Drinking water Supply problem #amlabhata
କଳିଙ୍ଗ ସମ୍ବାଦ /ରଜତ ତ୍ରିପାଠୀ /ମୁନିଗୁଡା
ପାନୀୟ ଜଳ ସମସ୍ୟା ଉଗ୍ର: ଅମ୍ଳାଭଟା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଉତ୍ତ୍ୟକ୍ତ ଗ୍ରାମବାସୀ

Date - ୧୯।୯।୨୬
ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅମ୍ଳାଭଟା ପଞ୍ଚାୟତ ଛତମ୍ବା କଲୋନୀରେ ଉତ୍କଟ ପାନୀୟ ଜଳ ସମସ୍ୟା । ଦୀର୍ଘ ୨ରୁ ୩ ବର୍ଷ ହେଲା ଠିକ୍ ଭାବେ ମିଳୁନି ପିଇବା ପାଣି । ଅଭିଯୋଗ, ଦୀର୍ଘଦିନ ହେଲା ପାଣି ଟାଙ୍କି ସଫା ହୋଇନି, ବିନା ଫିଲ୍ଟରରେ ନଦୀ ପାଣି ଯୋଗାଣ ହେଉଛି । ଦୂଷିତ ପାଣି ବ୍ୟବହାର ଯୋଗୁଁ ଲୋକେ ଅସୁସ୍ଥ ହେଉଥିବା ଅଭିଯୋଗ । ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମାଧାନ ନହେବାରୁ ତାତିଲେ ଗ୍ରାମବାସୀ । ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରି ମୁଖ୍ୟ ଫାଟକରେ ଝୁଲାଇଲେ ତାଲା । ସମସ୍ୟାର ସମାଧାନ ନହେବା ଯାଏଁ ତାଲା ଖୋଲିବେନି ବୋଲି ଚେତାବନୀ ଦେଇଥିଲେ।ଘଣ୍ଟା ଘଣ୍ଟା ଧରି ପଞ୍ଚାୟତ ସମ୍ମୁଖରେ ମହିଳା ମାନେ ବସି ରହିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦେଖା ନଥିଲା।ପରେ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଁଚି ଲୋକଙ୍କୁ ବୁଝା ସୁଝା କରିବା ପରେ ପୋଲିସ ଉପସ୍ଥିତିରେ ତାଲା ଖୋଲା ଯାଇଥିଲା
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)