ସନ୍ତୋଷୀ ମା ମନ୍ଦିର ରୁ ଚୋରୀ /ଜି ଉଦୟଗିରି
*ଜି.ଉଦୟଗିରି ସନ୍ତୋଷୀ ମା ଙ୍କ ମନ୍ଦିର ରୁ ହୁଣ୍ଡି ଭାଙ୍ଗି ଚୋରି କଲେ ଦୁର୍ବୁର୍ତ୍ତ* I
ଜି.ଉଦୟଗିରି,ତା-23-09-2026- କଳିଙ୍ଗ ସମ୍ବାଦ


(ନୀଳମାଧବ ପ୍ରଧାନ ).ଜି.ଉଦୟଗିରି ସ୍ଥିତ ସନ୍ତୋଷୀ ମା ଙ୍କ ମନ୍ଦିର ରୁ ହୁଣ୍ଡି ଭାଙ୍ଗି ବିଳମ୍ବିତ ରାତିରେ କେହି ଦୁର୍ବୁର୍ତ୍ତ ଚୋରି କରିଥିବା ଦେଖିବାକୁ ମିଳିଛି I ମା ଙ୍କ ଆଖି,ହାର,ତ୍ରିଶୂଳ,ମଥାମଣି ସହ ହୁଣ୍ଡି ଭାଙ୍ଗି ଦେଇ ଥିବା ଦେଖିବାକୁ ମିଳିଛି I ସକାଳୁ ସକାଳୁ ମନ୍ଦିର ପୂଜକ ମା ଙ୍କ ପୂଜାର୍ଚନା କରିବାକୁ ଗଲା ବେଳେ କବାଟ ଖୋଲା ଥିବା ଦେଖି ଦେଖିଥିଲେ I ମନ୍ଦିର ହୁଣ୍ଡିରେ ଦାନ ଅର୍ଥ ସୁନା ଗହଣା ନ ଥିବା ଦେଖି ତୁରନ୍ତ ପୋଲିସ କୁ ସୂଚନା ଦେଇଥିଲେ ପୂଜକ I ଥାନା ଭାରପ୍ରାପ୍ତ ଅଧିକାରୀ ଅଜୟ କୁମାର ସ୍ୱାଇଁ ସୂଚନା ପାଇ ମନ୍ଦିର ପରିସର ରେ ପହଞ୍ଚି ତନାଘନା କରୁଛନ୍ତି I ସନ୍ତୋଷୀ ମାଙ୍କ ହୁଣ୍ଡି ଚୋରି ଖବର ଶୁଣି ଭକ୍ତଙ୍କ ମନରେ ଅସନ୍ତୋଷ ବଢ଼ିଛି I ସୂଚନା ଥାଉ କି କିଛି ମାସ ପୂର୍ବରୁ ପଦାସାହି ଶ୍ରୀ ରାମ ମନ୍ଦିର ରୁ ମଧ୍ୟ ହୁଣ୍ଡି ଚୋରି ହୋଇଥିଲା I
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)