ଯୌନ ଉତ୍ପୀଡ଼ନ ଅଭିଯୋଗ କୁ ନେଇ ବିଜେପି ମହିଳା ମୋର୍ଚା ପକ୍ଷରୁ ହରତାଳ

Oct 13, 2026 - 21:29
0 23
ଯୌନ ଉତ୍ପୀଡ଼ନ ଅଭିଯୋଗ କୁ ନେଇ ବିଜେପି ମହିଳା ମୋର୍ଚା ପକ୍ଷରୁ ହରତାଳ

*ଯୌନ ଉତ୍ପୀଡ଼ନ ଅଭିଯୋଗକୁ ନେଇ ବିଜେପି ମହିଳା ମୋର୍ଚ୍ଚାର ପ୍ରତିବାଦ*

*ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଲେ ସାଂସଦ ମାଳବିକା ଦେବୀ*

କଳାହାଣ୍ଡି/କଳିଙ୍ଗ ଦର୍ପଣ (କବିରାଜ ଦୁର୍ଗା)ଭବାନୀପାଟଣା :- କଂଗ୍ରେସ ସାଂସଦ ତଥା ଜେଏନ୍‌ୟୁର ପୂର୍ବତନ ପ୍ରଫେସର ଅଙ୍ଗୋମଚା ବିମୋଲ ଆକୋଇଜମଙ୍କ ବିରୋଧରେ ଉଠିଥିବା ଯୌନ ଉତ୍ପୀଡ଼ନ ଅଭିଯୋଗକୁ ନେଇ କଳାହାଣ୍ଡି ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ କରାଯାଇଛି। ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ କାଞ୍ଚନ ବେମାଲଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରତିବାଦରେ ମହିଳାଙ୍କ ସମ୍ମାନ, ସୁରକ୍ଷା ଓ ନ୍ୟାୟ ସୁନିଶ୍ଚିତ କରିବା ଦାବି ଉଠିଥିଲା।

ଏହି ଅବସରରେ ମହିଳାଙ୍କ ସୁରକ୍ଷା ସହ ଜଡ଼ିତ ମାମଲାରେ ନିରପେକ୍ଷ ତଦନ୍ତ ଓ ନ୍ୟାୟ ପ୍ରଦାନ ଉପରେ ମହିଳା ମୋର୍ଚ୍ଚା ଗୁରୁତ୍ୱାରୋପ କରିଥିଲା। ଏଥିସହ ଏହି ପ୍ରସଙ୍ଗରେ କଂଗ୍ରେସ ନେତୃତ୍ୱର ଆଭିମୁଖ୍ୟକୁ ନେଇ ଦଳ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଥିଲା।

ଏହି ଘଟଣାକୁ ନେଇ ଦିଲ୍ଲୀରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ପ୍ରତିବାଦ ସଭାରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଯୋଗଦେଇଥିଲେ। ସେଠାରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇବା ସହ ମହିଳାଙ୍କ ସୁରକ୍ଷା ଓ ରାଜନୈତିକ ସଶକ୍ତୀକରଣ ପ୍ରସଙ୍ଗରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକର ଭୂମିକାକୁ ସମାଲୋଚନା କରିଥିଲେ।

ସାଂସଦ ମାଳବିକା ଦେବୀ କହିଥିଲେ ଯେ, ମହିଳାଙ୍କ ସମ୍ମାନ ଓ ସୁରକ୍ଷା ପ୍ରତି ପ୍ରକୃତ ପ୍ରତିବଦ୍ଧତା ଥିଲେ ମହିଳା ସଶକ୍ତୀକରଣ ପାଇଁ ଉଦ୍ଦିଷ୍ଟ ଆଇନ ଓ ପଦକ୍ଷେପଗୁଡ଼ିକୁ ସମର୍ଥନ କରିବା ଆବଶ୍ୟକ। ଏହା ସହିତ ‘ନାରୀଶକ୍ତି ବନ୍ଦନ ଅଧିନିୟମ’କୁ ନେଇ ବିରୋଧୀ ଦଳଗୁଡ଼ିକର ଆଭିମୁଖ୍ୟ ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାନେତ୍ରୀ ସନ୍ତୋଷିନୀ ଦାସ, ନିରୁପମା ସାମଲ, ନିରୁପମା ନାୟକ, ଜିଲ୍ଲା ସମ୍ପାଦିକା ସୌଭାଗିନୀ ପାତ୍ରଙ୍କ ସମେତ ମହିଳା ମୋର୍ଚ୍ଚାର ଜିଲ୍ଲା ଓ ଭବାନୀପାଟଣା ନଗରସ୍ତରୀୟ ପଦାଧିକାରୀ ଏବଂ ଜିଲ୍ଲାର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମର ସଂଯୋଜନାରେ ଅନିତା ବିଶ୍ୱାଳ ଓ ଜିଲ୍ଲା ସାଧାରଣ ସମ୍ପାଦିକା ଶଂଖସିନୀ ପଣ୍ଡା ସହଯୋଗ କରିଥିବା ବେଳେ ପ୍ରଚାର ଓ ପ୍ରସାର ଦାୟିତ୍ୱରେ ଜିଲ୍ଲା ମିଡିଆ ସଂଯୋଜକ ନରହରି ପଟ୍ଟନାୟକ ସହଯୋଗ

କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User