ଜୟପାଟଣା ରେ ଫିଜିଓ ଥେରାପି ସେଣ୍ଟର ର ଶୁଭ ଉଦଘାଟନ କଲେ ବିଧାୟକ
ଜୟପାଟଣାରେ ପ୍ରଥମ ଥର ପାଇଁ ଫିଜିଓଥେରାପି ସେବାର ଶୁଭାରମ୍ଭ
ମହାବୀରପଡ଼ାରେ ମିଳିବ ଉନ୍ନତ ଚିକିତ୍ସା ସୁବିଧା, ଜନସାଧାରଣଙ୍କ ମଧ୍ୟରେ ଖୁସି
ଜୟପାଟଣା, ପ୍ରତିନିଧି: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକରେ ପ୍ରଥମ ଥର ପାଇଁ ଫିଜିଓଥେରାପି ସେବାର ଶୁଭାରମ୍ଭ ହୋଇଛି। ଜୟପାଟଣା ମହାବୀରପଡ଼ାଠାରେ ଏହି ଫିଜିଓଥେରାପି ସେବା ଆରମ୍ଭ ହୋଇଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।
ଲାଞ୍ଜିଗଡ଼ ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରୀଙ୍କ ସମେତ ବ୍ରଜେନ୍ଦ୍ର ପାତ୍ରୋଶୀ, ସତ୍ୟନାରାୟଣ ଅଗ୍ରୱାଲ, ବୀରକିଶୋର ପଣ୍ଡା, ଘାସିରାମ ଅଗ୍ରୱାଲ, ହୀରାଲାଲ ପଣ୍ଡା, ସୁବାସ ଅଗ୍ରୱାଲ ଓ କଳାବତୀ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ଏହି ସେବାର ଶୁଭାରମ୍ଭ କରିଥିଲେ।
ଫିଜିଓଥେରାପି ସେବାର ଅଭାବ ଯୋଗୁଁ ଜୟପାଟଣା ଅଞ୍ଚଳର ଅନେକ ଲୋକଙ୍କୁ ଚିକିତ୍ସା ପାଇଁ ଭବାନୀପାଟଣା ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ଦୂରତା, ଯାତାୟାତ ଖର୍ଚ୍ଚ ଓ ସମୟ ଯୋଗୁଁ ରୋଗୀ ଏବଂ ପରିବାରବର୍ଗ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ।
ଏବେ ଜୟପାଟଣା ମହାବୀରପଡ଼ାରେ ଏହି ସେବା ଉପଲବ୍ଧ ହେବା ଫଳରେ ସ୍ଥାନୀୟ ଲୋକଙ୍କୁ ଆଉ ଫିଜିଓଥେରାପି ଚିକିତ୍ସା ପାଇଁ ଭବାନୀପାଟଣା ଯିବାର ଆବଶ୍ୟକତା ଅନେକ ଅଂଶରେ କମିପାରିବ। ଏହି ସେବା ଜୟପାଟଣା ଅଞ୍ଚଳର ରୋଗୀ, ବୃଦ୍ଧ ଓ ଶାରୀରିକ ପୁନର୍ବାସନ ଆବଶ୍ୟକ କରୁଥିବା ଲୋକଙ୍କ ପାଇଁ ଉପକାରୀ ହେବ ବୋଲି ଆଶା କରାଯାଉଛି।
ଜୟପାଟଣାରେ ଏଭଳି ଏକ ଆବଶ୍ୟକୀୟ ଚିକିତ୍ସା ସେବା ଆରମ୍ଭ ହୋଇଥିବାରୁ ଅଞ୍ଚଳବାସୀଙ୍କ ପକ୍ଷରୁ ଏହି ପଦକ୍ଷେପକୁ ସ୍ୱାଗତ କରା



ଯାଇଛି।
What's Your Reaction?
Like
3
Dislike
0
Love
4
Funny
0
Wow
0
Sad
0
Angry
0
Comments (0)