ଚାଚିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ: ସ୍କୁଲ ଓ ଗ୍ରାମବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଚାଚିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷକ ଭାବେ ସନ୍ତୋଷ କୁମାର ପ୍ରଧାନ ଯୋଗଦେଇଛନ୍ତି। ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟର କର୍ମଚାରୀ, କମିଟି ସଦସ୍ୟ ଓ ଗ୍ରାମବାସୀ ତାଙ୍କୁ ଉଷ୍ମ ସମ୍ବର୍ଦ୍ଧନା ଜଣାଇଛନ୍ତି।

Sep 30, 2026 - 13:49
Updated: 30 days ago
0 90
ଚାଚିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ: ସ୍କୁଲ ଓ ଗ୍ରାମବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଚାଚିଗୁଡ଼ା (କଳିଙ୍ଗ ଦର୍ପଣ ନ୍ୟୁଜ୍ - ସୁଧାଂଶୁ ଶେଖର ବେଣୁପାଣି):

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅଁଳାଭଟା ପଞ୍ଚାୟତ ଅଧୀନ ଚାଚିଗୁଡ଼ା ଗ୍ରାମସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷକ ଭାବେ ଶ୍ରୀଯୁକ୍ତ ସନ୍ତୋଷ କୁମାର ପ୍ରଧାନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।

​ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ ଘଟିକା ସମୟରେ ବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ (ICHM) ଶ୍ରୀଯୁକ୍ତ ନକୁଲ ପରାଭୋଇ, ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଜ୍ୟୋତିଷ୍ମୟ ଗୋଛାୟତ, ଶ୍ରୀଯୁକ୍ତ ପ୍ରକାଶ କୁମାର ପାତ୍ର, ଶିଶୁ ସେବିକା ଶ୍ରୀମତୀ ତପ ମଞ୍ଜୁରୀ ବାଗ, ପାଚିକା ଡାଳିମ୍ବ ନାଏକ ଓ ଚନ୍ଦ୍ରିକା ନାଏକ ଉପସ୍ଥିତ ରହି ନବାଗତ ପ୍ରଧାନ ଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଆନୁଷ୍ଠାନିକ ଭାବେ ସ୍ୱାଗତ କରିଥିଲେ।

​ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ସନାତନ ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟି (SMC) ସଭାପତି ଶ୍ରୀଯୁକ୍ତ ଶଙ୍କର ପାଣିଗ୍ରାହୀଙ୍କ ସମେତ କମିଟିର ସମସ୍ତ ସଦସ୍ୟ, ବିଶିଷ୍ଟ ଗ୍ରାମବାସୀ ଶ୍ରୀଯୁକ୍ତ ମୁରଲିଧର ନାଗ, ସଂଜୀବ କୁମାର ବେଣୁପାଣି, ଛାତ୍ରଛାତ୍ରୀ ତଥା ଅଭିଭାବକବୃନ୍ଦ ଯୋଗଦେଇ ଶ୍ରୀ ପ୍ରଧାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

​ଆଗାମୀ ଦିନରେ ବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ସୁଦୃଢ଼ କରିବା ସହ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ଓ ଗୁଣାତ୍ମକ ଶିକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ଉପସ୍ଥିତ ବୁଦ୍ଧିଜୀବୀ ଓ ଶିକ୍ଷକମାନେ ଆଶା ବ୍ୟକ୍ତ କରିଛନ୍ତି। ନୂତନ ପ୍ରଧାନ ଶିକ୍ଷକଙ୍କ ଯୋଗଦାନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁସି ଓ ଉତ୍ସାହର ଲହରୀ ଖେଳିଯାଇଛି।

What's Your Reaction?

Like Like 3
Dislike Dislike 0
Love Love 1
Funny Funny 0
Wow Wow 0
Sad Sad 0
Angry Angry 0
Rohit Kumar Nial

State Secretary of KWMI

Comments (0)

User