ଜୁନାଗଡ଼ ୱାର୍ଡ ନଂ ୨ ରେ କୃତ୍ରିମ ବନ୍ୟା, ଦମକଳ ବାହିନୀର ସାହସିକ ଉଦ୍ଧାର
ଜୁନାଗଡ଼ (ପୂର୍ଣେନ୍ଦୁ କୁମାର ମାଝୀ, ଲକ୍ଷ୍ମଣ ପୋଡ଼ ଓ ଜଗନ୍ନାଥ ନାଏକ) କଳିଙ୍ଗ ସମ୍ବାଦ
ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନଂ ୨ ରେ ଗତକାଲି କୃତ୍ରିମ ବନ୍ୟା ସୃଷ୍ଟି ହୋଇଥିଲା। ଏହାର ପରିଣାମରେ କିଛି ପରିବାର ଜଳବନ୍ଦୀର ଶିକାର ହୋଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇ, ୱାର୍ଡ ନଂ ୨ ର କାଉନସିଲର ଶ୍ରୀ ସଚିନ ଅନ୍ଦାନୀ ତୁରନ୍ତ ଦମକଳ ବାହିନୀକୁ ଯୋଗାଯୋଗ କରିଥିଲେ।
ସୂଚନା ପାଇବା ପରେ ଜୁନାଗଡ଼ ଅଗ୍ନିଶମ ବିଭାଗର Office In-Charge ଶ୍ରୀ ସଂକୀର୍ତ୍ତନ ସାହୁ, GIC ଜଗଦୀଶ ମାଝୀ, ଡ୍ରାଇଭର ସରୋଜ କାନ୍ତ ବାରିକଙ୍କ ସହିତ ଅଗ୍ନିଯୋଧ୍ଧା ୩୨୮୭ ଗୋବର୍ଦ୍ଧନ ମିର୍ଦ୍ଧା, ୨୬୬୭ ଲିଙ୍ଗରାଜ ପ୍ରଧାନ, ୬୦୮ ଦିନମଣି ଭୋଇ, ୭୮୦ ସତ୍ୟମ ଶିବ ମାଝୀ ଓ ୧୩୯୯ ପ୍ରଶାନ୍ତ କୁମାର ଶବର ସାହସିକତା ସହ କାର୍ଯ୍ୟରେ ନିୟୋଜିତ ହୋଇଥିଲେ।
ଦମକଳ ବାହିନୀ ପକ୍ଷରୁ ଜଳବନ୍ଦୀ ପରିବାରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ସହିତେ, ମୋଟର ପମ୍ପ ସାହାଯ୍ୟରେ ଜଳ ନିଷ୍କାସନ କରି ବନ୍ୟା ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା।
ଜୁନାଗଡ଼ ଦମକଳ ବାହିନୀର ଏହି ତତ୍ପରତା ଓ ସାହସିକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ବିଶେଷ ପ୍ରଶଂସା କରାଯାଇଛି।
What's Your Reaction?
Like
2
Dislike
0
Love
1
Funny
0
Wow
0
Sad
0
Angry
0
Comments (1)