କଳାହାଣ୍ଡି ଜିଲ୍ଲା ପ୍ରଶାସନ ର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ

Sep 01, 2026 - 12:41
0 72
କଳାହାଣ୍ଡି ଜିଲ୍ଲା ପ୍ରଶାସନ ର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ

*କଳାହାଣ୍ଡି ଜିଲ୍ଲା ପ୍ରଶାସନର ଅବ୍ୟବସ୍ଥା ଚରମ ସୀମାରେ*!

*ନାମକୁ ମାତ୍ର ଏଠି ଔପଚାରିକତା ପୂରଣକରା ଯାଏ*!

କଳିଙ୍ଗ ସମ୍ବାଦ/ଲାଞ୍ଜିଗଡ(କଳାହାଣ୍ଡି)

ରିପୋର୍ଟ: *ଗଙ୍ଗାରାମ ସୁନା*

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର କେବଳ ନାମକୁ ମାତ୍ର ପ୍ରଶାସନିକ ଔପଚାରିକତା ପାଲଟିଛି। ବାସ୍ତବରେ କିଛି କାମକୁ ନୁହେଁ।

ସୋମବାର (୩୧/୦୮/୨୦୨୬)ଦିନ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ମହୋଦୟଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି, କିନ୍ତୁ ଏଥିରେ ବ୍ଲକର ଜନସାଧାରଣଙ୍କ ମନରେ ତୀବ୍ର ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଛି।

ସାଧାରଣ ଜନତା ନିଜ ନିଜ ସମସ୍ୟାକୁ ନେଇଁ ଅନେକ ଆଶା, ଭରସାର ସହିତ ଜିଲ୍ଲାପାଳ ତଥା ଜିଲ୍ଲାମାଜିଷ୍ଟ୍ରେଟଙ୍କ ଆଗରେ ଗୁହାରୀ ଜଣେଇବାପାଇଁ ସକାଳ ୮ ଘଣ୍ଟାରୁ ପାଣି ବର୍ଷା ଭିଜି, ଭୋକ ଉପାସରେ ବ୍ଲକର ୨୬ଗୋଟି ପଞ୍ଚାୟତର କୋଣ ଅନୁକୋଣରୁ ଆସି ପହଞ୍ଚିଥିଲେ ଶିବିରକୁ।

ଅପରପକ୍ଷରେ ଜିଲ୍ଲପାଳ ମହୋଦୟ ଅଳ୍ପ ସମୟ ପରେ ଶିବିର ଛାଡ଼ି କେଉଁ ଆଡ଼େ ଉଭାନ ହୋଇଯାଇଥିବାରୁ ସାଧାରଣ ଜନତାଙ୍କ ଚେହେରା ଦୁଃଖରେ ମଉଳି ଯାଇଥିଲା।

ଅନେକ ଲୋକ ଜିଲ୍ଲାପାଳଙ୍କୁ ଭେଟି ପାରି ନଥିବାରୁ ସବୁ ଦୋଷ ନିଜ ଭାଗ୍ୟ ଉପରେ ଲଦି ଦେଇଥିଲେ ଓ ମନ ଦୁଃଖରେ ନିଜ ନିଜ ଘରକୁ ବାଧ୍ୟ ହୋଇ ଫେରିଯାଇଥିଲେ।

ଉକ୍ତ ଶିବିରରେ କଳାହାଣ୍ଡି ଜିଲ୍ଲାପାଳ ଶ୍ରୀଯୁକ୍ତ ପାୱାର ସଚିନ ପ୍ରକାଶ, ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ନାଗରାଜ ଦେବରକୋଣ୍ଡା, ଉତ୍ତର ଓ ଦକ୍ଷିଣ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଆର୍.କଲେଇଭାନାନ୍, ଶ୍ରୀଯୁକ୍ତ ପ୍ରଭାକର ବର୍ମା, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ କମଳା ପାତ୍ର, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୀବ କୁ. ନାୟକ ପ୍ରମୁଖ ମଞ୍ଚାସିନ ଥିଲେ।

ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ତତ୍ୱାବଧାନରେ ଜିଲ୍ଲା ସାମାଜିକ ସୁରକ୍ଷା ତଥା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଉପଖଣ୍ଡ ଆରକ୍ଷୀ ଅଧିକାରୀ, ଗୋଷ୍ଠୀ ମଙ୍ଗଳ ଅଧିକାରୀ, ଯୋଗାଣ ଅଧିକାରୀ, ସମେତ ବ୍ଲକର ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ, ପୂର୍ତ୍ତ, ବନ, ଜଳ ଓ ବିଦ୍ୟୁତ ବିଭାଗୀୟ ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏଥିରେ ସର୍ବମୋଟ୍ ୫୭ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା।

ମନରେଗାରେ ବ୍ୟାପକ ଦୁର୍ନୀତି, ପଞ୍ଚାୟତର ବିଭିନ୍ନ ତହବିଲର ଅର୍ଥରେ ଘୋଟଲା, ସରକାରୀ ଗୃହ ବଣ୍ଟନରେ ଅନିୟମିତତା, ରାସ୍ତା-ସଡ଼କର ଦୁର୍ଗତି, ଜମି ଜିମା ବିବାଦ, ଭତ୍ତା ଓ ପାନୀୟ ଜଳ ଭଳି ବିଭିନ୍ନ ସମସ୍ୟାର ଅଭିଯୋଗ ନେଇଁ ଲୋକେ ଆସିଥିଲେ।

ହେଲେ ଏମିତି ବାରମ୍ବାର ନାମକୁ ମାତ୍ର ଶିବିର ଆୟୋଜନ କରି ଜିଲ୍ଲା ପ୍ରଶାସନ ଦୁଃଖୀ ଓ ନିରୀହ ଜନତାର ହାତରେ ସ୍ୱର୍ଗର ଚାନ୍ଦ ତାରା ଧରେଇଦେବା ଭଳି ମିଛ ଆଶା ଦେଖାଉଛି।

ଏଣୁ ଏହା ଏକ ସମାଧାନ ଶିବିର ନୁହଁ ବରଂ କେବଳ ସରକାରୀ ଔପଚାରିକତା ପୂର୍ତ୍ତି ବୋଲି ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି।

What's Your Reaction?

Like Like 4
Dislike Dislike 0
Love Love 3
Funny Funny 0
Wow Wow 1
Sad Sad 0
Angry Angry 0

Comments (0)

User