ପ୍ରବଳ ବର୍ଷା କୁ ଆଶଙ୍କା କରି 23ତାରିଖ ରେ କଳାହାଣ୍ଡି ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ଘୋଷଣା
*🌧️ ପ୍ରବଳ ବର୍ଷା ଆଶଙ୍କା: କଳାହାଣ୍ଡିରେ ୨୩ ସେପ୍ଟେମ୍ବରରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ*
ଭବାନୀପାଟଣା, ୨୨/୦୯/୨୦୨୬
*ଗଙ୍ଗାରାମ ସୁନା-କଳିଙ୍ଗ ସମ୍ବାଦ*
କଳାହାଣ୍ଡି ଜିଲ୍ଲାରେ ଆସନ୍ତା ୨୩ ସେପ୍ଟେମ୍ବର ୨୦୨୬ ତାରିଖରେ ପ୍ରବଳ ବର୍ଷା ହେବାର ଆଶଙ୍କା ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ସହାୟତାପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।
କଳାହାଣ୍ଡି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପକ୍ଷରୁ ଜାରି ଆଦେଶ ଅନୁଯାୟୀ, Elementary, Secondary, Higher Secondary School, OAV, KV, EMRS ସମେତ ସମସ୍ତ Anganwadi Centre (AWC) ୨୩ ସେପ୍ଟେମ୍ବରରେ ବନ୍ଦ ରହିବ।
ତେବେ ଏହି ଛୁଟି କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ। ଶିକ୍ଷକ ଓ କର୍ମଚାରୀମାନେ ସାଧାରଣ ଭାବେ ବିଦ୍ୟାଳୟରେ ଉପସ୍ଥିତ ରହି ବକେୟା କାର୍ଯ୍ୟ ସମ୍ପାଦନ କରିବେ ବୋଲି ଆଦେଶରେ ଉଲ୍ଲେଖ ରହିଛି।

ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ମୁଖ୍ୟଙ୍କୁ ଏହି ଆଦେଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)