ଅସହାୟ କୃଷ୍ଠ ରୋଗୀଙ୍କ ଶବଦାହ କଲେ ତହସିଲଦାର
ଅସହାୟ କୁଷ୍ଠରୋଗୀଙ୍କ ଶବ ସଂସ୍କାର କଲେ ତହସିଲଦାର ଓ ସମାଜସେବୀ
ମାନବିକତାର ପରିଚୟ ଦେଲେ ପ୍ରଶାସନିକ ଅଧିକାରୀ, ସରପଞ୍ଚ ଓ ସ୍ୱେଚ୍ଛାସେବୀ
କଳିଙ୍ଗ ଦର୍ପଣ //ବୌଦ୍ଧ
ବୌଦ୍ଧ 5/10/( କୁନା ବେହେରା )ଜୀବନର ଶେଷ ସମୟରେ ନିଜ ଲୋକଙ୍କ ଠାରୁ ଦୂରେ ରହିଥିବା ଜଣେ ଅସହାୟ କୁଷ୍ଠରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ଶବ ସଂସ୍କାର କରି ମାନବିକତାର ପରିଚୟ ଦେଇଛନ୍ତି ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧି ଓ ସମାଜସେବୀ। ଏଭଳି ମାନବିକ ପଦକ୍ଷେପ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ରଥସାହିର ବିସିକେଶନ ଦାନାୟକ ଦୀର୍ଘ ପ୍ରାୟ ୨୫ ବର୍ଷ ଧରି କୁଷ୍ଠରୋଗରେ ପୀଡ଼ିତ ଥିଲେ। ରୋଗାକ୍ରାନ୍ତ ହେବା ପରେ ସେ ପରିବାର ଓ ଗାଁଠାରୁ ବିଚ୍ଛିନ୍ନ ହୋଇପଡ଼ିଥିବା ଜଣାପଡ଼ିଛି। ଜୀବନର ଦୀର୍ଘ ସମୟ ଧରି ସେ ଜାତୀୟ ରାଜପଥ-୫୭ କଡ଼ରେ ପୁରୁଣାକଟକ ସ୍ୱାଦିଷ୍ଟ ଢାବାର ଅପର ପାର୍ଶ୍ୱରେ ଏକ ଝାମ୍ପୁଡ଼ି ଘରେ ଅତ୍ୟନ୍ତ ଅସହାୟ, ଦୟନୀୟ ଅବସ୍ଥାରେ ରହି ଆସୁଥିଲେ। ଯାହାକି ଲୋକେ କୁଷ୍ଠ ରୋଗ ବୋଲି ମଧ୍ୟ୍ୟ ଏଡେଇ ଯାଉଥିଲେ l ହେଲେ
ସୋମବାର ଦିନ ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ସ୍ଥାନୀୟ ସରପଞ୍ଚ ଅଶୋକ କୁମାର ସେଠୀ ଘଟଣା ସମ୍ପର୍କରେ ହରଭଙ୍ଗା ତହସିଲଦାର ତଥା ବିଡିଓ କର୍ଣ୍ଣ ସୁନାଙ୍କୁ ଜଣାଇଥିଲେ। ଏଥିସହ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ସୁକାନ୍ତ ପଟ୍ଟନାୟକଙ୍କୁ ମଧ୍ୟ ଖବର ଦିଆଯାଇଥିଲା। ଘଟଣାର ସୂଚନା ପାଇବା ପରେ ସମସ୍ତେ ସ୍ୱେଚ୍ଛାକୃତ ଭାବେ ଆଗେଇ ଆସି ମୃତକଙ୍କ ଶବ ସଂସ୍କାରର ବ୍ୟବସ୍ଥା କରିଥିଲେ।
ପରେ ତହସିଲଦାର ତଥା ବିଡିଓ, କର୍ଣ୍ଣ ସୁନା ସରପଞ୍ଚ, ଓ ଓ ବରିଷ୍ଠ ସାମ୍ବାଦିକ ସୁକାନ୍ତ ପଟ୍ଟନାଏକ,ସମାଜସେବୀ , ପଞ୍ଚାୟତ ନିର୍ବାହୀ ଅଧିକାରୀ ଲଡ଼ୁକିଶ୍ୱର ସାହୂ ଓ ଅନ୍ୟମାନେ ମିଶି ମୃତଦେହକୁ କାନ୍ଧ ଦେଇ ଶ୍ମଶାନକୁ ନେଇଥିଲେ। ସେଠାରେ ଆବଶ୍ୟକ ରୀତିନୀତି ଅନୁସାରେ ଶବ ସଂସ୍କାର କରାଯାଇଥିଲା। ଜୀବନର ଶେଷ ପର୍ଯ୍ୟାୟରେ ଅବହେଳିତ ହୋଇଥିବା ଜଣେ ଅସହାୟଙ୍କୁ ମୃତ୍ୟୁ ପରେ ମଧ୍ୟ ମର୍ଯ୍ୟାଦା ଦେବାର ଏହି ପଦକ୍ଷେପ ସମାଜ ପାଇଁ ଏକ ମାନବିକ ବାର୍ତ୍ତା ଦେଇଛି।

ଅମର ଆତ୍ମାର ସଦ୍ଗତି କାମନା କରି ଏହି ଶବ ସଂସ୍କାରରେ ଏକ୍ସ-ଆର୍ମି ପଞ୍ଚାନନ ଆପଟ, ସାମ୍ବାଦିକ ହିମାଂଶୁ ଶେଖର ସାହୁ, ସଦାନନ୍ଦ ନାଏକ, ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ହରଭଙ୍ଗା ବ୍ଲକ ସମ୍ପାଦକ ସୁଶାନ୍ତ କୁମାର ବେହେରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ଶେଷକୃତ୍ୟରେ ସହଯୋଗ କରିଥିଲେ l ( ବୌଦ୍ଧ ରୁ କୁନା ବେହେରା ଙ୍କ ରିପୋର୍ଟ କଳିଙ୍ଗ ଦର୍ପଣ )
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)