ଖଣ୍ଡୁଆଳ ମାଳି ରୁ ବକ୍ସାଇଟ ଖନନ ବିରୋଧ ରେ ଆନ୍ଦୋଳନ ଦାନା ବାନ୍ଧୁଛି
Slug_ଖଣ୍ଡୁଆଳ ମାଳିରୁ ବକ୍ସାଇଟ ଖନନ ବିରୋଧରେ ଦାନା ବାନ୍ଧୁଛି ଆନ୍ଦୋଳନ
କଳିଙ୍ଗ ସମ୍ବାଦ /କବିରାଜ ଦୁର୍ଗା /କଳାହାଣ୍ଡି


Anchor:- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କରଲାପାଟ ଅଭୟାରଣ୍ୟ ଅଂଚଳ ର ଖଣ୍ଡୁଆଳ ମାଳି ସ୍ଥାୟୀ ସୁରକ୍ଷା ସମିତି, କଳାହାଣ୍ଡି ଏବଂ ମା’ ମାଟି ମାଳି ସୁରକ୍ଷା ସମିତି, ରାୟଗଡ଼ା-କଳାହାଣ୍ଡି ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଖଣି ଲିଜ୍ ବାତିଲ କରିବାକୁ ଦାବି କରିବା ସହ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି।
ବୈଠକରେ କର୍ଲାପାଟ ସରପଞ୍ଚ ବିଶ୍ୱନାଥ ମାଝୀ, ପୂର୍ବତନ ସରପଞ୍ଚ ରାମ ମାଝୀ, ପୋଲିଙ୍ଗପଦରର ସମିତି ସଭାପତି କାର୍ତ୍ତିକ ମାଝୀ, ନାକୁରୁଣ୍ଡିର ପୂର୍ବତନ ସମିତି ସଭ୍ୟ ସାନୁ ମାଝୀ, ତଲାମପଦର ମା’ ମାଟି ସୁରକ୍ଷା ମଞ୍ଚର ସଭାପତି ଲାଇ ମାଝୀ, ଲକ୍ଷ୍ମଣ ନାଏକ, ହୃଷିକେଶ ମାଝୀ, ପୋଲିଙ୍ଗପଦରର ରାମକୃଷ୍ଣ ମାଝୀ, ସାମାଜିକ କର୍ମୀ ଧୋବା ସାହୁ ଓ କାଣିଗୁମାର ଉପେନ୍ଦ୍ର ନାଏକଙ୍କ ସମେତ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ।
କର୍ଲାପାଟ ସମେତ ବଡଟିକ୍ରାଗୁଡା, ଭେଜିଗୁଡା, ଅମଠାଗୁଡା, କୁଆଙ୍ଗ, ଜିଲାଗାଁ, ପୁରୁଣାଗୁମା, କୁକୁରଭୁର୍ସି, କରଡାପଦର, ବାରିଗୁଡା, ପେରମଞ୍ଜି, ପୋଲିଙ୍ଗପଦର, ସାଇସୁରୁଣୀ, ତଲାମପଦର ଓ ଆମଝୋଲା ସମେତ ପ୍ରାୟ ୨୦ଟି ଗାଁରୁ ଶତାଧିକ ଲୋକ ସାମିଲ ହୋଇଥିଲେ।
ଖଣି ଲିଜ୍ ବାତିଲ ଦାବିକୁ ନେଇ ଅଞ୍ଚଳବାସୀଙ୍କ ଆନ୍ଦୋଳନ ଆଗାମୀ ଦିନରେ କେଉଁ ରୂପ ନେବ, ତାହା ଉପରେ ଏବେ ନଜର।
କଳାହାଣ୍ଡି ରୁ କବିରାଜ ଦୁର୍ଗାଙ୍କ ରିପୋର୍ଟ ଷ୍ଟାର ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)