ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ବିତ୍ପାତ
ଲଗାଣ ବର୍ଷା ସାଙ୍ଗକୁ ପବନର ପ୍ରଭାବ ।
ରାସ୍ତା ଉପରେ ଉପୁଡ଼ି ପଡ଼ିଲା ବିରାଟ ଗଛ ।
କଳିଙ୍ଗ ସମ୍ବାଦ /ଶିବରାମ ଜେନା / ଗଞ୍ଜାମ ଜିଲ୍ଲା

ଖଲ୍ଲିକୋଟ-ମାନାପଲ୍ଲୀ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ବର୍ଷା ଓ ପବନ ଯୋଗୁଁ ରାସ୍ତା ଉପରେ ଗଛ ପଡ଼ି ଉଭୟ ପାର୍ଶ୍ୱରେ ଯାତାୟାତ ଠପ୍ ହୋଇଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ଖଲ୍ଲିକୋଟ ଅଗ୍ନିଶମ ବାହିନୀ । ଅଗ୍ନିଶମ ବାହିନୀ ପକ୍ଷରୁ ଗଛ କାଟି ରାସ୍ତା ସଫା କରିବା ସହ ଯାତାୟାତ ସ୍ୱାଭାବିକ କରିବାକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଲଗାଣ ବର୍ଷା ଓ ପବନ ମଧ୍ୟରେ ଅଗ୍ନିଶମ ବାହିନୀର ଏହି ତତ୍ପରତା ଯୋଗୁଁ ଖୁବଶୀଘ୍ର ରାସ୍ତା ସ୍ୱାଭାବିକ ହେବା ନେଇ ଆଶା କରାଯାଉଛି ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)