ମା ତାରିଣୀ ଙ୍କ ପୀଠରେ ଦଶହରା ପର୍ବ

Oct 19, 2026 - 21:35
0 12
ମା ତାରିଣୀ ଙ୍କ ପୀଠରେ ଦଶହରା ପର୍ବ

କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ଘଟଗାଁ ମା’ ତାରିଣୀଙ୍କ ପୀଠରେ ଆଜି ଭକ୍ତିମୟ ପରିବେଶରେ ପାଳିତ ହେଉଛି ମହାସପ୍ତମୀ ପୂଜା।

କଳିଙ୍ଗ ଦର୍ପଣ //ଲକ୍ଷ୍ମୀକାନ୍ତ ତ୍ରିପାଠୀ //କେନ୍ଦୁଝର

ଏହି ପବିତ୍ର ଅବସରରେ ସୁନାବେଶରେ ସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ମା’ ତାରିଣୀ।

ଆଜି ଭୋରରୁ ମନ୍ଦିରରେ ଆରମ୍ଭ ହୋଇଥିଲା ମା’ଙ୍କର ସ୍ୱତନ୍ତ୍ର ପୂଜାନୀତି। ପ୍ରଥମେ ମା’ଙ୍କର ସ୍ନାନ ଓ ମହାସ୍ନାନ କରାଯିବା ପରେ ମାର୍ଜଣା ପୂଜା ସମ୍ପନ୍ନ ହୋଇଥିଲା। ଏହାପରେ ବିଭିନ୍ନ ଅଳଙ୍କାରରେ ମା’ଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା। ମଙ୍ଗଳ ଆଳତି ସମାପନ ପରେ ମା’ଙ୍କ ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଛି।

କେବଳ ସ୍ଥାନୀୟ ଅଞ୍ଚଳ ନୁହେଁ, ବରଂ ଦୂରଦୂରାନ୍ତରୁ ମଧ୍ୟ ବହୁ ସଂଖ୍ୟାରେ ଭକ୍ତ ମା’ଙ୍କ ଦର୍ଶନ ପାଇଁ ଘଟଗାଁରେ ପହଞ୍ଚିଛନ୍ତି। ମା’ଙ୍କର ଏହି ଦୁର୍ଲଭ ସୁନାବେଶ ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ ମନେ କରୁଛନ୍ତି। ମା’ଙ୍କ ପୀଠରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User