ସୁର ବସନ୍ତ ସ୍କୁଲ

Nov 01, 2026 - 21:30
0 8
ସୁର ବସନ୍ତ ସ୍କୁଲ

ସୁର ବସନ୍ତ ସ୍କୁଲ୍ ଅଫ୍ ମ୍ୟୁଜିକ୍ ପକ୍ଷରୁ ବୁଦ୍ଧଖୋଲରେ ‘ଷ୍ଟାର୍ ଅଫ୍ ବୁଗୁଡା’ କାର୍ଯ୍ୟକ୍ରମ

ବୁଗୁଡ଼ା,୦୧।୧୧//କଳିଙ୍ଗ ଦର୍ପଣ //ଗଞ୍ଜାମ 

(କୁମୁଦ ଚନ୍ଦ୍ର ବେହେରା):ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର ଦିନ ପ୍ରସିଦ୍ଧ ଐତିତିହାସିକ ଶୈବପୀଠ ତଥା ପର୍ଯ୍ୟଟନ ସ୍ଥଳୀ ବୁଦ୍ଧଖୋଲ ପାଦ ଦେଶସ୍ଥ ଜଳ ସୁବିଧା କେନ୍ଦ୍ର ପରିସରରେ ସ୍ଥାନୀୟ ସୁର ବସନ୍ତ ସ୍କୁଲ୍ ଅଫ୍ ମ୍ୟୁଜିକ୍ ପକ୍ଷରୁ ‘ଷ୍ଟାର୍ ଅଫ୍ ବୁଗୁଡା’ ସିଜିନ୍-୧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଅବସରରେ ଚିତ୍ରାଙ୍କନ, ନୃତ୍ୟ, ସଙ୍ଗୀତ, ମଡେଲିଂ ଆଦି ପ୍ରତିଯୋଗିତା ଆୟୋଜିତ ହୋଇ କୃତି ପ୍ରତିଯୋଗୀଙ୍କୁ ଚୟନ ସହ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ବିଚାରକ ଭାବେ ଚିତ ରଞ୍ଜନ ଦାଶ, ବିଭୂତି ଭୂଷଣ ମିଶ୍ର, ଭୁବନେଶ୍ୱର ରୋଟାରୀ କ୍ଲବ ସଭାପତି ସ୍ୱର୍ଣ୍ଣପ୍ରଭା ନନ୍ଦ, କାହ୍ନୁ ଚରଣ ବେହେରା, ତପନ ମହାପାତ୍ର, ପ୍ରମୁଖ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ଚୟନ କରିଥିଲେ।

ସୁର ବସନ୍ତ ସ୍କୁଲ୍ ଅଫ୍ ମ୍ୟୁଜିକ୍‌ର ଅଧ୍ୟକ୍ଷ ସଙ୍ଗୀତ ଝରଣାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ବନମାଳୀ ବେହେରା, ମୁଖ୍ୟ ବକ୍ତା ଭାବେ ସାହିତ୍ୟିକ ଅନନ୍ତ କର ଓ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରୀପତି ଦାଶ ଯୋଗ ଦେଇ ବୁଗୁଡା ଅଞ୍ଚଳରେ ନୃତ୍ୟ, ଚିତ୍ର ଓ ସଙ୍ଗୀତ ଆଦି କ୍ଷେତ୍ରର ପ୍ରତିଭାଧାରୀଙ୍କୁ ଚୟନ ଦିଗରେ ଆୟୋଜକ ସଂସ୍ଥାର ପ୍ରୟାସକୁ ଭୂୟସୀ ପ୍ରଶଂସା କରିବା ସହ ଅଂଶ ଗ୍ରହଣକାରୀ ପ୍ରତିଯୋଗୀଙ୍କୁ ମାର୍ଗ ଦର୍ଶନ କରିଥିଲେ।

ଏ ଅବସରରେ କୃତି ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ସହ ପୁରସ୍କୃତ କରାଯାଇଥିଲା। ସୁଖ୍ୟାତ ଗାଳ୍ପିକା ତଥା କଣ୍ଠଶିଳ୍ପୀ ରତୁରାଜ ବସନ୍ତଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପରିଶେଷରେ ରାଜାବାବୁ ଧନ୍ୟବାଦ ଅର୍ପଣ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User