ସ୍ବର୍ଗତ ମାଷ୍ଟର ସେଫ ସୀତାରାମ ନାୟକ ଙ୍କ ସ୍ମୁତିରେ
କଳିଙ୍ଗ ସମ୍ବାଦ #ଭୁବନେଶ୍ୱର

ସ୍ୱର୍ଗତ ମାଷ୍ଟର୍ ସେଫ୍ ସୀତାରାମ ନାୟକଙ୍କ ସ୍ମୃତିରେ OAOCS ପକ୍ଷରୁ ସ୍ମୃତି ଚାରଣ ସଭା ।
ଭଦ୍ରକ/ତିହିଡ଼ି: ଓଡ଼ିଶା ଆସୋସିଏସନ୍ ଅଫ୍ ସେଫ୍ ସୋସାଇଟି (OAOCS)ର ସଭାପତି ତଥା ବରିଷ୍ଠ ମାଷ୍ଟର୍ ଚେଫ୍ ସ୍ୱର୍ଗତ ସୀତାରାମ ନାୟକଙ୍କ ସ୍ମୃତିରେ OAOCS ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ସୀତାରାମ ନକର ମହାନତା ତଥା କାର୍ଯ୍ୟଶୈଳୀ ବିଷୟରେ ନିଜ ନିଜର ମତ ପ୍ରଦାନ କରିଥିଲେ । ସମସ୍ତଙ୍କର ଗୋଟିଏ ପ୍ରସ୍ତାବ ଥିଲା ସୀତାରାମ ନକର ଯୋଉ ଉଦ୍ଦେଶ୍ୟ ଓ ଚିନ୍ତନ ଥିଲା ଓଡ଼ିଶା ସେଫ୍ ସୋସାଇଟୀ କୁ ଆଗକୁ ନେବା ସହିତ ଓଡ଼ିଆ ପିଲାଙ୍କର ସୁବିଧା ଓ ଅସୁବିଧା ସମୟରେ ତାଙ୍କ ପାଖରେ ଛିଡ଼ା ହେବା ଯୋଉ ମାନସିକତା ରଖିଥିଲେ ତାକୁ କେମିତି ଆଗକୁ ନେଇହେବ ସେଇ ବିଷୟରେ ନିଜ ନିଜର ମତ ଦେଇଥିଲେ । ଏହି ସ୍ମୃତିଚାରଣ ସଭାରେ ଉପସଭାପତି ସେଫ୍ ମଲୟ ବେହେରା, ପ୍ରତିଷ୍ଠାତା ଓ ସାଧାରଣ ସମ୍ପାଦକ ସେଫ୍ ଅଭିଷେକ ପାଣିଗ୍ରାହୀ, କୋଷାଧ୍ୟକ୍ଷ ସେଫ୍ ଚନ୍ଦ୍ରଭାନୁ ବିଶ୍ୱାଳ, ସେଫ୍ ରତିକାନ୍ତ ପଣ୍ଡା, ସେଫ୍ ସାବିର, ସେଫ୍ କିଶୋର ଚନ୍ଦ୍ର ପାଣି, ମିଡିଆ ସେଫ୍ ସଞ୍ଜିତ, ସେଫ୍ ସପନ ନାୟକ, ସେଫ୍ ସୁଧୀର ଜେନା, ସେଫ୍ ଏସ୍.କେ. ଅନିଶୁଦ୍ଦିନ୍, ସେଫ୍ ଅଦୁଲ୍ କାସିମ୍, ସେଫ୍ ଧନିଆ, ଗୌତମ ସାହୁ, କରୁଣାକର ମହାରଣା, ଗୌରାଙ୍ଗ ଚ. ଜେନା, ପୂର୍ଣ୍ଣଚନ୍ଦ୍ର ନାୟକ, ବିଚିତ୍ର ବାରିକ, ସୁରେନ୍ଦ୍ର ନାୟକଙ୍କ ସମେତ OAOCSର ବହୁ ସଦସ୍ୟ ଉପସ୍ଥିତ ରହି ସ୍ୱର୍ଗତ ସେଫ୍ ସୀତାରାମ ନାୟକଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ସମସ୍ତେ ସ୍ୱର୍ଗତ ସେଫ୍ ସୀତାରାମ ନାୟକଙ୍କ ଅବଦାନ, ନେତୃତ୍ୱ ଓ ରନ୍ଧନଶିଳ୍ପ କ୍ଷେତ୍ରରେ ତାଙ୍କ ଅମୂଲ୍ୟ ଅବଦାନକୁ ସ୍ମରଣ କରିଥିଲେ। ତାଙ୍କର ଆଦର୍ଶ ଓ ସେବାମନୋଭାବ ଆଗାମୀ ପିଢ଼ିର ସେଫମାନଙ୍କ ପାଇଁ ସଦା ପ୍ରେରଣା ହୋଇ ରହିବ ବୋଲି OAOCS ପକ୍ଷରୁ କୁହାଯାଇଛି।
“ତାଙ୍କ ସ୍ମୃତି ଅମର, ତାଙ୍କ ଅବଦାନ ସଦା ସ୍ମରଣୀୟ।”
ଓଡ଼ିଶା ଆସୋସିଏସନ୍ ଅଫ୍ ଚେଫ୍ସ ସୋସାଇଟି (OAOCS)
What's Your Reaction?
Like
5
Dislike
0
Love
1
Funny
0
Wow
0
Sad
1
Angry
0
Comments (0)