ନର୍ଲା ପୋଲିସ ହାତରେ ଡକାୟତି ଦଳ ଗିରଫ
Slug _ଡକାୟତି ଉଦ୍ୟମ ପଣ୍ଡ, ନର୍ଲା ପୋଲିସ ପଞ୍ଝାରେ ୪ ଜଣ; ୨ ଫେରାର
କଳିଙ୍ଗ ସମ୍ବାଦ /କବିରାଜ ଦୁର୍ଗା #kalahandi
Anchor :- ଡକାୟତି ଉଦ୍ୟମକୁ ପଣ୍ଡ କରିଛି ନର୍ଲା ପୋଲିସ। ପେଟ୍ରୋଲିଂ ସମୟରେ ବାଳସିଙ୍ଗା ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଡକାୟତି ପାଇଁ ପ୍ରସ୍ତୁତ ହେଉଥିବା ଅଭିଯୋଗରେ ୪ ଜଣ ଯୁବକଙ୍କୁ ପୋଲିସ ଧରିଥିବା ବେଳେ ଅନ୍ୟ ୨ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ପୋଲିସ ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ ଓ ଗୋଟିଏ ଖଣ୍ଡା ଜବତ କରିଛି। ଗିରଫ ଯୁବକମାନଙ୍କ ବିରୋଧରେ ମାମଲା ରୁଜୁ କରି ମଦନପୁର ରାମପୁର କୋର୍ଟକୁ ଚାଲାଣ କରାଯାଇଛି।
ଗିରଫ ଯୁବକମାନଙ୍କ ମଧ୍ୟରେ ନର୍ଲା ବ୍ଲକ ଅନ୍ତର୍ଗତ ଭାନପୁର ଗାଁର ୧୯ ବର୍ଷୀୟ ଚନ୍ଦନ ମାଝୀ ଥିବା ବେଳେ ଅନ୍ୟ ତିନିଜଣ ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଗୋବର୍ଧନପୁର ପଞ୍ଚାୟତର ଭାଲୁଚଚରା ଗାଁର ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ସେମାନେ ହେଲେ ୧୯ ବର୍ଷୀୟ କ୍ଷୀରସିନ୍ଧୁ ମାଝୀ, ୨୫ ବର୍ଷୀୟ ଗର ମାଝୀ ଓ ୨୩ ବର୍ଷୀୟ ବବଲୁ ମାଝୀ।
ଫେରାର ଥିବା ଅନ୍ୟ ଦୁଇଜଣଙ୍କୁ ଶୀଘ୍ର ଧରିବା ପାଇଁ ତଦନ୍ତ ଜାରି ରହିଥିବା ନର୍ଲା ପୋଲିସ ପକ୍ଷରୁ କୁହାଯାଇଛି।
କଳାହାଣ୍ଡି /ଭବାନୀପାଟଣା

What's Your Reaction?
Like
2
Dislike
2
Love
0
Funny
0
Wow
0
Sad
0
Angry
0
Comments (0)