ପାର୍ଥ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସମାଜ ମଙ୍ଗଳ କାର୍ଯ୍ୟକ୍ରମ

Sep 20, 2026 - 18:11
Updated: 1 month ago
0 168
ପାର୍ଥ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସମାଜ ମଙ୍ଗଳ କାର୍ଯ୍ୟକ୍ରମ

ପାର୍ଥ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ବୃକ୍ଷରୋପଣ ଓ ଶିକ୍ଷା ସାମଗ୍ରୀ ବଣ୍ଟନ

କଳିଙ୍ଗ ସମ୍ବାଦ /ସତ୍ୟ ଦାସ /ହାଟଡିହି.....

ଆନନ୍ଦପୁର ଉପଖଣ୍ଡ ତାମ୍ପଳା ଗ୍ରାମସ୍ଥିତ ଆନନ୍ଦମାର୍ଗ ଜାଗୃତି ବିଦ୍ୟାଳୟ ପରିସରରେ ପାର୍ଥ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଏକ ସାମାଜିକ ଓ ଶିକ୍ଷାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଗୁରୁ-ଗୁରୁମାଙ୍କ ପାଇଁ ବିଭିନ୍ନ ଶିକ୍ଷା ସାମଗ୍ରୀ, ଖାତା-କଲମ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପ୍ରଦାନ କରାଯିବା ସହ ବୃକ୍ଷରୋପଣ କରାଯାଇଥିଲା।ଆଞ୍ଚଳିକ ସେବାଦଳ ସଭାପତି ଉଗ୍ରସେନ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପିତାମ୍ବର ପାତ୍ର, ସମ୍ପାଦକ ବଳରାମ ବେହେରା, ଉପଦେଷ୍ଟା କପିଳ ଚନ୍ଦ୍ର ପ୍ରଧାନ ଓ ବିନୋଦ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଆନନ୍ଦପୁର ଏସ୍‌ଡିପିଓ କମଳ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ନନ୍ଦିପଦା ଥାନା ଅଧିକାରୀ ବଳିଆ ବାରିକ ଉପସ୍ଥିତ ଥିଲେ। ସାମ୍ବାଦିକ ସତ୍ୟ ଦାସ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏଥିସହ ପୂର୍ବତନ ସରପଞ୍ଚ ଅମରେନ୍ଦ୍ର ଧଳ ମଧ୍ୟ ଉପସ୍ଥିତ ରହିଥିଲେ।ଆଞ୍ଚଳିକ ସେବା ଦଳ ସଦସ୍ୟ ଶିକ୍ଷକ ରଞ୍ଜନ ପ୍ରଧାନ.ଅନନ୍ତ ଚରଣ ବାରିକ, ଶିକ୍ଷକ ନରେନ୍ଦ୍ର ପ୍ରସାଦ ବେହେରା, ଅଭିଭାବକ ରାଜେଶ ଧଳ, ଆଶିଷ କୁମାର ପାତ୍ର,ପ୍ରଦୀପ କର, ଗଦାଧର ପାଣିଗ୍ରାହୀ,କଳିଙ୍ଗା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ହେମଲତା ଜେନା,ଶିକ୍ଷୟତ୍ରୀ ଲିଜାରାଣୀ ରାଉତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ !

ପାର୍ଥ ମେମୋରିଆଲ ଟ୍ରଷ୍ଟର ସଭାପତି ମାର୍କଣ୍ଡ ଓଝାଙ୍କ ନେତୃତ୍ୱରେ ପ୍ରଦୀପ ବିଶ୍ୱାଳ, ସଞ୍ଜିତ ନାୟକ, ଦେବେନ୍ଦ୍ର ବିଶ୍ୱାଳ ଓ ପ୍ରଦ୍ୟୁମ୍ନ ବିଶ୍ୱାଳଙ୍କ ସମେତ ଟ୍ରଷ୍ଟର ସଦସ୍ୟମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଏହି ଅବସରରେ ବିଦ୍ୟାଳୟ ପାଇଁ ଆବଶ୍ୟକ ଶିକ୍ଷା ସାମଗ୍ରୀ ଯଥା ଖାତା, କଲମ, ଶୁଖିଲା ଖାଦ୍ୟ ଓ ଗୁରୁ-ଗୁରୁମାଙ୍କ ପାଇଁ ଆବଶ୍ୟକ ସାମଗ୍ରୀ ପ୍ରଦାନ କରାଯାଇଥିଲା। ଏଥିସହ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇ ପରିବେଶ ସୁରକ୍ଷା ଓ ସବୁଜ ପରିବେଶ ସୃଷ୍ଟି ପାଇଁ ବାର୍ତ୍ତା ଦିଆଯାଇଥିଲା।

ପାର୍ଥ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଶିକ୍ଷା, ସମାଜସେବା ଓ ପରିବେଶ ସୁରକ୍ଷାକୁ ନେଇ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ ଉପସ୍ଥିତ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଟ୍ରଷ୍ଟର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ।

What's Your Reaction?

Like Like 3
Dislike Dislike 0
Love Love 2
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User