ଜି. ଉଦୟଗିରି ପଦାସାହିରେ ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ: ଚଳିତ ବର୍ଷ ହେବ ମହାଆଡ଼ମ୍ବରରେ ଆୟୋଜନ
ଜି. ଉଦୟଗିରିର ବହୁ ପୁରାତନ ପଦାସାହି ଗଜଲକ୍ଷ୍ମୀ ପୂଜା ମଣ୍ଡପରେ ଆଜି ପାରମ୍ପରିକ ରୀତିନୀତି ଅନୁଯାୟୀ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି। ଚଳିତ ବର୍ଷ ପୂଜାକୁ ମହାଆଡ଼ମ୍ବରରେ ପାଳନ କରିବା ନେଇ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।
ଜି ଉଦୟଗିରି, ୦୯।୧୦ (ନୀଳମାଧବ ପ୍ରଧାନ) କଲିଙ୍ଗ ଦର୍ପଣ:
ସ୍ଥାନୀୟ ପଦାସାହିରେ ଆସନ୍ତା ଗଜଲକ୍ଷ୍ମୀ ପୂଜା ନିମନ୍ତେ ଆଜି ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଏହି ପୂଜାକୁ ମହାଆଡ଼ମ୍ବରରେ ପାଳନ କରିବା ପାଇଁ ପୂଜା କମିଟି ତରଫରୁ ବ୍ୟାପକ ପୂର୍ବ ପ୍ରସ୍ତୁତି କରାଯାଉଥିବା ବେଳେ, ବୁଧବାର ଦିନ ସମସ୍ତ ବୈଦିକ ରୀତିନୀତି ଅନୁଯାୟୀ ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ୟ ସମ୍ପନ୍ନ ହୋଇଛି।

ବରିଷ୍ଠ ପୁରୋହିତ ସୂର୍ଯ୍ୟ ନାରାୟଣ ଆଚାର୍ଯ୍ୟଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାଗବତ ଆର୍ଜେଲି ଏବଂ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ କର୍ତ୍ତା ଭାବେ ପୂଜା ମଣ୍ଡପରେ ବସିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂଜା କମିଟି ତରଫରୁ ସନ୍ତୋଷ କୁମାର ବାଘ, ଦୁର୍ଗାମାଧବ ପଟ୍ଟନାୟକ, ପ୍ରଶାନ୍ତ ବଗର୍ତ୍ତୀ, ହେମନ୍ତ ପ୍ରଧାନ, ପ୍ରଭାତ ମହାପାତ୍ର, ସଂଜୀବ ପ୍ରଧାନ, କବି ମହାନ୍ତି, ଶଙ୍କର ବାଘ, କାଳିଆ ମହାନ୍ତି, ପ୍ରକାଶ ନାୟକ, ପଞ୍ଚାନନ ପ୍ରଧାନ, ରବୀନ୍ଦ୍ର ପ୍ରଧାନ, ସନ୍ତୋଷ ପ୍ରଧାନ ଓ ରାଜେଶ ପ୍ରଧାନଙ୍କ ସମେତ ସାହିର ବହୁ ମହିଳା ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

ସୂଚନାଯୋଗ୍ୟ ଯେ, ପଦାସାହିର ଏହି ଗଜଲକ୍ଷ୍ମୀ ପୂଜା ମଣ୍ଡପ ବହୁ ପୁରାତନ ଏବଂ ଅଞ୍ଚଳରେ ଏହାର ଏକ ସ୍ୱତନ୍ତ୍ରତା ରହିଆସିଛି। ପ୍ରତିବର୍ଷ ମା'ଙ୍କ ଦର୍ଶନ ନିମନ୍ତେ ଏଠାରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଥାଏ। ତେଣୁ ଭକ୍ତମାନଙ୍କ ସୁବିଧା ଏବଂ ଶୃଙ୍ଖଳିତ ଦର୍ଶନ ଉପରେ କମିଟି ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଥିବା ସୂଚନା ମିଳିଛି।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)