ହରଭଙ୍ଗା ବ୍ଲକରେ ଭୟାବହ ଅଗ୍ନିକାଣ୍ଡ: ସର୍ଟ ସର୍କିଟରୁ ଜଳିଗଲା ୫ ଲକ୍ଷ ଟଙ୍କାର ସମ୍ପତ୍ତି

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଭଗାମୁଣ୍ଡା ଗ୍ରାମରେ ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜଳନ୍ଧର ସାହୁଙ୍କ ଘରେ ନିଆଁ ଲାଗି ପ୍ରାୟ ୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ, ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Oct 24, 2026 - 19:37
Updated: 7 days ago
0 55
ହରଭଙ୍ଗା ବ୍ଲକରେ ଭୟାବହ ଅଗ୍ନିକାଣ୍ଡ: ସର୍ଟ ସର୍କିଟରୁ ଜଳିଗଲା ୫ ଲକ୍ଷ ଟଙ୍କାର ସମ୍ପତ୍ତି

ବୌଦ୍ଧ (୨୪/୧୦): କୁନା ବେହେରା, କଳିଙ୍ଗ ଦର୍ପଣ

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ପଞ୍ଚାୟତର ଭଗାମୁଣ୍ଡା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ଜଳନ୍ଧର ସାହୁଙ୍କ ବାସଭବନରେ ହଠାତ୍ ବିଦ୍ୟୁତ୍ ସର୍ଟ ସର୍କିଟ୍ କାରଣରୁ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁର ପ୍ରକୋପ ବୃଦ୍ଧି ପାଇ ସମଗ୍ର ଘରକୁ ବ୍ୟାପି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ଘରେ ଥିବା ଲ୍ୟାପଟପ୍, ଦୁଇଟି ପଲଙ୍କ, ସୋଫା ସେଟ୍, ପାଣି ମଟର, ଫ୍ରିଜ୍, କୁଲର୍ ସମେତ ବହୁ ମୂଲ୍ୟବାନ ଆସବାବପତ୍ର ଓ ପୋଷାକ ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି।

ପରିବାର ସଦସ୍ୟ ନିଆଁ ଲିଭାଇବାକୁ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଚାରିଛକ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିଶମ କର୍ମଚାରୀଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ଆଖପାଖ ଘରଗୁଡ଼ିକ ନିଆଁ କବଳରୁ ରକ୍ଷା ପାଇଯାଇଛି ଏବଂ କୌଣସି ପ୍ରାଣହାନି ଘଟିନାହିଁ। ତେବେ ଏହି ଅଘଟଣରେ ପରିବାରର ପ୍ରାୟ ୪ରୁ ୫ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ସର୍ବସ୍ୱ ହରାଇ ପରିବାର ଏବେ ଖୋଲା ଆକାଶ ତଳେ ଆଶ୍ରୟ ନେଇଛନ୍ତି। ସ୍ଥାନୀୟ ପ୍ରଶାସନ ଘଟଣାର ତଦନ୍ତ କରି କ୍ଷୟକ୍ଷତିର ସଠିକ୍ ଆକଳନ କରିବା ସହ ବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 1
Angry Angry 0
Rohit Kumar Nial

State Secretary of KWMI

Comments (0)

User