ରକ୍ଷାବନ୍ଧନ ଅବସରରେ କଳାହାଣ୍ଡିରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ

ପବିତ୍ର ରକ୍ଷାବନ୍ଧନ ଉପଲକ୍ଷେ ଭବାନୀପାଟଣା ଟାଉନହଲ୍ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଉତ୍ସବରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ରାଶି ବଣ୍ଟନ କରାଯାଇଛି। ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିବା ସହ ନିଜର ସାରଗର୍ଭକ ଉଦବୋଧନ ଦେଇଛନ୍ତି।

Aug 28, 2026 - 20:15
Updated: 2 months ago
0 9
ରକ୍ଷାବନ୍ଧନ ଅବସରରେ କଳାହାଣ୍ଡିରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ

ଭବାନୀପାଟଣା, ରୋହିତ କୁମାର ନିଆଲ, କବିରାଜ ଦୁର୍ଗା,କଳିଙ୍ଗ ସମ୍ବାଦ: ଭାଇ ଓ ଭଉଣୀର ଅତୁଟ ସ୍ନେହର ପର୍ବ ପବିତ୍ର ରକ୍ଷାବନ୍ଧନ ଅବସରରେ ଆଜି କଳାହାଣ୍ଡି ଜିଲ୍ଲାର ମହିଳାମାନଙ୍କ ପାଇଁ ଏକ ଖୁସିର ଦିନ ଆଣିଦେଇଛି। ଏହି ଅବସରରେ ଭବାନୀପାଟଣା ସ୍ଥିତ ଟାଉନହଲ୍ ଠାରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ ଉତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।

ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ରାଜ୍ୟ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମାନନୀୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମନ୍ତ୍ରୀ ଶ୍ରୀ ସାମନ୍ତ ଉପସ୍ଥିତ ମହିଳା ହିତାଧିକାରୀମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ରାଜ୍ୟର ମହିଳାମାନଙ୍କୁ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ କରିବା ତଥା ସେମାନଙ୍କ ସାମାଜିକ ସଶକ୍ତିକରଣ ଦିଗରେ ସୁଭଦ୍ରା ଯୋଜନା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ରକ୍ଷାବନ୍ଧନ ଭଳି ପବିତ୍ର ଦିନରେ ମହିଳାମାନଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ରାଶି ପ୍ରଦାନ କରାଯିବା ରାଜ୍ୟ ସରକାରଙ୍କ ପକ୍ଷରୁ ମା' ଓ ଭଉଣୀମାନଙ୍କ ପାଇଁ ଏକ ନିଆରା ଉପହାର ବୋଲି ସେ ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥିଙ୍କ କରକମଳରେ ଜିଲ୍ଲାର ବହୁ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ଏହି ପଞ୍ଚମ କିସ୍ତିର ସହାୟତା ରାଶି ବଣ୍ଟନ କରାଯାଇଥିଲା। ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ବହୁ ଉଚ୍ଚପଦସ୍ଥ ଅଧିକାରୀ, ବିଭିନ୍ନ ବିଭାଗର କର୍ମକର୍ତ୍ତା, ସ୍ଥାନୀୟ ଜନପ୍ରତିନିଧି ଏବଂ ଶତାଧିକ ସଂଖ୍ୟାରେ ମହିଳା ହିତାଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ପରିଚାଳନା କରାଯାଇଥିଲା।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0
Rohit Kumar Nial

State Secretary of KWMI

Comments (0)

User