ପୁଣି ଚର୍ଚ୍ଚା ରେ କାଶୀପୁର ବ୍ଲକ, କେବେ ସୁଧୁରିବ ସ୍ୱାସ୍ଥ୍ୟ ବିଭlଗ, କ୍ବାକଙ୍କ ଭରସାରେ ରୋଗୀ, କିଛି ଦିନ ଭିତରେ ରେ ଚାଲିଗଲା ୨ ଶିଶୁଙ୍କ ଜୀବନ!, 20 ଜଣ ରୋଗୀ ବର୍ତ୍ତମାନ ଡାକ୍ତର ଖାନା ରେ ଭର୍ତି ହୋଇଛନ୍ତି l



-କାଶୀପୁର ବ୍ଲକ ର ଉପାନ୍ତ ଅଂଚଳ ଡ଼ଙ୍ଗାସିଲ ପଂଚାୟତ ର ଯୁବାପଦର ଗ୍ରାମ ରେ ଜ୍ୱର ରେ ଦୁଇ ଗୋଟି ଶିଶୁ ଙ୍କ ଜୀବନ ଚାଲିଗଲା, କ୍ଵାକ ଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ଦୁଇ ଶିଶୁ ର ଜୀବନ ଚାଲିଗଲl ବୋଲି ଅଭିଯୋଗ ଆସିଛି l
ମୃତ ଶିଶୁ ହେଲେ ଖଗେଶ୍ୱର ମାଝୀଙ୍କ ୬ ବର୍ଷର ପୁଅ ସୁବାସ ମାଝୀ ଏବଂ ଦୁର୍ଯ୍ୟ ପୂଜାରୀଙ୍କ ୪ ବର୍ଷର ପୁଅ ହଳଧର ପୂଜାରୀ। ଗ୍ରାମ ର 20 ରୁ ଅଧିକl ଲୋକ ଜ୍ୱର ରେ ପୀଡିତ ଅଛନ୍ତି, ସେମାନଙ୍କୁ ଡାକ୍ତରୀ ଦଳ ଯାଇ ଚିକିତ୍ସା କରିବା ସହ କିଛି ଲୋକଙ୍କୁ ଉତ୍କଳ ହସ୍ପିଟାଲ ଅଣା ଯାଇ ଚିକିଛା କରାଯାଉଛି l ପ୍ରକାଶ ଥାଉକି ଯୁବlପଦର ଗ୍ରାମ ରେ 5ଟି ନଳକୂପ ଅଚଳ ଅବସ୍ଥା ରେ ଥିବା ବେଳେ ମାତ୍ର 2 ଗୋଟି ନଳକୂଅ କାର୍ଯ୍ୟ କରୁଛି, ସେଥିପାଇଁ ପାଇଁ ଲୋକ ମାନେ ନାଳ ପାଣି ଉପରେ ଭରଷା କରୁଛନ୍ତି l ଦୂଷିତ ପାଣି ପିଇ ଲୋକ ମାନେ ବିଭିନ୍ନ ରୋଗ ରେ ଆକ୍ରାନ୍ତ ହଉଛନ୍ତି l ନିକଟସ୍ଥ ଡ଼ଙ୍ଗାସିଲ ରେ ଦୀର୍ଘ ଦିନ ହେବ ଡାକ୍ତର ନାହାନ୍ତି l ମୃତ ଶିଶୁ ଙ୍କ ପରିବାର ଲୋକଙ୍କ ଅଭିଯୋଗ—କ୍ବାକଙ୍କ ଭୁଲ ଚିକିତ୍ସା ଏବଂ ଇଞ୍ଜେକସନ୍ ଯୋଗୁଁ ଦୁଇ ଶିଶୁଙ୍କ ଜୀବନ ଯାଇଛି lତୁରନ୍ତ ଡାକ୍ତର ନିଯୁକ୍ତି ସହ ପାନୀୟ ଜଳ, ଓ ଗମନା ଗମନ ର ସୁବିଧା ଯୋଗାଇ ଦେବା ପାଇଁ ସ୍ଥାନୀୟ ସରପଞ୍ଚ ଦାବି ଜଣେଇଛନ୍ତି l ରାୟଗଡା ରୁ ସୁବ୍ରତ ଚୌଧୁରୀ ଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
1
Angry
0
Comments (0)