ଧର୍ମ ପରାୟଣା ବରିଷ୍ଠ ମହିଳା ଙ୍କ ବିୟୋଗ ରେ ଆନନ୍ଦପୁର ରେ ଶୋକ

Oct 25, 2026 - 19:00
0 38
ଧର୍ମ ପରାୟଣା ବରିଷ୍ଠ ମହିଳା ଙ୍କ ବିୟୋଗ ରେ ଆନନ୍ଦପୁର ରେ ଶୋକ

*ବରିଷ୍ଠ ପରୋପକାରୀ ସମାଜସେବୀ ଙ୍କ ମୃତ୍ୟୁ ରେ ଆନନ୍ଦପୁର ଅଂଚଳରେ ଶୋକର ଛାୟା* 

କଳିଙ୍ଗ ଦର୍ପଣ //ଆନନ୍ଦପୁର //କେନ୍ଦୁଝର 

     ଆନନ୍ଦପୁର ପୌରାଞ୍ଚଳର 7 ନଂ ୱାରର ସ୍ୱର୍ଗତ ପୌରସ୍ତମ ରଣlଙ୍କ ଧର୍ମପତ୍ନୀ କମଳା ରଣା ବୟସ (୮୪ ବର୍ଷ ) ରେ ପରଲୋକ ହେଇଥିବା ସୂଚନା ମିଳିଛି ll ସ୍ବର୍ଗତ ପୌରସ୍ତମ ରଣl ଙ୍କ ପତ୍ନୀ କମଳା ରଣା ରବିବାର ଦିନ ସକାଳ ପାଞ୍ଚଟା ସମୟରେ ପରଲୋକ ଘଟିଥିବା ବେଳେ ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥ ହୋଇ ନିଜ ବାସ ଭବନରେ ଚିକିତ୍ସାଧିନ ଥିଲେ ll ତାଙ୍କର ମୃତ୍ୟୁ ପରେ ପରିବାରର ସମସ୍ତ ବନ୍ଧୁବର୍ଗ ଓ ବହୁ ମାନ୍ୟଜନ୍ୟ ବ୍ୟକ୍ତି ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ ll ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଏକମାତ୍ର ପୁଅ ରବୀନ୍ଦ୍ର କୁମାର ରଣା ସହ ତିନି ଜଣ ନାତି ଏବଂ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ll ବୈତରଣୀ କୂଳ ସ୍ମଶାନରେ ତାଙ୍କର ଶେଷକୃତ ସମ୍ପନ୍ନ ହୋଇଥିଲା ବେଳେ ତାଙ୍କର ପୁଅ ରବୀନ୍ଦ୍ର କୁମାର ରଣା ମୁଖାଗ୍ନି ଦେଇଥିଲେ ll ତାଙ୍କ ପରଲୋକରେ ଆନନ୍ଦପୁର ଅଂଚଳରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି ll

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Wow Wow 0
Sad Sad 1
Angry Angry 0

Comments (0)

User