ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ‘ରାଷ୍ଟ୍ରୀୟ ଏକତା ଦିବସ’ ପାଳିତ: ଦେଶର ଅଖଣ୍ଡତା ରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଏକତା ଶପଥ

ଭବାନୀପାଟଣାସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ଲୌହ ମାନବ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ତଥା ‘ରାଷ୍ଟ୍ରୀୟ ଏକତା ଦିବସ’ ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଶିବରାମ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଦେଶର ଏକତା ଓ ସୁରକ୍ଷା ପାଇଁ ଶପଥ ଗ୍ରହଣ କରିଛନ୍ତି।

Nov 01, 2026 - 06:18
Updated: 12 hours ago
0 3
ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ‘ରାଷ୍ଟ୍ରୀୟ ଏକତା ଦିବସ’ ପାଳିତ: ଦେଶର ଅଖଣ୍ଡତା ରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଏକତା ଶପଥ

ଭବାନୀପାଟଣା, ୩୧ ଅକ୍ଟୋବର:କଳିଙ୍ଗ ଦର୍ପଣ-ରୋହିତ କୁମାର ନିଆଲ

ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସରରେ ଶନିବାର ମହାସମାରୋହରେ ଭାରତର ଲୌହ ମାନବ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ତଥା ‘ରାଷ୍ଟ୍ରୀୟ ଏକତା ଦିବସ’ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଏକ ଭବ୍ୟ ଉତ୍ସବର ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ଼. ଶିବରାମ ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ସେ ନିଜ ବକ୍ତବ୍ୟରେ ସର୍ଦାର ପଟେଲଙ୍କ ଦେଶପ୍ରତି ଅବଦାନ ଓ ଭାରତର ଏକତ୍ରୀକରଣରେ ତାଙ୍କର ଅତୁଳନୀୟ ଭୂମିକା ଉପରେ ଆଲୋକପାତ କରିଥିଲେ। ଦେଶର ଏକତା, ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ ଅକ୍ଷୁଣ୍ଣ ରଖିବା ପାଇଁ ଯୁବପିଢ଼ି ନିଷ୍ଠାପର ଭାବେ କାର୍ଯ୍ୟ କରିବା ଉଚିତ ବୋଲି ସେ ଆହ୍ୱାନ ଦେଇଥିଲେ।

ଏହି ସମାରୋହରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ତଥା କର୍ମଚାରୀମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ସଭା ଶେଷରେ ଉପସ୍ଥିତ ସମସ୍ତେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ଏକତା ବଜାୟ ରଖିବା ନିମନ୍ତେ ‘ରାଷ୍ଟ୍ରୀୟ ଏକତା ଶପଥ’ ପାଠ କରିଥିଲେ। ଏହି ଆୟୋଜନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶପ୍ରେମ ଓ ଭ୍ରାତୃଭାବର ଏକ ନୂତନ ଉନ୍ମାଦନା ସୃଷ୍ଟି କରିଥିବା ଦେଖିବାକୁ ମିଳିଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0
Rohit Kumar Nial

State Secretary of KWMI

Comments (0)

User