ଜୁନାଗଡ଼ ତହସିଲ ଅଫିସ ଛକରେ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା
_*ଜୁନାଗଡ଼ ତହସିଲ ଅଫିସ ଛକରେ ମର୍ମନ୍ତୁଦ ଦୁର୍ଘଟଣା_* #କଳିଙ୍ଗ ସମ୍ବାଦ
"ଟ୍ରକ୍ ଧକ୍କାରେ ୫୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ, ଶବ ରଖି ପରିବାର ଲୋକଙ୍କ ରାସ୍ତା ଅବରୋଧ"
ଜୁନାଗଡ଼ (ପୂର୍ଣେନ୍ଦୁ କୁମାର ମାଝୀ): ଆଜି ତା: ୧/୦୯/୨୦୨୬ ଅପରାହ୍ନ ୫ ଘଣ୍ଟା ସମୟରେ ଜୁନାଗଡ଼ ସହରର ତହସିଲ ଅଫିସ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏକ ଟ୍ରକ୍ ଗାଡ଼ି ସହ ଧକ୍କା ହେବା ଫଳରେ ହଣ୍ଡାଖାଲ ପଡ଼ା(ୱାର୍ଡ଼ ନଂ ୧) ର ଜଗଦୀଶ ହାତୀ (୫୫)ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରବର୍ଗ ଓ ସ୍ଥାନୀୟ ଲୋକେ ଘଟଣାରେ ଗଭୀର ଅସନ୍ତୋଷ ପ୍ରକାଶ କରି ମୃତଦେହକୁ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିଛନ୍ତି। ଫଳରେ ତହସିଲ ଅଫିସ ଛକ ଅଞ୍ଚଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ଖବର ପାଇ ଜୁନାଗଡ଼ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି। ପୋଲିସ ପକ୍ଷରୁ ରାସ୍ତା ଅବରୋଧ ହଟାଇବା ସହ ପରିବାରବର୍ଗଙ୍କ ସହ ଆଲୋଚନା କରାଯାଉଛି। ଦୁର୍ଘଟଣାର ପ୍ରକୃତ କାରଣ ଏବଂ ଟ୍ରକ୍ ଚାଳକଙ୍କ ସମ୍ପର୍କରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
ଘଟଣାକୁ ନେଇ ମୃତକଙ୍କ ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଥିବା ବେଳେ, ନ୍ୟାୟ ଓ ଉଚିତ କ୍ଷତିପୂରଣ ଦାବିରେ ପରିବାର ଲୋକେ ରାସ୍ତା ଅବରୋଧ କରିଥିବା ଜଣାପଡ଼ିଛି। ପୋଲିସ ପକ୍ଷରୁ ଆବଶ୍ୟକ ଆଇନଗତ ପଦକ୍ଷେପ ନିଆଯିବା ସହ ମୃତଦେହର ପଞ୍ଚନାମା ଓ ବ୍ୟବଚ୍ଛେଦ ପ୍ରକ୍ରିୟା ନେଇ ପଦକ୍ଷେପ ଗ୍ରହଣ କରାଯାଉଛି।ଟ୍ରକ୍ (OD 08 Z 4426) କୁ ପୋଲିସ ଜବତ କରି, ପୋଲିସ୍ ଜିମା ରେ ଟ୍ରକ୍ କୁ ରଖାଯାଇଛି, ଥାନା ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି ଓ ଶବ କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଜୁନାଗଡ଼ ରେ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି।
What's Your Reaction?
Like
2
Dislike
0
Love
0
Funny
0
Wow
0
Sad
0
Angry
0
Comments (0)