୍ କିସାନ୍ ସମ୍ମାନନିଧିର ୨୪ତମ କିସ୍ତି ପ୍ରଦାନ: କଳାହାଣ୍ଡିର ୧.୫୨ ଲକ୍ଷ ଚାଷୀଙ୍କ ଖାତାକୁ ଆସିଲା ୩୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା

ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନନିଧି ଯୋଜନାର ୨୪ତମ କିସ୍ତି ଅର୍ଥରାଶି ଚାଷୀଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରାଯାଇଛି। ଏହି ପରିପ୍ରେକ୍ଷୀରେ ଭବାନୀପାଟଣାସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କୃଷି ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କଳାହାଣ୍ଡି ଜିଲ୍ଲାର ୧ ଲକ୍ଷ ୫୨ ହଜାରରୁ ଊର୍ଦ୍ଧ୍ୱ ଚାଷୀଙ୍କ ଖାତାରେ ୩୦ କୋଟି ୫୯ ଲକ୍ଷ ଟଙ୍କା ଜମା କରାଯାଇଥିବା ବେଳେ ସମଗ୍ର ଓଡ଼ିଶାରେ ୩୫ ଲକ୍ଷରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି।

Oct 30, 2026 - 18:25
Updated: 1 day ago
0 5
ପିଏମ୍ କିସାନ୍ ସମ୍ମାନନିଧିର ୨୪ତମ କିସ୍ତି ପ୍ରଦାନ: କଳାହାଣ୍ଡିର ୧.୫୨ ଲକ୍ଷ ଚାଷୀଙ୍କ ଖାତାକୁ ଆସିଲା ୩୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା

(ଭବାନୀପାଟଣା, ୩୦ ଅକ୍ଟୋବର - କଳିଙ୍ଗ ଦର୍ପଣ/ରୋହିତ କୁମାର ନିଆଲ୍): 

ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନନିଧି (ପିଏମ୍ କିସାନ୍) ଯୋଜନାର ୨୪ତମ କିସ୍ତି ସହାୟତା ରାଶି ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଡିବିଟି (DBT) ମାଧ୍ୟମରେ ପ୍ରଦାନ କରାଯାଇଛି। ଗୁଜରାଟର ବନାସକାଣ୍ଠାଠାରେ ଆୟୋଜିତ ଏକ ବିଶାଳ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଅର୍ଥରାଶି ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହି ରାଜ୍ୟସ୍ତରୀୟ ତଥା ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଆଭାସୀ (ଭର୍ଚୁଆଲ୍) ଜରିଆରେ ଭବାନୀପାଟଣାସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ହୋଇଥିଲା।

ସୂଚନାଯୋଗ୍ୟ ଯେ, ପିଏମ୍ କିସାନ୍ ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ପ୍ରତି ୪ ମାସରେ ୨୦୦୦ ଟଙ୍କା ହିସାବରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ। ଏହି ୨୪ତମ କିସ୍ତିରେ କଳାହାଣ୍ଡି ଜିଲ୍ଲାର ମୋଟ ୧,୫୨,୯୮୪ ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସର୍ବମୋଟ ୩୦ କୋଟି ୫୯ ଲକ୍ଷ ୬୮ ହଜାର ଟଙ୍କା ପ୍ରଦାନ କରାଯାଇଛି। ସେହିପରି ଆଜି ସମଗ୍ର ଓଡ଼ିଶାର ୩୫ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କ ଜମାଖାତାରେ ୭୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜମା କରାଯାଇଛି।

ଜିଲ୍ଲାସ୍ତରୀୟ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ଜୟ ଶଙ୍କର ନାୟକ, ସିଡିଏଓ (CDAO) ପ୍ରମୋଦ ବଡ଼ପଣ୍ଡା, କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ଅମିତାଭ ପଣ୍ଡା, ଡିଡିଏଚ (DDH) ଅଜୟ ପଣ୍ଡା, ଡିଆଇପିଆରଓ (DIPRO) ମନୋଜ ବେହେରା ଏବଂ ଡିଡି ପ୍ଲାନିଂ ଶ୍ରୀକାନ୍ତ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଭବାନୀପାଟଣା ଜିଲ୍ଲା କୃଷି ଅଧିକାରୀ ଅଜିତ ମହାପାତ୍ର, ଧର୍ମଗଡ଼ ଜିଲ୍ଲା କୃଷି ଅଧିକାରୀ ଦିପ୍ତିମୟୀ ବାରିକଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା କୃଷି ବିଭାଗର କର୍ମଚାରୀ, ବହୁ ସଂଖ୍ୟକ ଚାଷୀ ଏବଂ ଏସଏଚଜି (SHG) ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିଥିଲେ। ସହକାରୀ କୃଷି ଅଧିକାରୀ ସୋନାଲୀ ମହାପାତ୍ର କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ସଞ୍ଚାଳନ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0
Rohit Kumar Nial

State Secretary of KWMI

Comments (0)

User