ଗଣେଷ ପୂଜା ଭଷାଣି ଶୋଭାଯାତ୍ରା ପରେ ଛୁରା ମାଡ଼ ଅଭିଯୋଗ

Sep 17, 2026 - 19:00
0 34
ଗଣେଷ ପୂଜା ଭଷାଣି ଶୋଭାଯାତ୍ରା ପରେ ଛୁରା ମାଡ଼ ଅଭିଯୋଗ

ଗଣେଶ ପୂଜା ଶୋଭାଯାତ୍ରା ପରେ ଛୁରିମାଡ଼

୫ ଜଣ ଆହତ, ଅଭିଯୁକ୍ତ ଗିରଫ

ଆକ୍ରମଣରେ ବ୍ୟବହୃତ ଛୁରି ଜବତ, ଅଦାଲତରେ ହାଜର

ଆନନ୍ଦପୁର , ୧୭/୯:(ସତ୍ୟ ଦାସ )କଳିଙ୍ଗ ସମ୍ବାଦ 

ଗଣେଶ ପୂଜା ଶୋଭାଯାତ୍ରା ଶେଷ ହେବା ପରେ ଛୁରିରେ ଆକ୍ରମଣ ଘଟଣାକୁ ନେଇ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ପ୍ରକାଶ ପାଇଛି। ଏହି ଘଟଣାରେ ୫ ଜଣ ଗ୍ରାମବାସୀ ଆହତ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଘଟଣା ପରେ ରାମଚନ୍ଦ୍ରପୁର ଥାନା ପୁଲିସ ତୁରନ୍ତ ପଦକ୍ଷେପ ନେଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଆକ୍ରମଣରେ ବ୍ୟବହୃତ ଛୁରି ଜବତ କରିଛି।ପୁଲିସର ସୂଚନା ଅନୁଯାୟୀ, ୧୬ ଓ ୧୭ ସେପ୍ଟେମ୍ବର ମଧ୍ୟବର୍ତ୍ତୀ ରାତିରେ ଗଣେଶ ପୂଜା ଶୋଭାଯାତ୍ରା ଶେଷ ହୋଇଥିଲା। ଶୋଭାଯାତ୍ରା ପରେ ଫୁଲୁରିଗଡ଼ିଆ ଗ୍ରାମର ଭରତ ଚନ୍ଦ୍ର ମହାରଣାଙ୍କ ପୁଅ ଅଜୁ ମହାରଣା କିଛି ଗ୍ରାମବାସୀଙ୍କୁ ଛୁରିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ କାଳନ୍ଦୀ ସେଠୀ, ବାଦଲ ପରିଡ଼ା, ବଳରାମ ପରିଡ଼ା, ଜଗବନ୍ଧୁ ପରିଡ଼ା ଓ ନନ୍ଦୁ ଜେନା ଆହତ ହୋଇଛନ୍ତି।

ଘଟଣା ସମ୍ପର୍କରେ ବେଗୁନିଆଡ଼ିହା ଗ୍ରାମର ଶରତ ଚନ୍ଦ୍ର ସେଠୀ (୫୮), ସ୍ୱର୍ଗତ ସନାତନ ସେଠୀଙ୍କ ପୁଅ, ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ରାମଚନ୍ଦ୍ରପୁର ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ରାମଚନ୍ଦ୍ରପୁର ଥାନାରେ ମାମଲା ନମ୍ବର ୨୯୨, ତାରିଖ ୧୭/୯/୨୦୨୬ରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୨୬(୨), ୧୧୮(୨), ୧୦୯(୧) ଓ ୩୫୧(୨) ଅନୁଯାୟୀ ମାମଲା ରୁଜୁ ହୋଇଛି।ଅଭିଯୋଗ ପାଇବା ପରେ ପୁଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ପୁଲିସ ଅଭିଯୁକ୍ତ ଅଜୁ ମହାରଣାଙ୍କୁ ଗିରଫ କରିବା ସହ ଘଟଣାରେ ବ୍ୟବହୃତ ଛୁରି ଜବତ କରିଛି। ତଦନ୍ତ ପ୍ରକ୍ରିୟାରେ ଘଟଣା ସମ୍ପର୍କିତ ଅନ୍ୟାନ୍ୟ ତଥ୍ୟ ମଧ୍ୟ ସଂଗ୍ରହ କରାଯାଉଛି।

ଗିରଫ ଅଭିଯୁକ୍ତଙ୍କୁ ଆଜି ଅଦାଲତରେ ହାଜର କରାଯାଇଛି। ଏ ସମ୍ପର୍କରେ ଆନନ୍ଦପୁର ଉପଖଣ୍ଡ ପୁଲିସ ଅଧିକାରୀ କମଲ କୁମାର ପଣ୍ଡା ସୂଚନା ଦେଇଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User