ମୁରିବାହାଲ ବ୍ଲକ ର ଝିଅ ରାଜଶ୍ରୀ ଧାରୁଆ ସର୍ବ ଭାରତୀୟ ମେଡିକାଲ ପରୀକ୍ଷା ରେ ଉତୀର୍ଣ୍ଣ
ମୁରିବାହାଲ: କଲିଙ୍ଗ ସମ୍ବାଦ, ରାଜୀବ ମହାନ୍ତି) ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ଝିଅ ରାଜଶ୍ରୀ ଧରୁଆ ସର୍ବଭାରତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ବଡ଼ ସଫଳତା ହାସଲ କରିଛନ୍ତି !ସୂଚନା ଅନୁସାରେ, ରାଜଶ୍ରୀ ଏହିପରୀକ୍ଷାରେ 4238 ରାଙ୍କ ଏବଂ ନିଜ ବର୍ଗରେ 148 ରାଙ୍କ ରଖିଛନ୍ତି !ଏହି ସଫଳତା ପରେ ସେ ବଲାଙ୍ଗିର ସ୍ଥିତ ଭୀମଭୋଇ ଭେଷକ ମହାବିଦ୍ୟାଳୟ ରେ ଡାକ୍ତରୀ ପାଠ୍ୟକ୍ରମ ରେ ନାମ ଲେଖାଇଛନ୍ତି ! ରାଜଶ୍ରୀ ଙ୍କ ପିତା ଗୁଣନିଧି ଧରୁଆ ଜଣେ ସ୍ୱାସ୍ଥ୍ୟ ତତ୍ତ୍ୱ!ବଧାରକ ଏବଂ ମାତା କୁମଦିନି କୁଅଁର ଜଣେ ଶିକ୍ଷୟିତ୍ରୀ ଅଟନ୍ତି ! ପରିବାର ର ବର୍ତ୍ତମାନ ବାସସ୍ଥାନ ମୁରିବାହାଲ ଏବଂ ସ୍ଥାୟୀ ବାସସ୍ଥାନ ବେଲପଡା ବ୍ଲକ ଅନ୍ତର୍ଗତ ତଅଲା ଗାଁ ! ମଧ୍ୟବିତ୍ତ ପରିବାର ରୁ ଆସି କଠିନ ପରିଶ୍ରମ ଓ ଦୃଢ ଇଚ୍ଛାଶକ୍ତି ବଳରେ ସେ ଏହି ସଫଳତା ପାଇଛନ୍ତି ! ତାଙ୍କର ଏହି କୃତିତ୍ୱ ପାଇଁ ସମଗ୍ର ଅଞ୍ଚଳ ରେ ଖୁସିର ଲହରୀ ଖେଳି ଯାଇଛି ! ଅନେକ ବୁଦ୍ଧଯିବି ଓ ସ୍ଥାନୀୟ ଲୋକେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ! ଆଗକୁ ସେ ଜଣେ ଭଲ ଡାକ୍ତର ହୋଇ ଗରିବ ଲୋକ ଙ୍କ ସେବା କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି !
What's Your Reaction?
Like
2
Dislike
0
Love
0
Funny
0
Wow
0
Sad
0
Angry
0
Comments (0)