ଲଷ୍ମୀ ବିକାଶ ଶିକ୍ଷାନୁଷ୍ଠାନ ପକ୍ଷରୁ ଜାତୀୟ ଏକତା ଦିବସ ପାଳନ

Oct 31, 2026 - 20:38
0 20
ଲଷ୍ମୀ ବିକାଶ ଶିକ୍ଷାନୁଷ୍ଠାନ ପକ୍ଷରୁ ଜାତୀୟ ଏକତା ଦିବସ ପାଳନ

*ଲକ୍ଷ୍ମୀ ବିକାଶ ଶିକ୍ଷାନୁଷ୍ଠାନ ପକ୍ଷରୁ ଜାତୀୟ ଏକତା ଦିବସ ରାଲି*

*ଶୋଭାଯାତ୍ରାରେ ସାମିଲ ହେଲେ ବହୁ ଶିକ୍ଷାନୁଷ୍ଠାନ ଓ ସାମାଜିକ ସଂଗଠନ*

କଳାହାଣ୍ଡି/କଳିଙ୍ଗ ଦର୍ପଣ (କବିରାଜ ଦୁର୍ଗା)ଭବାନୀପାଟଣା, ୩୧/୧୦: ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଲକ୍ଷ୍ମୀ ବିକାଶ ଶିକ୍ଷାନୁଷ୍ଠାନ ପକ୍ଷରୁ ଶନିବାର ଏକ ବିଶାଳ ଜାତୀୟ ଏକତା ରାଲି ଆୟୋଜିତ ହୋଇଥିଲା।

ଭବାନୀପାଟଣାର ନକଟିଗୁଡ଼ା ଆମ୍ବେଦକର ଛକରୁ ଆରମ୍ଭ ହୋଇଥିବା ଏହି ରାଲି ବାଲାଜୀ ମନ୍ଦିର, ବସଷ୍ଟାଣ୍ଡ ଓ ଘୋଡ଼ାଘାଟ ଛକ ଦେଇ ଗାନ୍ଧୀ ଛକଠାରେ ଶେଷ ହୋଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ରିବନ କାଟି ସବୁଜ ପତାକା ଦେଖାଇ ରାଲିର ଶୁଭାରମ୍ଭ କରିଥିଲେ।

ଏହି ରାଲିରେ ବିକାଶ ଆବାସିକ ବିଦ୍ୟାଳୟ, ବିକାଶ ହାୟର ସେକେଣ୍ଡାରୀ ସ୍କୁଲ, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବିକାଶ ଡିଗ୍ରୀ କଲେଜ, ବିବିଏ, ବିସିଏ ଓ ବିକାଶ ନର୍ସିଂର ଛାତ୍ରଛାତ୍ରୀଙ୍କ ସମେତ ଏନସିସି, ଏନଏସଏସ, ଜୁନିୟର ରେଡକ୍ରସ ଓ ଇକୋ କ୍ଲବର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। ଏଥିସହ ସତ୍ୟସାଇ ଶିକ୍ଷାନୁଷ୍ଠାନ, ଶାସ୍ତ୍ରୀଜୀ ଶିକ୍ଷାନୁଷ୍ଠାନ, ଗ୍ରୀନ ଭ୍ୟାଲି ପବ୍ଲିକ ସ୍କୁଲ, ମାରୱାଡ଼ି ଯୁବମଞ୍ଚ, ମାରୱାଡ଼ି ଜାଗୃତି ମହିଳା ମଞ୍ଚ, କଳାହାଣ୍ଡି ଦଳିତ ମଞ୍ଚ ଓ ବିଭିନ୍ନ ସାଂସ୍କୃତିକ ସଂଗଠନ ସାମିଲ ହୋଇଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ , ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ସନାତନ ମହାରଣା ଯୋଗଦେଇଥିଲେ। ଲକ୍ଷ୍ମୀ ବିକାଶ ଅନୁଷ୍ଠାନର ମୁଖ୍ୟ ଶିକ୍ଷା ଅଧିକାରୀ ଡି. ବିଜୟା, ଡି. ପଦ୍ମିନୀ ଓ ମୁଖ୍ୟ ପ୍ରଶାସକ ଯୁବରାଜ ନାୟକଙ୍କ ସମେତ ବିଭିନ୍ନ ବିଭାଗର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଉପସ୍ଥିତ ଥିଲେ।

ଏହି ଅବସରରେ ଅତିଥିମାନେ ଦେଶର ଏକତ୍ରୀକରଣରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅବଦାନ ଓ ଜାତୀୟ ଏକତାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ ପ୍ରଦର୍ଶନ, ସ୍ଲୋଗାନ, ଦେଶାତ୍ମବୋଧକ ନୃତ୍ୟ ଓ 'ବିବିଧତାରେ ଏକତା' ଶୀର୍ଷକ ପଥପ୍ରାନ୍ତ ନାଟକ ମାଧ୍ୟମରେ ପଟେଲଙ୍କ ଅବଦାନକୁ ଉପସ୍ଥାପନ କରିଥିଲେ।

ଏଥିସହ 'ଏକ ଭାରତ, ଶ୍ରେଷ୍ଠ ଭାରତ' ଗଠନ ପାଇଁ ସାମୂହିକ ଶପଥ ପାଠ କରାଯାଇଥିଲା। ମୁଖ୍ୟ ଅତିଥିଙ୍କ ସମେତ ଅନ୍ୟ ଅତିଥି ଓ ଅଂଶଗ୍ରହଣକାରୀ ଅନୁଷ୍ଠାନଗୁଡ଼ିକୁ ଉପଢ଼ୌକନ ଓ ସ୍ମୃତିଫଳକ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

ରାଲିକୁ ଭବାନୀପାଟଣା ସହରବାସୀଙ୍କ ପକ୍ଷରୁ ବ୍ୟାପକ ସମର୍ଥନ ମିଳିଥିବା ବେଳେ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User