ମ ରାମପୁର ରେ ବରିଷ୍ଠ ନାଗରିକ ଦିବସ ପାଳନ

Oct 01, 2026 - 20:30
0 52
ମ ରାମପୁର ରେ ବରିଷ୍ଠ ନାଗରିକ ଦିବସ ପାଳନ

*ମ.ରାମପୁରରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ*

*ବରିଷ୍ଠ ନାଗରିକଙ୍କ ସହ ଭାବ ବିନିମୟ, ଫଳ ଓ ବସ୍ତ୍ର ବଣ୍ଟନ*

କଳାହାଣ୍ଡି/କଳିଙ୍ଗ ଦର୍ପଣ (କବିରାଜ ଦୁର୍ଗା)ମଦନପୁର ରାମପୁର :- ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଅଧୀନସ୍ଥ ‘ମୋ ଭାରତ’ କଳାହାଣ୍ଡି ଶାଖା ପକ୍ଷରୁ ମ.ରାମପୁର ବ୍ଲକସ୍ଥିତ ରାମକୃଷ୍ଣ ଅନାଥ ଆଶ୍ରମ ପରିସରରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ନାଗରିକଙ୍କୁ ଫଳ ଓ ବସ୍ତ୍ର ବଣ୍ଟନ କରାଯିବା ସହ ସେମାନଙ୍କ ସହ ବନ୍ଧୁ ମିଳନ ଓ ଭାବର ଆଦାନପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀମାନେ ବରିଷ୍ଠ ନାଗରିକଙ୍କ ନଖ କାଟିବା, ଶଯ୍ୟା ସଜାଡ଼ିବା ଆଦି ସେବା କରିଥିଲେ। ଏଥିସହ ଯୋଗ, ଶାରୀରିକ ବ୍ୟାୟାମ ଓ ପ୍ରାଣାୟାମ ଅଭ୍ୟାସ କରାଯାଇଥିଲା। ପ୍ରତିଦିନ ଯୋଗ ଓ ପ୍ରାଣାୟାମ ଅଭ୍ୟାସ କଲେ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ ବୋଲି ପ୍ରକୃତି ବନ୍ଧୁ ତଥା ଯୋଗ ଶିକ୍ଷକ ସନତ କୁମାର ସାହୁ କହିଥିଲେ।

ବରିଷ୍ଠ ନାଗରିକଙ୍କ ଅବଦାନ, ଅଭିଜ୍ଞତା, ଜ୍ଞାନ ଓ ଅଧିକାରକୁ ସମ୍ମାନ ଦେବା ସହ ସେମାନଙ୍କ ଆବଶ୍ୟକତା ପ୍ରତି ସମାଜ ଯତ୍ନଶୀଳ ହେବା ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଆମ ଜୀବନ ଓ ସମାଜରେ ବରିଷ୍ଠ ନାଗରିକଙ୍କ ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି ସେମାନେ କହିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସହସମ୍ପାଦକ ସ୍ୱାମୀ ବିରେଶ ନନ୍ଦଜୀ ଯୋଗଦେଇଥିବା ବେଳେ ପ୍ରକୃତି ବନ୍ଧୁ ତଥା ଯୋଗ ଶିକ୍ଷକ ସନତ କୁମାର ସାହୁ, ଯୁବ କବି ଉଦୟନାଥ ଭୋଇ, ଯୁବ ସମାଜସେବୀ ସୌମ୍ୟ ରଞ୍ଜନ ସାହୁ ଓ ସମାଜସେବୀ ସ୍ୱରୂପା ରାଣୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସ୍ୱେଚ୍ଛାସେବୀ ଅନିଲ ପରାସେଠ, ମନ୍ଦିର ମାଝୀ ଓ ଦୁର୍ଯ୍ୟୋଧନ ହରିଜନ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ଯୁବ କବି ଉଦୟନାଥ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

What's Your Reaction?

Like Like 0
Dislike Dislike 1
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User