ରାଣୀ ଗୁଡା ବିଦ୍ୟାଳୟ ରୁ ଚାଉଳ ଚୋରୀ ଧରା ପଡିଲା

Sep 14, 2026 - 14:31
0 77
ରାଣୀ ଗୁଡା ବିଦ୍ୟାଳୟ ରୁ ଚାଉଳ ଚୋରୀ ଧରା ପଡିଲା

**ରାଣୀଗୁଡା ବିଦ୍ୟାଳୟ ର ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଧରାପଡ଼ିଲେ ଶିକ୍ଷକ ***

କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ରାଣୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଚାଉଳଚୋରି

କରୁଥିବା ନେଇ ଧରିଲେ ପ୍ରଧାନ ଶିକ୍ଷୟତ୍ରୀ।ମଧ୍ୟାହ୍ନ ଭୋଜନ ଦାୟିତ୍ୱ ରେ ରହିଥିବା ଟୁନୁ ଅମନାତ୍ୟ ଏକ ପିକଅପ ଭ୍ୟାନରେ ନେବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଲେ। ସୂଚନାପ୍ରଧାନ ଶିକ୍ଷୟତ୍ରୀଙ୍କ କହିବା ପ୍ରକାରେ ମଧ୍ୟାହ୍ନ ଭୋଜନ ଦାଇତ୍ୱ ରେ ଟୁନୁ ଅମନାତ୍ୟ ଏବଂ ଦିଲ୍ଲୀପ ଭତ୍ରା ଦୁହେଁ ରହିଛନ୍ତି।ରବିବାର ସକାଳ 10 ଟା ସମୟରେ ଶିକ୍ଷକ ଟୁନୁ ଅମନାତ୍ୟ ପ୍ରଧାନ ଶିକ୍ଷୟତ୍ରୀ ଅର୍ଣ୍ଣପୂର୍ଣ୍ଣା ବାରିକଙ୍କୁ ଫୋନ କରି ଗଣେଶ ମୂର୍ତ୍ତି ନେଇକି ଆସିଛୁ ଟିକେ ରୋଷେୟା ମାନଙ୍କୁ କହିବେ ବିଦ୍ୟାଳୟ ଗେଟ ଖୋଲିବା ପାଇଁ।ଏତେ ସବୁ କଥା ପ୍ରଧାନ ଶିକ୍ଷ ୟତ୍ରୀ ବୁଝିନପାରି ବିଦ୍ୟାଳୟ ଗେଟ ଖୋଲିବା ପାଇଁ କହିଥିଲେ। କିଛି ସମୟ ପରେ ପ୍ରଧାନ ଶିକ୍ଷୟିତ୍ରୀ ଛାତ୍ରୀ ଛାତ୍ରଙ୍କ ରାସନ ଜିନିଷ ଆଣିବା ପାଇଁ ଆସିବା ବେଳେ ଦେଖିଲେ ଯେ ଏକ ଭ୍ୟାନ ଉପରେ 3/4 ପ୍ୟାକେଟ 50 କିଲୋଗ୍ରାମ ବସ୍ତା ଚାଉଳ ପ୍ୟାକେଟ ରହିଛି।ଖଲାସି ସାହାଯ୍ୟରେ ପୁଣି ଚାଉଳ ବୁହା ଚାଲିଥିବା ଦେଖିବାକୁ ପାଇ ଟୁନୁ ଅମନାତ୍ୟଙ୍କୁ ଡାକିଲେ ଏବଂ ପଚାରିଲେ ଯେ ଏସବୁ କଣ ଚାଲିଛି।ଟୁନୁ କହିଥିଲେ ଯେ ଗାଁ ରେ ଚାନ୍ଦା ଦେବା ପାଇଁ ଚାଉଳ ନେଉଛି ବୋଲି କହିଥିବା ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି। କୌଣସି ଉତ୍ତର ନପାଇ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରେଶ ନାୟକଙ୍କୁ ଡାକି ଘଟଣା ଦେଖାଇବା ସହ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବଦନାମ କରିବା ନେଇ ଚକ୍ରାନ୍ତ ଚାଲିଥିବା କହିଥିଲେ।ରାଣୀଗୁଡା ବିଦ୍ୟାଳୟରେ ଶିକ୍ଷା ବିଭାଗର ବିଦ୍ୟାଳୟ ଥିବା ବେଳେ ମଙ୍ଗଳ ବିଭାଗର ହଷ୍ଟେଲ ମଧ୍ୟ ରହିଛି। ପ୍ରତିଦିନ ଏଠାରେ 213 ଜଣ ଛାତ୍ରୀ ଛାତ୍ର ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ଏହି ଚାଉଳ ହଡପ କରି ପ୍ରଧାନ ଶିକ୍ଷ ୟିତ୍ରୀ ଙ୍କ ମୁଣ୍ଡରେ ଅଠା ବୋଲିବାକୁ ଚାଲିଥିଲା ଉଦ୍ୟମ।ଏହି ଘଟଣା ପଦାକୁ ଆସିବା ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଙ୍କ ନିକଟରେ ପ୍ରମାଣ ହେବା ପରେ ଉକ୍ତ ଶିକ୍ଷକ ସେଠାରୁ ଚମ୍ପଟ ମାରିଲେ। ଯାହାକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରେଶ ନାୟକ ପ୍ରଧାନ ଶିକ୍ଷ ୟିତ୍ରୀ ଙ୍କୁ କହିଛନ୍ତି ଯେ ଏଭଳି ଘଟଣା ନିନ୍ଦନୀୟ ଏବଂ ଅପରାଧ। ଦୁଇଦିନ ଛୁଟି ରହିଛି ବୁଧବାର କିମ୍ବା ଗୁରୁବାର ଏସଏମସି ରେ ସମସ୍ତେ ବସି ଉକ୍ତ ଶିକ୍ଷକ ଙ୍କୁ ଏଠାରୁ ବାହାର କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ପ୍ରଦାନ କରାଯିବ ବୋଲି କହିଛନ୍ତି।ଏହାକୁ ନେଇ ପ୍ରଧାନ ଶିକ୍ଷୟିତ୍ରୀ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ତ୍ରିନାଥ ପଣ୍ଡା ଙ୍କୁ ମଧ୍ୟ ଜଣାଇଥିବା କହିଛନ୍ତି।ଏହାକୁ ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଘୁନାଥ ପାଙ୍ଗି ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏ ବିଷୟରେ ରାଣୀଗୁଡା ପ୍ରଧାନ ଶିକ୍ଷୟିତ୍ରୀ ଅର୍ଣ୍ଣପୂର୍ଣ୍ଣା ବାରିକ ଙ୍କ ନିକଟରୁ ସମସ୍ତ ଖବର ପାଇଛି। ତଦନ୍ତ କରାଯିବ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଏହାକୁ ନେଇ ସମ୍ପୃକ୍ତ ଶିକ୍ଷକ ଟୁନୁ ଅମନାତ୍ୟ ଙ୍କୁ ପଚାରିବାରୁ ସେ ସ୍ୱୀକାର କରିଛନ୍ତି ଯେ ଗଣେଶ ମୂର୍ତ୍ତି ବାବଦକୁ ରହିଥିବା ଖର୍ଚ୍ଚ ପାଇ ଚାଉଳ ବାହାର କରୁଥିଲି l

କୁନ୍ଦୁରାରୁ ନିରଞ୍ଜନ ପାଣି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User