ଡାବୁଗାଁ ରେ ଓଡିଶା ବନ୍ଦ ର ପ୍ରଭାବ

Oct 08, 2026 - 18:24
0 19
ଡାବୁଗାଁ ରେ ଓଡିଶା ବନ୍ଦ ର ପ୍ରଭାବ

ଡାବୁଗାଁରେ ଓଡ଼ିଶା ବନ୍ଦର ବ୍ୟାପକ ପ୍ରଭାବ; ସ୍ଥାଣୁ ହେଲା ସାଧାରଣ ଜୀବନଯାତ୍ରା, ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ

ଡାବୁଗାଁ (ନବରଙ୍ଗପୁର): କଳିଙ୍ଗ ଦର୍ପଣ //ଗୋପାଳ ପଣ୍ଡା 

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଗଣବିରୋଧୀ ନୀତି ପ୍ରତିବାଦରେ କଂଗ୍ରେସ ଏବଂ 'ଇଣ୍ଡିଆ' (INDIA) ମେଣ୍ଟ ପକ୍ଷରୁ ଆହୂତ ୧୨ ଘଣ୍ଟିଆ 'ଓଡ଼ିଶା ବନ୍ଦ' ଡାକରାର ସମ୍ପୂର୍ଣ୍ଣ ପ୍ରଭାବ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ସଦର ମହକୁମାରେ ଦେଖିବାକୁ ମିଳିଛି।

ମୁଖ୍ୟ ମୁଦ୍ଦା ଓ ଦାବିଗୁଡ଼ିକ: 

1. MMDR ଆଇନ ପ୍ରତ୍ୟାହାର: କେନ୍ଦ୍ର ସରକାରଙ୍କ ନୂଆ ଖଣି ଓ ଖଣିଜ ସଂଶୋଧନ ଆଇନ (MMDR Act) କୁ ତୁରନ୍ତ ରଦ୍ଦ କରିବା।

2. ମୁଖ୍ୟ ନିର୍ବାଚନ କମିଶନରଙ୍କ ବହିଷ୍କାର: 'ଭୋଟ ଚୋରି' ଓ ନିର୍ବାଚନୀ ଅନିୟମିତତା ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା/ବହିଷ୍କାର ଦାବି।

3. ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା: ପ୍ରାଥମିକ ସ୍କୁଲ ପାଠ୍ୟପୁସ୍ତକରେ ବ୍ୟାପକ ଭୁଲପୂର୍ଣ୍ଣ ତଥ୍ୟ ପ୍ରକାଶକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡଙ୍କ The New Indian Express ଇସ୍ତଫା ଦାବି। 

4. ରିଲିଫ୍ ବଣ୍ଟନରେ ବିଫଳତା: ବନ୍ୟା ଓ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସଠିକ୍ ରିଲିଫ୍ ଓ ସହାୟତା ଯୋଗାଇବାରେ ସରକାରଙ୍କ ବିଫଳତା ପ୍ରତିବାଦ।

ଆଜି ଗୁରୁବାର ଡାବୁଗାଁରେ ସାପ୍ତାହିକ ହାଟ ଥିବା ସତ୍ତ୍ୱେ କଂଗ୍ରେସ କର୍ମୀମାନେ ଶାନ୍ତିପୂର୍ଣ୍ଣ ଭାବେ ସମସ୍ତ ଦୋକାନ-ବଜାର ବନ୍ଦ ରଖିବାକୁ ବ୍ୟବସାୟୀଙ୍କୁ ଅନୁରୋଧ କରିଥିଲେ। ଫଳରେ ସମସ୍ତ ମୁଖ୍ୟ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନଗୁଡ଼ିକ ବନ୍ଦ ରହିଥିଲା। ତେବେ ସାପ୍ତାହିକ ହାଟ ଯୋଗୁଁ କେବଳ କେତେକ ପରିବା ଦୋକାନ ଖୋଲା ରହିଥିଲା। 

ସକାଳୁ ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରିବାରୁ ଦୂରଗାମୀ ବସ୍, ଟ୍ରକ୍‌ ଓ ବେସରକାରୀ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ସ୍ଥଗିତ ରହିଥିଲା। ତେବେ ଜନସାଧାରଣଙ୍କ ସୁବିଧା ପାଇଁ ବାଇକ୍‌ ଓ ଅଟୋ ଚଳାଚଳ ସ୍ୱାଭାବିକ ରହିଥିଲା। 

ବ୍ଲକ୍ କଂଗ୍ରେସ ସଭାପତି ଜି. ସାଇ ରାଜୁ ଏବଂ ବ୍ଲକ୍ କଂଗ୍ରେସର ପୂର୍ବତନ ଚେୟାରମ୍ୟାନ୍ ବଂଶୀଧର ମାଝୀଙ୍କ ନେତୃତ୍ୱରେ ୧୨ଟି ପଞ୍ଚାୟତର ଶତାଧିକ କଂଗ୍ରେସ କର୍ମୀ ସରକାର ବିରୋଧୀ ସ୍ଲୋଗାନ ଦେଇ ବନ୍ଦ ଆନ୍ଦୋଳନକୁ ସଫଳ କରିଥିଲେ। 

କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ନଘଟେ, ସେଥିପାଇଁ ଡାବୁଗାଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଅନ୍ୟପଟେ ଆମ୍ବୁଲାନ୍ସ, ଡାକ୍ତରଖାନା, ଔଷଧ ଦୋକାନ, ଦୁଗ୍ଧ ଯୋଗାଣ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସେବାଗୁଡ଼ିକୁ ବନ୍ଦରୁ ସମ୍ପୂର୍ଣ୍ଣ ମୁକ୍ତ ରଖାଯାଇଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User