ଜୟପାଟଣାରେ ସୁନ୍ନି ମୁସଲିମ୍ ୟଙ୍ଗ୍ କମିଟି ପକ୍ଷରୁ ଭବ୍ୟ 'ଜସନେ ଗୌସୁଲ ୱାରା' ଓ 'ଦସ୍ତାର ବନ୍ଧୀ' ମହୋତ୍ସବ ଅନୁଷ୍ଠିତ
ଜୟପାଟଣା ସୁନ୍ନି ମୁସଲିମ୍ ୟଙ୍ଗ୍ କମିଟି ଆନୁକୂଲ୍ୟରେ ଧର୍ମୀୟ ଉତ୍ସାହ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଏକ ବିଶାଳ "ଜସନେ ଗୌସୁଲ ୱାରା" ତଥା "ଦସ୍ତାର ବନ୍ଧୀ" କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଉତ୍ତରପ୍ରଦେଶରୁ ଆସିଥିବା ବିଶିଷ୍ଟ ଧର୍ମଗୁରୁଙ୍କ ସହ ରାଜ୍ୟ ତଥା ବାହାର ରାଜ୍ୟର ବହୁ ମାନ୍ୟଗଣ୍ୟ ଇସଲାମିକ ବିଦ୍ୱାନ ଯୋଗଦେଇ ଶାନ୍ତି ଓ ଭ୍ରାତୃଭାବର ବାର୍ତ୍ତା ଦେଇଥିଲେ।

ଜୟପାଟଣା (କଳିଙ୍ଗ ଦର୍ପଣ): ରଶ୍ମୀ ରଞ୍ଜନ ସୁନା
ସ୍ଥାନୀୟ ସୁନ୍ନି ମୁସଲିମ୍ ୟଙ୍ଗ୍ କମିଟି, ଜୟପାଟଣା ତରଫରୁ ଏକ ଭବ୍ୟ ଧାର୍ମିକ ସମାବେଶ "ଜସନେ ଗୌସୁଲ ୱାରା" ଏବଂ "ଜସନେ ଦସ୍ତାର ବନ୍ଧୀ" କାର୍ଯ୍ୟକ୍ରମ ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ବିଶାଳ ଜଳସାରେ ଉତ୍ତର ପ୍ରଦେଶ ବରେଲି କାଲଫି ସରିଫରୁ ଆସିଥିବା ମହାନ୍ ଧର୍ମଗୁରୁ ହୁଜୁର ଗାୟାସେ-ଇ-ମିଲ୍ଲତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଧ୍ୟାତ୍ମିକ ଦିଗ୍ଦର୍ଶନ ପ୍ରଦାନ କରିଥିଲେ।

ଏହି ସମ୍ମିଳନୀରେ କାଲଫି ସରିଫର ମୌଲାନା ଇରଫାନ ରଜ଼ା, ଭଦ୍ରକ ରଘୁନାଥପୁରରୁ ଆସିଥିବା ସୟଦ ମୌଜମ ହବିବି, ସୟଦ ମୋବାସୀର ହବିବି, ମୌଲାନା ଅଖତର ଜୀୟାଇ, ପ୍ରସିଦ୍ଧ ନାତଖ୍ୱାଁ ଶମବିଲ ଅଖତର ମୁଜାହିଦି, ରଘୁନାଥପୁରର ମୌଲାନା ଇର୍ସାଦ, ସାୟଦ ମୁସ୍ତାକ, ପଶ୍ଚିମବଙ୍ଗରୁ ମୌଲାନା ସାଇଦୁର ରାହେମାନ, ଧାମନଗର ଖାନକା ସରିଫର ଇମାମ ମୌଲାନା ଯହୀଦ ଖତିବ, ଏବଂ ମୌଲାନା ରିହାନ ପ୍ରମୁଖ ସମ୍ମାନିତ ଅତିଥି ତଥା ବକ୍ତା ଭାବେ ଯୋଗ ଦେଇଥିଲେ। ଏହାସହ ସମଗ୍ର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ମସଜିଦର ଇମାମ ଏବଂ ମୌଲାନାମାନେ ଉପସ୍ଥିତ ରହି ଏହି ମହୋତ୍ସବର ଶୋଭା ବୃଦ୍ଧି କରିଥିଲେ।

ଅନୁଷ୍ଠିତ ସଭାରେ ମୁଫତୀ କୁରବାନ ରଜ଼ା ଏବଂ ମୌଲାନା ସାହିଲ ମୋଜାହିଦିଙ୍କୁ ବିଦ୍ୱାନମାନଙ୍କ ଦ୍ୱାରା ପାରମ୍ପରିକ ରୀତିରେ ସମ୍ମାନଜନକ "ଦସ୍ତାର ବନ୍ଧୀ" ପ୍ରଦାନ କରାଯିବା ସହ ଦେଶର ଶାନ୍ତି, ସମୃଦ୍ଧି ଓ ସଦ୍ଭାବନା ପାଇଁ ସାମୂହିକ ଦୁଆ (ପ୍ରାର୍ଥନା) କରାଯାଇଥିଲା। ଅତିଥିମାନଙ୍କୁ ଜୟପାଟଣା ସୁନ୍ନି ମୁସଲିମ୍ ସମାଜର ସଭାପତି ଇସୁଫ ଖାଁ, ସମ୍ପାଦକ ନିବାସ ଅଲ୍ଲୀ, ସ୍ଥାନୀୟ ମସଜିଦର ଇମାମ ଆସିଫ ରଜ଼ା, ମୌଲାନା ସମୀର ଖାଁ, ମୌଲାନା ଅବୁତାହିର ଖାଁ (ସାକିର) ଏବଂ ହାଫିଜ଼ ଅଲତାଫ ଖାଁ ପ୍ରମୁଖ ଉପସ୍ଥିତ ରହି ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ।
ଏହି ସମଗ୍ର ଜଳସା କାର୍ଯ୍ୟକ୍ରମକୁ ଜୟପାଟଣା ୟଙ୍ଗ୍ କମିଟିର ସଭାପତି ଅବଦୁଲ ମୁଜଫର, ଉପ-ସଭାପତି ଇବ୍ରାହିମ ଖାଁ (ଚିଙ୍କୁ), ସମ୍ପାଦକ ସିରାଜ ଅଲ୍ଲୀଙ୍କ ସମେତ କମିଟିର ସମସ୍ତ ସଦସ୍ୟ ସୁଚାରୁ ରୂପେ ପରିଚାଳନା କରି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ। ଅଞ୍ଚଳର ବହୁ ସଂଖ୍ୟକ ଧର୍ମପ୍ରାଣ ମୁସଲିମ୍ ଭାଇଭଉଣୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)