ସରସ୍ବତୀ ଶିଶୁ ମନ୍ଦିର ଆନନ୍ଦପୁର ରେ ବନ୍ଦେ ଭାରତମ ସାମୁହିକ କାର୍ଯ୍ୟକ୍ରମ
*ସରସ୍ବତୀ ଶିଶୁ ମନ୍ଦିର , ଆନନ୍ଦପୁରରେ ପବିତ୍ର ବନ୍ଦେମାତରମ୍ ସାମୂହିକ ଗାୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି*
କଳିଙ୍ଗ ଦର୍ପଣ /ସତ୍ୟ ଦାସ /ଆନନ୍ଦପୁର

ବିଦ୍ୟାଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନଙ୍କ ନମାମି ଭାରତମ୍ କାର୍ଯ୍ୟକ୍ରମ ଅନୁଯାୟୀ ବନ୍ଦେ ମାତରମ୍ ସାମୂହିକ ଗାୟନ ଅଦ୍ୟ ତା ୨୫/୦୯/୨୬ ରିଖ ପ୍ରାତଃ ୧୧ଘଟିକା ସମୟରେ ଶିଶୁ ମନ୍ଦିର ଆନନ୍ଦପୁରର ବୌଦ୍ଧିକ ମଣ୍ଡପଠାରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଅଧିକାରୀ , ଗୁରୁଜୀ ଗୁରୁମା ଓ ଦିବା ପର୍ଯ୍ୟାୟର ୩୧୦ଜଣ ଛାତ୍ରଛାତ୍ରୀ ଉପସ୍ଥିତ ରହି ବନ୍ଦେ ମାତରମ୍ ସାମୂହିକ ଗାନ କରିଥିଲେ । ବନ୍ଦେ ମାତରମ୍ ଗାନ ପରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଶଶିଭୂଷଣ ମହାପାତ୍ର ( ବିଦ୍ୱତ୍ ପରିଷଦର ସଭାପତି ) ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ । ମୁଖ୍ୟ ବକ୍ତା ଭାବେ ନିରାକାର ସାହୁ ( ଆନନ୍ଦପୁର ସଙ୍କୁଳ ପ୍ରମୁଖ ) ବନ୍ଦେ ମାତରମ୍ ର ୧୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଗୋବିନ୍ଦଚନ୍ଦ୍ର ତ୍ରିପାଠୀ (ପରିଚାଳନା ସମିତିର ସମ୍ପାଦକ) ଓ ସୁବାଷ ଚନ୍ଦ୍ର ବେହେରା (ସଦସ୍ୟ) ବନ୍ଦେ ମାତରମ୍ ଗାନ ଓ ସ୍ବଦେଶ ପ୍ରୀତିର ବାର୍ତ୍ତା ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ସାହୁ ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ କରିଥିଲେ । ଗୁରୁମା ମାନସ ମଞ୍ଜରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଗୁରୁଜୀ ହେମନ୍ତ କୁମାର ସାହୁ ପଙ୍କଜ କୁମାର ମହାନ୍ତି , ହରେକୃଷ୍ଣ ପତି , ବିଶ୍ୱଜିତ୍ ଖୁଣ୍ଟିଆ , ବଳରାମ ସେନାପତି , ଗୁରୁମା କିରଣବାଳା ବେହୂରିଆ , ସ୍ମୃତିରେଖା ଚାନ୍ଦ, ଅନ୍ଵେଷିତା ସାହୁ , ତୃପ୍ତି ରାଣୀ ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)