ଟ୍ରେନ ଲାଇନ ରେ ବ୍ୟକ୍ତି ଙ୍କ ଆତ୍ମହତ୍ୟା

Sep 01, 2026 - 22:30
Updated: 2 months ago
0 49
ଟ୍ରେନ ଲାଇନ ରେ ବ୍ୟକ୍ତି ଙ୍କ ଆତ୍ମହତ୍ୟା

:ଟ୍ରେନ ଲାଇନ ରେ ଆତ୍ମ ହତ୍ୟା..

Riportar - kuna behera #କଳିଙ୍ଗ ସମ୍ବାଦ 

Place 1/9/2026

Place boudha 

ଖୋର୍ଦ୍ଧା -ବଲାଙ୍ଗୀର ରେଳ ପଥରେ ଆତ୍ମ ହତ୍ୟା l ରେଳ ଧାରଣା ଉପରେ ସୋଇ ଆତ୍ମ ହତ୍ୟା କଲେ ଯୁବକ l ଧକ୍କା ଦେଲା ପୁରୁଣାକଟକ -ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ l ବୌଦ୍ଧ ଥାନା ରାମ୍ଭିକଟା ନିକଟରେ ଆତ୍ମ ହତ୍ୟା l ହରେକୃଷ୍ଣ ପୁର ଗ୍ରାମର ପଦିଆ ସାହୁ ବୋଲି ସୂଚନା l ସୂଚନା ଅନୁଯାଇ ବୌଦ୍ଧ ଥାନା ହରେକୃଷ୍ଣ ପୁର ଗ୍ରାମର ପଦିଆ ସାହୁ କୌଣସି କାରଣ ରୁ ମାନସିକ ଚାପ ର ବଶବର୍ତ୍ତୀ ହୋଇ ଖୋର୍ଦ୍ଧା -ବଲାଙ୍ଗୀର ରେଳ ପଥ ରାମ୍ଭିକଟା ନିକଟ ତଇଲାସାହି ରେଳ ଧାରଣା ରେ ଆତ୍ମ ହତ୍ୟା ପାଇଁ ସୋଇ ରହିଥିଲେ, ହଠାତ ପୁରୀ -ପୁରୁଣା କଟକ ସୁପରଫାଷ୍ଟ ଏକ୍ସ ପ୍ରେସ ତାଙ୍କ ଉପରେ ଚଢି ଯିବା ଫଳରେ ସେ ମୃତ୍ୟୁ ବରଣ କରିଥିଲେ l ଦୁର୍ଘଟଣା କୁ ନେଇ ଘଟଣା ସ୍ଥଳରେ ରେଳବାଈ ପୋଲିସ ଓ ବୌଦ୍ଧ ପୋଲିସ ପହଂଚି ତଦନ୍ତ ଚାଲୁ ରଖିଥିବା ବେଳେ ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବା ନେଇ ସୂଚନା ରହିଛି l ଏପଟେ କେଉଁ କାରଣ ରୁ ପଦିଆ ଏଭଳି ଭୁଲ ନିଷ୍ପତି ନେଲା ପୋଲିସ ର ତଦନ୍ତ ପରେ ଜଣା ପଡିବ l( ବୌଦ୍ଧରୁ କୁନା ବେହେରା ଙ୍କ OTN

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User