ଏକ ପେଡ଼ ମା କେ ନାମ କାର୍ଯ୍ୟକ୍ରମ
ଏକ ପେଡ ମା କେ ନାମ କାର୍ଯ୍ୟ କ୍ରମ
ଗୋଛାସାହି ଜଙ୍ଗଲ ରେ ଏକ ହଜାର ଚlରରୋପଣ l
,,,,,,,,,,,,,,
ବୌଦ୍ଧ 18/9/ ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ମାଧପୁର ବନାଞ୍ଚଳ ଅଧିନସ୍ତ ଗୋଛାସାହି ଗ୍ରାମ୍ୟ ଜଙ୍ଗଲ ରେ ବନ ବିଭାଗ ତରଫରୁ ଏକ ପେଡ ମା କେ ନାମରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଏକ ହଜାର ଚାରା ରୋପଣ କରାଯାଇଛି l ଜଙ୍ଗଲ ସୁରକ୍ଷା ସହ ପରିବେଶ ର ସନ୍ତୁଳନ ବଜାୟ ରଖିବା ଏବଂ ସବୁଜିମା ବୃଦ୍ଧି କରିବା ଲକ୍ଷ ରେ ଏକ ଚାରା ରୋପଣ କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି l ମାଧପୁର ରେଞ୍ଜ ଅଧିକାରୀ ପ୍ରିୟବ୍ରତ ପଟନାୟକ ଙ୍କ ଅଧକ୍ଷ ତାରେ ଆୟୋଜିତ ଚlରlରୋପଣ କାର୍ଯ୍ୟ କ୍ରମ ରେ ମାଧପୁର ରେଞ୍ଜ ବାରିଙ୍ଗ ସେକ୍ସନ ଫରେଷ୍ଟର ଭକ୍ତ ବତ୍ସଳ ମଳିକ, ଫରେଷ୍ଟ ଗାର୍ଡ ବୀଣାପାଣି ଖଟୁଆ, ମଞ୍ଜୁଲତା ସାହୂ, ମିଲି କିପ୍ସଟା, ସୀତାରାମ ବେହେରା, ଙ୍କ ସମେତ ସ୍ଥାନୀୟ ୱାର୍ଡ ମେମ୍ବର ଓ ଗ୍ରାମ ବାସି ଉପସ୍ଥିତ ଥିଲେ l ଚାରାରୋପଣ ସମୟରେ ଆମ୍ବ, ଲେମ୍ବୁ, ବାହାଡା, ବାଉଁଶ, ପିଆଶାଳ, ସାଗୁଆନ, ଜାମ୍ବୁ ଆଦି ବିଭିର୍ଣ୍ଣ ପ୍ରଜାତିର ବୃକ୍ଷ ରୋପଣ କରାଯାଇଥିଲା ସ୍ଥାନୀୟ ଜଙ୍ଗଲ ମଧ୍ୟ୍ୟରେ ଅଧିକ ସଂଖ୍ୟକ ଗଛ ଲଗାଇ ଏହାର ଯତ୍ନ ନେବା ଦ୍ୱାରା ଆଗାମୀ ଦିନରେ ପରିବେଶ ବେଶ ମନୁଷ୍ୟ ମାନଙ୍କ ପାଈଁ ସୁସ୍ଥ ଓ ଶାନ୍ତ ପରିବେଶ ହୋଇ ପାରିବ ( ବୌଦ୍ଧ ରୁ କୁନା ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ )

What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)