ଜୁନାଗଡ଼ ରେ ବିଭିନ୍ନ ସ୍ଥାନରେ ମହାଆଡମ୍ବରରେ ଗଜାନନଙ୍କ ପୂଜା ସମ୍ପୂର୍ଣ

Sep 15, 2026 - 22:33
0 70
ଜୁନାଗଡ଼ ରେ ବିଭିନ୍ନ ସ୍ଥାନରେ ମହାଆଡମ୍ବରରେ ଗଜାନନଙ୍କ ପୂଜା ସମ୍ପୂର୍ଣ
ଜୁନାଗଡ଼ ରେ ବିଭିନ୍ନ ସ୍ଥାନରେ ମହାଆଡମ୍ବରରେ ଗଜାନନଙ୍କ ପୂଜା ସମ୍ପୂର୍ଣ
ଜୁନାଗଡ଼ ରେ ବିଭିନ୍ନ ସ୍ଥାନରେ ମହାଆଡମ୍ବରରେ ଗଜାନନଙ୍କ ପୂଜା ସମ୍ପୂର୍ଣ

ଜୁନାଗଡ଼ରେ ଆଡମ୍ବରରେ ଗଣେଶ ପୂଜା, ନୂଆଁଖାଇରେ ଜମିଲା ଭକ୍ତଙ୍କ ଭିଡ଼

କଳିଙ୍ଗ ସମ୍ବାଦ / ଜୁନାଗଡ଼ /କଳାହାଣ୍ଡି 

ଜୁନାଗଡ଼(ପୂର୍ଣେନ୍ଦୁ କୁମାର ମାଝୀ, ଲକ୍ଷ୍ମଣ ପୋଡ଼ ସହ ଜଗନ୍ନାଥ ନାଏକ): ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ପ୍ରଭୁ ଶ୍ରୀ ବିଘ୍ନରାଜ ଗଣେଶଙ୍କ ପୂଜା ଅନୁଷ୍ଠିତ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହରରେ ଏହାକୁ ନେଇ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ସହରର ବିଭିନ୍ନ ପୂଜା ମଣ୍ଡପ ଓ ମେଢରେ ଶ୍ରଦ୍ଧା ଓ ଭକ୍ତିର ସହ ଶ୍ରୀ ଗଣେଶ ପୂଜା ପାଳିତ ହୋଇଛି।

ସହରର ବଡ଼ପଡ଼ା ପୂଜା କମିଟି (ବଡ଼ପଡ଼ା), ଶିବ ଶଙ୍କର କ୍ଲବ ପୂଜା କମିଟି (ବଜାରପଡ଼ା), ମଙ୍ଗଳ ମୂର୍ତ୍ତି ପୂଜା କମିଟି (ୱାର୍ଡ ନମ୍ବର-୨) ଏବଂ ଭାଗବତ ଗୁଡ଼ି ପୂଜା କମିଟି (ମଧ୍ୟମପଡ଼ା) ସମେତ ବିଭିନ୍ନ ମଣ୍ଡପରେ ଆକର୍ଷଣୀୟ ମେଢ ସାଙ୍ଗକୁ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଛି।

ଅନ୍ୟପଟେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ସହରରେ ଉତ୍ସବର ମାହୋଲ ଆହୁରି ଜମିଉଠିଛି। ଗଣେଶ ପୂଜା ଓ ନୂଆଁଖାଇ ଏକାସାଙ୍ଗେ ପଡ଼ିଥିବାରୁ ବିଭିନ୍ନ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼ ଓ ଜନସମାଗମ ବେଶ୍‌ ଦେଖିବାକୁ ମିଳିଛି। ଭକ୍ତମାନେ ମଣ୍ଡପକୁ ଯାଇ ପ୍ରଭୁ ଶ୍ରୀ ଗଣେଶଙ୍କ ଦର୍ଶନ କରି ଆଶୀର୍ବାଦ ଓ କୃପା ଲାଭ କରିଛନ୍ତି।

ଗଣେଶ ପୂଜା ଓ ନୂଆଁଖାଇର ମିଳିତ ଉତ୍ସବରେ ସମଗ୍ର ଜୁନାଗଡ଼ ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ବିଭିନ୍ନ ସ୍ଥାନରେ ଭକ୍ତିମୟ ପରିବେଶ ସାଙ୍ଗକୁ ଉତ୍ସାହ ଓ ଆନନ୍ଦର ମାହୋଲ ଦେଖିବାକୁ ମିଳିଛି।

What's Your Reaction?

Like Like 3
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User