ଭୋଟର ତାଲିକା ପ୍ରସ୍ତୁତି ଏବଂ ସଂଶୋଧନ ପାଇଁ ସର୍ଭେ
*ଭୋଟର ତାଲିକା ପ୍ରସ୍ତୁତି ଓ ସଂଶୋଧନ ପାଇଁ ଘରକୁ ଘର ସର୍ଭେ ପ୍ରଶିକ୍ଷଣ*
*ଯୋଗ୍ୟ ନାଗରିକଙ୍କ ନାମ ସାମିଲ ଓ ତଥ୍ୟର ସଠିକତା ଯାଞ୍ଚ ଉପରେ ଗୁରୁତ୍ୱ*

କଳାହାଣ୍ଡି/କଳିଙ୍ଗ ଦର୍ପଣ (କବିରାଜ ଦୁର୍ଗା), ଭବାନୀପାଟଣା, ୧୦/୧୦/୨୦୨୬: ଭୋଟର ତାଲିକା ପ୍ରସ୍ତୁତି ଓ ଅଦ୍ୟତନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଘରକୁ ଘର (D2D) ସର୍ଭେ ସମ୍ପର୍କିତ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶନିବାର ପୂର୍ବାହ୍ନ ୯ଟାରେ ଭବାନୀପାଟଣାସ୍ଥିତ ଜିଲ୍ଲା ପରିଷଦ ବୈଠକ ଗୃହରେ ଅନୁଷ୍ଠିତ ହୋଇଯାଇଛି।
ନିର୍ବାଚନ ଭୋଟର ତାଲିକାରେ ଯୋଗ୍ୟ ନାଗରିକଙ୍କ ନାମ ସାମିଲ କରିବା ସହ ତାଲିକାରେ ଥିବା ତଥ୍ୟର ସଠିକତା ଯାଞ୍ଚ ଏବଂ ଆବଶ୍ୟକ ସଂଶୋଧନ କରିବା ଏହି ଘରକୁ ଘର ସର୍ଭେର ମୁଖ୍ୟ ଉଦ୍ଦେଶ୍ୟ। ଏହାଦ୍ୱାରା ଭୋଟର ତାଲିକାକୁ ଅଧିକ ନିର୍ଭୁଲ ଓ ଅଦ୍ୟତନ କରିବା ସହ ଯୋଗ୍ୟ ନାଗରିକମାନଙ୍କୁ ଭୋଟର ତାଲିକାରେ ସାମିଲ କରିବା ପ୍ରକ୍ରିୟାକୁ ସୁଗମ କରାଯାଇପାରିବ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ, ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଶ୍ରୀ ଦାସ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ନିର୍ବାଚନ ଡେପୁଟି କଲେକ୍ଟର ଲମ୍ବୋଦର ନାୟକ, ଡେପୁଟି କଲେକ୍ଟର ଶ୍ରୀମତୀ ପ୍ରଧାନ ଏବଂ ଜିଲ୍ଲା ପଞ୍ଚାୟତ ଅଧିକାରୀ ବିଶ୍ୱନାଥ ରାଉତଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ), ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ଏବିଡିଓ), ଗୋଷ୍ଠୀ ଉନ୍ନୟନ ଓ ପଞ୍ଚାୟତ ସମ୍ପର୍କିତ ଅଧିକାରୀ (ଜିପିଡିଓ), ବୁଥ୍ସ୍ତରୀୟ ଅଧିକାରୀ (ବିଏଲ୍ଓ), ସୁପରଭାଇଜର, ବିଭିନ୍ନ ଏନ୍ଏସି ଓ ପୌରପାଳିକାର ନିର୍ବାହୀ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଯୋଗଦେଇଥିଲେ।
ଏହି ପ୍ରଶିକ୍ଷଣ ମାଧ୍ୟମରେ ଭୋଟର ତାଲିକା ସମ୍ପର୍କିତ ଘରକୁ ଘର ସର୍ଭେ କାର୍ଯ୍ୟକୁ ସଠିକ୍ ଭାବେ ସମ୍ପାଦନ କରିବା ଏବଂ ତାଲିକାର ନିର୍ଭୁଲତା ବଜାୟ ରଖିବା ଦିଗରେ ଅଧିକାରୀମାନଙ୍କୁ ଆବଶ୍ୟକ ମାର୍ଗଦର୍ଶନ ପ୍ରଦାନ କରାଯାଇଥିଲା।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)