ବୌଦ୍ଧ ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା: ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ଚାମ୍ପିୟନ

ବୌଦ୍ଧଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଏଥିରେ ସ୍ଥାନୀୟ ଯୋଗୀନ୍ଦ୍ରଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରି ଆସନ୍ତା ଜୋନ୍‌ ସ୍ତରୀୟ ପ୍ରତିଯୋଗିତା ପାଇଁ ଉନ୍ନୀତ ହୋଇଛି। ଯୋଗୀନ୍ଦ୍ରଦେବ ସରକାରୀ ଉଚ୍ଚ ବିଦ୍ୟାଳୟର ଶତାବ୍ଦୀ କକ୍ଷଠାରେ ଆୟୋଜିତ ଏହି ପ୍ରତିଯୋଗିତାରେ ଜିଲ୍ଲାରୁ ମୋଟ ୭ଟି ଦଳ ଅଂଶଗ୍ରହଣ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀ ଓ ବିଦ୍ୟାଳୟଗୁଡ଼ିକୁ ପୁରସ୍କୃତ କରିଥିଲେ। ଆସନ୍ତା ଅକ୍ଟୋବର ୧୨ ତାରିଖରେ ବିଜୟୀ ଦଳ ଜୋନାଲ୍ ସ୍ତରରେ ପ୍ରତିନିଧିତ୍ୱ କରିବେ।

Oct 09, 2026 - 21:25
Updated: 22 days ago
0 33
ବୌଦ୍ଧ ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା: ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ଚାମ୍ପିୟନ

ବୌଦ୍ଧ, ୨୬ ସେପ୍ଟେମ୍ବର (ସଦାନନ୍ଦ ନାଏକ) କଲିଙ୍ଗ ଦର୍ପଣ:

ସ୍ଥାନୀୟ ଯୋଗୀନ୍ଦ୍ରଦେବ ସରକାରୀ ଉଚ୍ଚ ବିଦ୍ୟାଳୟର ଶତାବ୍ଦୀ କକ୍ଷଠାରେ ବୌଦ୍ଧ ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ ଓ ଭାସ୍କର ଲେଙ୍କା, ଗୋଷ୍ଠୀ ଶିକ୍ଷା ଅଧିକାରୀ କେଶବ ମଲ୍ଲିକ, ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅର୍ଚ୍ଚନା ମହାନ୍ତି ଏବଂ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜୟନ୍ତ କୁମାର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଶିକ୍ଷକ ସନ୍ତୋଷ କୁମାର କର୍ଣ୍ଣ ଉଦ୍‌ଘାଟନୀ ସଭା ସଂଯୋଜନା କରିଥିଲେ।

ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ମୋଟ ୭ଟି ଦଳ ଅଂଶଗ୍ରହଣ କରି ନିଜ ନିଜର ଚିତ୍ତାକର୍ଷକ ନାଟକ ପରିବେଷଣ କରିଥିଲେ। ବିଚାରକ ଭାବେ ଦିଲ୍ଲୀପ କୁମାର ମହାନ୍ତି ଓ ଲକ୍ଷ୍ମଣ ମହାପାତ୍ର ଯୋଗଦେଇ ନାଟକଗୁଡ଼ିକର ସୂଚାରୁରୂପେ ମୂଲ୍ୟାୟନ କରିଥିଲେ।

ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରି ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସାମ୍ପୋଚ ସରକାରୀ ଉଚ୍ଚ ବିଦ୍ୟାଳୟ ଦ୍ୱିତୀୟ ଏବଂ ଦହ୍ୟା ସରକାରୀ ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରି ସମ୍ମାନିତ ହୋଇଥିଲେ। ଚାମ୍ପିୟନ ହୋଇଥିବା ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ଆସନ୍ତା ୧୨.୧୦.୨୦୨୬ ରିଖରେ ହେବାକୁ ଥିବା ଜୋନ୍‌ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି।

ବ୍ୟକ୍ତିଗତ ବର୍ଗରେ ସାମ୍ପୋଚ ଉଚ୍ଚ ବିଦ୍ୟାଳୟର ଅର୍ଚ୍ଚିତ ନାଏକଙ୍କୁ 'ଶ୍ରେଷ୍ଠ ଅଭିନେତା' ଏବଂ ତେତେଲେଙ୍ଗା ଆଦର୍ଶ ବିଦ୍ୟାଳୟର ସମୃଦ୍ଧି ସମାପିକା ଶତପଥୀଙ୍କୁ 'ଶ୍ରେଷ୍ଠ ଅଭିନେତ୍ରୀ' ଭାବେ ପୁରସ୍କୃତ କରାଯାଇଛି। ସେହିପରି ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ମିଶ୍ରଙ୍କୁ ଯୁଗ୍ମ ଭାବେ 'ଶ୍ରେଷ୍ଠ ନାଟ୍ୟ ନିର୍ଦ୍ଦେଶକ' ଏବଂ 'ଶ୍ରେଷ୍ଠ ପଟ୍ଟକଥା ଲେଖକ' ଭାବେ ସମ୍ମାନିତ କରାଯାଇଥିଲା।

ସନ୍ଧ୍ୟାରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ନାଟକର ଭିତ୍ତିଭୂମି ଓ ଏହାର ନାଟକୀୟ କଳା କୌଶଳ ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ କେଶବ ମଲ୍ଲିକ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜୟନ୍ତ କୁମାର ପ୍ରଧାନ ଏବଂ ଶିକ୍ଷକ ସଂଜୀବ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳାକାନ୍ତ ଦଳବେହେରା ଉଦ୍‌ଯାପନୀ ସଭା ସଂଯୋଜନା କରିଥିବା ବେଳେ ସହ-ବିଜ୍ଞାନ ନିରୀକ୍ଷକ ପ୍ରବୀଣ କୁମାର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0
Rohit Kumar Nial

State Secretary of KWMI

Comments (0)

User