ନଳକୂପ ଅଚଳ.. ପାଣି ପାଇଁ ଡହଳବିକଳ ଲୋକେ
**ନଳକୂପ ଅଚଳ, ବର୍ଷା ଦିନେ ବି ମିଳୁ ନାହିଁ ପାଣି**
କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ର ସ୍ଥାନୀୟ ଆସନା ପଞ୍ଚାୟତ ଆମ୍ବଗୁଡ଼ା କିଷାନ ସାହିରେ ନଳକୂପ ଅଚଳ ରହିଛି l ଦୁଇ ସପ୍ତାହରୁ ଅଧିକ ହେଲାଣି ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ସାହିବାସୀ I ଏହି ସାହିରେ ୧୫ ପରିବାର ପାଇଁ ରହିଛି ଗୋଟିଏ ନଳକୂପ l ପାଞ୍ଚବର୍ଷ ତଳେ ନଳକୂପ ଖନନ ସମୟରେ ହୋଇଥିବା ପ୍ଲାଟଫର୍ମର ଚିହ୍ନବର୍ଣ୍ଣ ନାହିଁ I ସିମେଣ୍ଟ କଂକ୍ରିଟ ବାହାରି ଦୁଇ ଫୁଟର ଗାତ ହୋଇଛି l ବହୁ ସମୟ ମାରିବା ପରେ ହାଣ୍ଡିଏ ମିଳୁଛି ତାହା ବି ଗୋଳିଆ ପାଣି I ପ୍ଲାଟଫର୍ମ ହେଉ କି ନ ହେଉ ଅନ୍ତତଃ ମରାମତି ହୋଇ ସଫାପାଣି ମିଳିଲେ ପାଣି ସମସ୍ୟା ଦୂର ହେବ I ସରପଞ୍ଚଙ୍କୁ ବହୁବାର କହିଲେଣି ହେଲେ ମରାମତି ହେଉନାହିଁ I ସାହି ଠାରୁ ୩ ଶହ ମିଟରରୁ ଅଧିକ ଦୂରବାଟ ଅନ୍ୟ ଏକ ସାହିରୁ ପାଣି ଆଣୁଛନ୍ତି I ପୂର୍ବରୁ ପଞ୍ଚାୟତରୁ ଏସଇଏମ ମାନେ ମରାମତି କରୁଥିବାରୁ ଶୀଘ୍ର ମରାମତି ହୋଇ ଯାଉ ଥିଲା ଏବେ କିନ୍ତୁ ବ୍ଲକରୁ ମରାମତି ଟିମ ଆସି ମରାମତି କରୁଥିବାରୁ ବହୁ ବିଳମ୍ବ ହେଉଥିବା ଲୋକେ କହିଛନ୍ତି l ଏ ନେଇ ଜେଇ ଗୀତାଞ୍ଜଳି ହୁଇକାଙ୍କୁ ଯୋଗାଯୋଗ କରିଥିଲୁ ଫୋନ ନ ଲାଗିବାରୁ ପ୍ରତିକ୍ରିୟା ମିଳି ପାରିନାହିଁ l
ନିରଞ୍ଜନ ପାଣି ଙ୍କ ରିପୋର୍ଟ
What's Your Reaction?
Like
1
Dislike
0
Love
1
Funny
0
Wow
0
Sad
0
Angry
0
Comments (0)