କୁନ୍ଦୁରା ବ୍ଲକରେ ଓଡିଶା ବନ୍ଦର ପ୍ରଭାବ

Oct 08, 2026 - 18:47
0 38
କୁନ୍ଦୁରା ବ୍ଲକରେ ଓଡିଶା ବନ୍ଦର ପ୍ରଭାବ

**କୁନ୍ଦୁରା ବ୍ଲକରେ 12 ଘଣ୍ଟିଆ ବନ୍ଦ ର ପ୍ରଭାବ, ଦୋକାନ ବଜାର ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ** 

କଳିଙ୍ଗ ଦର୍ପଣ //ନିରଞ୍ଜନ ପାଣି 

 କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ରେ ଆଜି କଂଗ୍ରେସ ଦ୍ୱାରା ଡକାଯାଇଥିବା 12 ଘଣ୍ଟିଆ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି l କୁନ୍ଦୁରା ବ୍ଲକ କଂଗ୍ରେସ ସଭାପତି ଗୋକୁଳ ଚନ୍ଦ୍ର ପଟ୍ଟନାୟକ ଙ୍କ ନେତୃତ୍ୱରେ ଆଜି ଶତାଧିକ କଂଗ୍ରେସ କର୍ମୀ ଏକତ୍ରିତ ହୋଇ କୁନ୍ଦୁରା ସଦର, ସାଗରଗୁଡା, କାଳିଆକାଦ, ରାଇକୁନ୍ଦୁରା ବୁଲି ସମସ୍ତ ଦୋକାନ ବଜାର, ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ କରାଇଥିଲେ l ଜରୁରୀ କାଳୀନ ସ୍ୱାସ୍ଥ୍ୟ ସେବା, ଆମ୍ବୁଲାନ୍ସ ଆଦି କୁ ଛାଡିବା ସହ ଅନ୍ୟ ଗାଡି ମଟର ବନ୍ଦ କରାଯାଇଥିଲା l ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଙ୍କ ଆହ୍ୱାନ କ୍ରମେ 4 ଦଫା ଦାବୀ ପୂରଣ କରିବା ନେଇ କଂଗ୍ରେସ କର୍ମୀ ରଣ ହୁଙ୍କାର ଦେଇଥିଲେ l ବିଭିନ୍ନ ପ୍ରକାର ନାରାବାଜୀ କରିବା ସହ ବାଇକ ରାଲି ଏବଂ ସାଧାରଣ ବୈଠକ କରି ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କ ହିଟଲର ଶାସନ, ଗରିବ ମାରଣ ନୀତି ବିରୁଦ୍ଧରେ ଗର୍ଜି ଥିଲେ l ଏହି ଆନ୍ଦାଳନ ବର୍ତମାନ ଆରମ୍ଭ ମାତ୍ର, ଯଦି ସରକାର ଏତିକିରେ ଚେତା ନହୁଅନ୍ତି ତେବେ ଏହା ଆଗାମୀ ଦିନରେ ଉଗ୍ର ରୂପ ନେବ ରାସ୍ତା ଘାଟ ରେ ନିଆଁ ଜଳିବ ବୋଲି ବ୍ଲକ କଂଗ୍ରେସ ସଭାପତି ଗୋକୁଳ ଚନ୍ଦ୍ର ପଟ୍ଟନାୟକ, ସମ୍ପାଦକ ଦୈତାରୀ ମଲ୍ଲିକ ଏବଂ ରାଜ୍ୟ ପି ସି ସି ସଦସ୍ୟ ଲକ୍ଷ୍ମୀକାନ୍ତ ପଟ୍ଟନାୟକ ପ୍ରମୁଖ କହିଛନ୍ତି l 

କୁନ୍ଦୁରାରୁ ନିରଞ୍ଜନ ପାଣିଙ୍କ ରିପୋର୍ଟ

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User