ଭୁତ ଖାଉଛି କି ଭତ୍ତା ଟଙ୍କା #କଳିଙ୍ଗ ଦର୍ପଣ

Nov 01, 2026 - 14:10
0 28
ଭୁତ ଖାଉଛି କି ଭତ୍ତା ଟଙ୍କା #କଳିଙ୍ଗ ଦର୍ପଣ

**ଭତ୍ତାରୁ ବଞ୍ଚିତ ୭୦ ବର୍ଷୀୟ ବୃଦ୍ଧା ସରକାରୀ ସହାୟତା ଅପେକ୍ଷାରେ ବିତୁଛି ଜୀବନ**

କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଅନ୍ତର୍ଗତ ଆସନା ପଂଚାୟତ ର ଦୁରୁଗୁଡାଗ୍ରାମର ବୁଦେଇ ଦୁରୁଆ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସତ୍ତ୍ୱେ ଜଣେ ୭୦ ବର୍ଷୀୟ ବୃଦ୍ଧା ଆଜି ବି ଭତ୍ତାରୁ ବଞ୍ଚିତ। ବାର୍ଦ୍ଧକ୍ୟରେ  ସରକାରୀ ସହାୟତା ପାଇବା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ତାଙ୍କୁ ଏଯାଏଁ ମିଳିପାରିନାହିଁ ବାର୍ଦ୍ଧକ୍ୟ ଭତ୍ତା। ଫଳରେ ଆର୍ଥିକ ଅଭାବ ମଧ୍ୟରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ବୃଦ୍ଧା। 

ବୁଦେଇ ଦୁରୁଆଙ୍କ ଦୁଃଖ କିଏ ଶୁଣିବ? ସେ ବାରମ୍ବାର ଭତ୍ତା ପାଇଁ ଆବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପାଇ ପାରିନାହାନ୍ତି l ତାଙ୍କ ଆଧାର କାର୍ଡ ରେ 18 ବୟସ ଥିବା ବେଳେ ଭୋଟର କାର୍ଡ ରେ ସତୁରି ବର୍ଷ ଅଛି l ଆଧାର କାର୍ଡ ରେ ତ୍ରୁଟି ଥିବାଯୋଗୁ ସେ ଭତ୍ତା ପାଇପାରୁନଥିଲେ l କିନ୍ତୁ ଏବେ ଭୋଟର କାର୍ଡ ବାଧ୍ୟତା ମୂଳକ ନିୟମ ଲାଗୁ ହେବା ପରେ ମଧ୍ୟ ଭତ୍ତା ମିଳୁନି l ପାଞ୍ଚ ମାସ ପୂର୍ବେ ଅନଲାଇନ ଆବେଦନ କରାଯାଇଛି, ଏନେଇ ପଂଚାୟତ ଠାରୁ ବ୍ଲକ ବୁଲିବୁଲି ବୁଝିବାରୁ ତାଙ୍କୁ ଭତ୍ତା ମିଳିଯିବ ବୋଲି କେବଳ ଫୋମ୍ପା ପ୍ରତିଶୃତି ମିଳୁଛି l ବୟସର ଅପରାହ୍ନରେ ସରକାରୀ ସହାୟତା ହିଁ ତାଙ୍କ ପାଇଁ ଏକମାତ୍ର ଆଶା ହୋଇଥିବା ବେଳେ ଭତ୍ତା ନମିଳିବା ତାଙ୍କ ଦୁଃଖକୁ ଆହୁରି ବଢ଼ାଇ ଦେଇଛି। ଏନେଇ ସ୍ଥାନୀୟ ପିଇଓ ଗୌରାଙ୍ଗ ଚରଣ ମାଝୀଙ୍କୁ ପଚାରିବାରୁ ସେ ଆମ ହାତରେ କିଛି ନାହିଁ ବୋଲି କହିଛନ୍ତି l ସେପଟେ ବିଡ଼ିଓ ଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରିଲା ନାହିଁ l ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ  ବୃଦ୍ଧାଙ୍କୁ  ତୁରନ୍ତ ଭତ୍ତା  ଯୋଗାଇ ଦେବା ସହ ଆବଶ୍ୟକୀୟ ସହାୟତା ପ୍ରଦାନ କରିବାକୁ ଦାବି ହେଉଛି। ଏବେ  ପ୍ରଶ୍ନ ଉଠୁଛି,  ୭୦ ବର୍ଷୀୟ  ବୃଦ୍ଧାଙ୍କ ପାଖରେ କେବେ ପହଞ୍ଚିବ ସରକାରୀ ସହାୟତା?

କୁନ୍ଦୁରାରୁ ନିରଞ୍ଜନ ପାଣିଙ୍କ ରିପୋର୍ଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 1
Angry Angry 0

Comments (0)

User