ଆମ୍ବ ଦଳାରେ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଜୋରଦାର ପ୍ରସ୍ତୁତି
ଅମ୍ବାଦଳାରେ ମାଁ ଆଦିଶକ୍ତିଙ୍କ ଶାରଦୀୟ ଦୁର୍ଗାପୂଜା
କଳିଙ୍ଗ ଦର୍ପଣ //ରଜତ ତ୍ରିପାଠୀ


ରାୟଗଡା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅମ୍ବାଦଳାରେ ମାଁ ଆଦିଶକ୍ତିଙ୍କ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ପାରମ୍ପରିକ ରୀତିନୀତି ଓ ଭକ୍ତିମୟ ପରିବେଶ ମଧ୍ୟରେ ପ୍ରସିଦ୍ଧ କଳସ ଯାତ୍ରା ଅନୁଷ୍ଠିତ ହୋଇଛି .ଏହି ଅବସରେ ଶଙ୍ଖ ମହୁରୀ ଘୁମୁରା ଓ ସଂକୀର୍ତ୍ତନର ଧ୍ଵନିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ସହର ମାଁଙ୍କ ଆବାହନ ପାଇଁ ଅଞ୍ଚଳରେ ଦେଖିବାକୁ ମିଳିଥିଲା ଭକ୍ତି ଓ ଉତ୍ସାହର ପରିବେଶ ପଞ୍ଚ ମୁଖୀ ମନ୍ଦିର ନିକଟସ୍ଥ ବଂଶଧାରା ନଦୀକୂଳରେ ପ୍ରଥମେ ପାରମ୍ପରିକ ପୂଜାର୍ଚ୍ଚନା କରାଯାଇଥିଲା ଏହାପରେ ନଦୀରୁ ପବିତ୍ର ଜଳ ଭର୍ତ୍ତି କରାଯାଇଥିବା ପ୍ରାୟ ୫ ହଜାର କଳସ କୁ ମହିଳା ଶ୍ରଦ୍ଧାଳୁମାନେ ମୁଣ୍ଡରେ ଧାରଣ କରିଥିଲେ ସଂକୀର୍ତ୍ତନ ମଣ୍ଡଳୀଙ୍କ ସହ ଏକ ବିଶାଳ ପଟୁଆରରେ ଶଙ୍ଖ ଓ ମହୁରୀର ତାଳେ ତାଳେ ସହର ପରିକ୍ରମା କରିବା ପରେ କଳସ ଯାତ୍ରା ମାଁଙ୍କ ମନ୍ଦିରରେ ପହଞ୍ଚିଥିଲା ଏହି ଯାତ୍ରାରେ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ସାମିଲ୍ ହୋଇଥିଲେ ଦୁର୍ଗାପୂଜା କମିଟି ସଭାପତି ସନ୍ତୋଷ ପାତ୍ରଙ୍କ ତତ୍ତ୍ଵାବଧାନରେ ମାଁଙ୍କ ପୀଠରେ ପୂଜାବିଧି ସମ୍ପନ୍ନ ହୋଇଥିଲା ଚଳିତ ବର୍ଷ ମାଁଙ୍କ ସେବାରେ ବିଜୟ କୁମାର ମିଶ୍ର ଅକ୍ଷୟ କୁମାର ରଥ ବିପିନ୍ ବିହାରୀ କର ଓ ଶୁଭାଶିଷ ମିଶ୍ରଙ୍କ ସମେତ ଚାରିଜଣ ପୁରୋହିତ ନିୟୋଜିତ ହୋଇଛନ୍ତି କର୍ତ୍ତା ଭାବେ ଭି.ସୁରେଶ କୁମାର ପୂଜାରେ ଯୋଗ ଦେଇଥିଲେ କମିଟିର କର୍ମକର୍ତ୍ତା ଓ ସଦସ୍ୟଙ୍କ ଉପସ୍ଥିତି ଏବଂ ସହଯୋଗରେ ମାଁଙ୍କ ନୀତିକାନ୍ତି ସମ୍ପନ୍ନ ହୋଇଥିଲା ଏହି ଅବସରେ ଅତିଥିଭାବେ ପୂର୍ବତନ କେବିନେଟ୍ ମନ୍ତ୍ରୀ ଜଗନ୍ନାଥ ସାରକା ବିଜେଡି ରାଜ୍ୟ ସମ୍ପାଦକ ସୁଧୀର ଦାସ ଜିଲ୍ଲା ପରିଷଦ ଉପାଧ୍ଯକ୍ଷ ସନ୍ତୋଷ ସୁନା ବିଜେଡି ବ୍ଲକ ସଭାପତି ରତନ୍ ଲାଲ୍ ଜୈନ ଦୁର୍ଗା ପୂଜା କମିଟି ପକ୍ଷରୁ ଜଗନ୍ନାଥ ପ୍ରସାଦ ଦେବୀ ପ୍ରସାଦ୍ ମୁଖାର୍ଜୀ ଧୀରେନ୍ଦ୍ର ପାଣିଗ୍ରାହୀ ଶ୍ରୀଧର ସାହୁ ବିଦ୍ଯା ଧର ସାହୁ ସନ୍ତୋଷ ଆଚାରୀ ବି ତ୍ରିପତି ପାତ୍ର ବିନୋଦ ସାହୁ ଓ ସୁବାସ ସେନାପତିଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ପୂଜା ଆୟୋଜନରେ ସହଯୋଗ କରିଥିଲେ ମାଁ' ଆଦିଶକ୍ତିଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା ପାରମ୍ପରିକ ରୀତିନୀତି ସାମୂହିକ ସହ ଯୋଗ ଓ ଭକ୍ତିଭାବରେ ଏହି ମହାମିଳନ ଅମ୍ବାଦଳା ଧାର୍ମିକ ପରମ୍ପରାକୁ ଉଜ୍ଜୀବିତ କରିଥିବା ବେଳେ ଶାରଦୀୟ ଦୁର୍ଗାପୂଜା କୁ ନେଇ ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)