ଖଲ୍ଲିକୋଟ ରେ ଷଷ୍ଠୀ ଓଷା ଏବଂ ବିଶ୍ୱକର୍ମା ପୂଜା ମହା ସମାରୋହରେ ପାଳିତ

Sep 18, 2026 - 17:44
Updated: 1 month ago
0 57
ଖଲ୍ଲିକୋଟ ରେ ଷଷ୍ଠୀ ଓଷା ଏବଂ ବିଶ୍ୱକର୍ମା ପୂଜା ମହା ସମାରୋହରେ ପାଳିତ

ଖଲ୍ଲିକୋଟ ରେ ଷଷ୍ଠୀ ଓଷା ,ବିଶ୍ଵକର୍ମା ପୂଜା ପାଳିତ 

ଗଞ୍ଜାମ: ଖଲ୍ଲିକୋଟ /ଶିବରାମ ଜେନା , କଳିଙ୍ଗ ସମ୍ବାଦ 

ଖଲ୍ଲିକୋଟ:୧୭/୦୯ : ଆଜି ହେଉଛି କନ୍ୟା ସଂକ୍ରାନ୍ତି,

ବିଶ୍ଵକର୍ମା ପୂଜା, ଷଷ୍ଠୀଓଷା ବ୍ରତ, ଲଳିତା ସପ୍ତମୀ,କୁକୁଟୀ

ବ୍ରତ, ତଥା ସୋମନାଥ ଵ୍ରତାରମ୍ଭ । ଏ ଅବସରରେ ପଲ୍ଲୀ 

ଠାରୁ ସହର ରେ ଘରେ ଘରେ ପୂଜା ପାଇଥିଲେ ମା ଷଷ୍ଠୀ 

ଦେଵୀ ଯାହାକି ଷଷ୍ଠୀ ଓଷା ବ୍ରତ ବୋଲି ନାମିତ ହୋଇଥାନ୍ତି। ତା ସହିତ ବିଶେଷ ଆକର୍ଷଣୀୟ ଦୃଶ୍ୟ 

ଦେଖିବାକୁ ମିଳିଛି ଶ୍ରୀ ବିଶ୍ଵକର୍ମା ପୂଜା ର ବିଭିନ୍ନ ସ୍ଥାନରେ 

ଚାଲିଥିବା ପୂଜାର୍ଚ୍ଚନା । ଖଲ୍ଲିକୋଟ ରେ ବିଭିନ୍ନ କାରିଗରୀ ହାତତିଆରି କଳାକୃତି କୁ ଆବୋରି ନେଇଥିବା ଗାଡ଼ି ମାଲିକ ସଂଘ, ମହାରଣା ସଂଘ, ଜଳଯୋଗାଣ ବିଭାଗ 

ର ଅନୁଷ୍ଠାନ ରେ ଶ୍ରୀ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଯାଇଅଛି। ଖଲ୍ଲିକୋଟ ର ବାଲୁଙ୍କେଶ୍ୱର ମନ୍ଦିର 

ନିକଟରେ ଥିବା କାର୍ , ବୋଲର, ଟେକ୍ସି ସମ୍ବନ୍ଧୀୟ 

ଗାଡ଼ି ମାଲିକ ଓ ଡ଼୍ରାଇଭର ମାନେ ବିଶ୍ଵକର୍ମା ମୂର୍ତ୍ତି 

ବସାଇ ପୂଜା କରିଥିଲେ। ମର୍ଦ୍ଦରାଜ ଶିଶୁ ଉଦ୍ୟାନ ପାଖରେ ଅଛି ଜଳଯୋଗାଣ ବିଭାଗ ଏଠାରେ ପ୍ରତିବର୍ଷ 

ପରି ଏବର୍ଷ ମଧ୍ୟ ମହାଆଡମ୍ବର ରେ ପୂଜା କାର୍ଯ୍ୟ କ୍ରମ 

ଚାଲିଥିବା ଜଣାପଡିଛି। ଏତଦବ୍ୟତୀତ ଖଲ୍ଲିକୋଟ 

ବ୍ଳକ୍ ଅନ୍ତର୍ଗତ କେଶ ପୁର ରେ ମହାରଣା ସଂଘ ତଥା 

ବିଶ୍ଵକର୍ମା କୁଳର କାରିଗରୀ ମାନେ ବିଶ୍ଵକର୍ମା ପୂଜା କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅବସର

ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଭାସ୍କର ମହାରଣା, ଗଞ୍ଜାମ ଜିଲ୍ଲା 

ବିଶ୍ଵକର୍ମା ସମାଜ ତଥା ରାଜ୍ୟ ଉପଦେଷ୍ଟା ଶ୍ରୀ ଦୟାନିଧି 

ମହାରଣା, ସୁଦର୍ଶନ ମହାରଣା, ପଦ୍ମନାଭ ମହାରଣା 

ବାଉରୀବନ୍ଧୁ ମହାରଣା, ଅଭିମନ୍ୟୁ ମହାରଣା, କିଶୋର 

ମହାରଣା, ଶିବାନୀ ମହାରଣା, ନରୋତ୍ତମ ମହାରଣା,

ବୁଲୁ ମହାରଣା, କବିରାଜ ମହାରଣା, ପ୍ରଭାକର ମହାରଣା ଉପସ୍ଥିତ ଥିବା ବେଳେ ସେଠାକାର ବୁଦ୍ଧିଜୀବୀ ତଥା ଯାନିଯାତ୍ରା ପର୍ବ ପର୍ବାଣୀ ଗୁଡିକ ରେ ସହଯୋଗୀ ମାନଙ୍କ

ମଧ୍ୟରେ ଶଙ୍କର ପାହାନ,ଭୋଳାପାହାନ,ଅନାଥ ପାହାନ,

ରାଜୁଚଣ୍ଡ,ଙ୍କ ସମେତ ଅନ୍ୟାନ୍ୟ

ମାନେ ଉପସ୍ଥିତ ଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User