ଗ୍ରିକ..କବିତା... ସ୍ପେନିସ ଏବଂ ଫରାସୀ ଭାଷାରେ ଅନୁବାଦିତ
*ଡକ୍ଟର ଭବାନୀ ଶଙ୍କର ନିଆଲଙ୍କ କବିତା ଗ୍ରୀକ୍, ସ୍ପେନିସ୍ ଓ ଫରାସୀ ଭାଷାରେ ଅନୁଦିତ*
*ଓଡ଼ିଆ ସାହିତ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ମିଳୁଛି ନୂଆ ପରିଚୟ*କବିରାଜ ଦୁର୍ଗା #କଳିଙ୍ଗ ସମ୍ବାଦ

କଳାହାଣ୍ଡି/କଳିଙ୍ଗ ସମ୍ବାଦ (କବିରାଜ ଦୁର୍ଗା)ଭବାନୀପାଟଣା: କଳାହାଣ୍ଡି ମାଟିର ଗର୍ବ ତଥା ବିଶିଷ୍ଟ ଶିକ୍ଷାବିତ୍ ଓ ସାହିତ୍ୟିକ ଡକ୍ଟର ଭବାନୀ ଶଙ୍କର ନିଆଲଙ୍କ ସାହିତ୍ୟକୃତି ପୁଣିଥରେ ଅନ୍ତର୍ଜାତୀୟ ସ୍ତରରେ ନୂଆ ପରିଚୟ ହାସଲ କରିଛି। ତାଙ୍କ ଚର୍ଚ୍ଚିତ କବିତା ‘ପ୍ରେମରେ’ ଗ୍ରୀକ୍, ସ୍ପେନିସ୍ ଓ ଫରାସୀ—ଏହି ତିନିଟି ଅନ୍ତର୍ଜାତୀୟ ଭାଷାରେ ଅନୁଦିତ ହୋଇଛି।
ଏହି ଅନୁବାଦ କରିଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପ୍ରଫେସର ଆଇରିନ୍ ଡୁରା-କାଭାଡିଆ। ସେ ଏକାଡେମୀ ଲାଙ୍ଗୁଏଜ୍ ସେଣ୍ଟରର ପ୍ରିନ୍ସିପାଲ୍/ସିଇଓ, ରାଇଟର୍ସ କ୍ୟାପିଟାଲ୍ ଇଣ୍ଟରନ୍ୟାସନାଲ୍ ଫାଉଣ୍ଡେସନର ମହାସଚିବ ଏବଂ ରାଇଟର୍ସ ଇଣ୍ଟରନ୍ୟାସନାଲ୍ ଏଡିସନର ମୁଖ୍ୟ ସମ୍ପାଦିକା ଭାବେ କାର୍ଯ୍ୟରତ ଅଛନ୍ତି।
ସୂଚନାନୁସାରେ, ଡକ୍ଟର ନିଆଲଙ୍କ କବିତା ଏପର୍ଯ୍ୟନ୍ତ ବିଶ୍ୱର ୨୬ଟି ଭାଷାରେ ଅନୁଦିତ ହୋଇସାରିଛି। ଜଣେ ଓଡ଼ିଆ ସାହିତ୍ୟିକଙ୍କ ସୃଜନଶୀଳତାର ଏଭଳି ବିଶ୍ୱବ୍ୟାପୀ ସ୍ୱୀକୃତି ଓଡ଼ିଆ ସାହିତ୍ୟ ପାଇଁ ନିଶ୍ଚିତ ଭାବେ ଗୌରବର ବିଷୟ।
ଡକ୍ଟର ନିଆଲଙ୍କ ଏହି ଅନ୍ତର୍ଜାତୀୟ ସାହିତ୍ୟିକ ସଫଳତା କେବଳ କଳାହାଣ୍ଡି ନୁହେଁ, ସମଗ୍ର ଓଡ଼ିଶାର ସାହିତ୍ୟ ଜଗତ ପାଇଁ ଗର୍ବର କଥା। ତାଙ୍କର ଏହି ସଫଳତା କଳାହାଣ୍ଡିର ଯୁବ ସାହିତ୍ୟିକ ଓ ସୃଜନଶୀଳ ପ୍ରତିଭାମାନଙ୍କୁ ନୂଆ ଦିଗରେ ଆଗେଇବା ପାଇଁ ପ୍ରେରଣା ଯୋଗାଇଛି।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)